Advertisment

ଆତିଶୀଙ୍କ କ୍ୟାବିନେଟର ୫ ମନ୍ତ୍ରୀ କିଏ?

ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟରେ ଥିବା ପାଞ୍ଚ ଜଣ ସଦସ୍ୟ ଆତିଶୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Arvind Kejriwal & Atishi along with five cabinet members

Arvind Kejriwal & Atishi along with five cabinet members

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆତିଶୀ। ତାଙ୍କ ସହ କ୍ୟାବିନେଟର ପାଞ୍ଚ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତେବେ ଆତିଶୀଙ୍କ କ୍ୟାବିନେଟରେ ସାମିଲ ହୋଇଥିବା ପାଞ୍ଚ ଜଣ ବିଧାୟକ କିଏ, ଜାଣନ୍ତୁ...

Advertisment

ସବୁଠୁ ବଡ଼ କଥା ହେଉଛି କି, ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟରେ ଥିବା ପାଞ୍ଚ ଜଣ ସଦସ୍ୟ ଆତିଶୀ ଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ଗୋପାଳ ରାୟ, କୈଳାଶ ଗେହଲଟ, ସୌରଭ ଭରଦ୍ୱାଜ, ଇମ୍ରାନ ହୁସେନ ଏବଂ ମୁକେଶ ଅହଲୱାତ କ୍ୟାବିନେଟ ପାହ୍ୟା ବଜାୟ ରଖି ଥିବାବେଳେ ମୁକେଶ ଅହଲୱାତ ନୂଆ ସଦସ୍ୟ ହୋଇଛନ୍ତି।

ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟରେ ଗୋପାଳ ରାୟ ଦିଲ୍ଲୀର ପରିବେଶ, ଜଙ୍ଗଲ ଓ ବନ୍ୟପ୍ରାଣୀ, ବିକାଶ ଓ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ ଥିଲେ। ସେ ଦିଲ୍ଲୀ ଷ୍ଟେଟ୍ ୟୁନିଟର ଆବାହକ ମଧ୍ୟ ଥିଲେ। ସେ ଉତ୍ତର-ପୂର୍ବ ଦିଲ୍ଲୀର ବାବାପୁରର ବିଧାୟକ।

Advertisment

ଫେବୃଆରୀ 2015ରେ ନଜାଫଗଡ଼ ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇ ପ୍ରଥମ କରି ଦିଲ୍ଲୀ ବିଧାନସଭାକୁ ନିର୍ବାଚିତ ହୋଇଥିଲେ କୈଳାଶ ଗେହଲଟ। ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ପ୍ରପରିବହନ, ରାଜସ୍ୱ, ଆଇନ, ମହିଳା ଓ ଶିଶୁ ବିକାଶ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଥିଲେ।

ସେହିପରି, ସୌରଭ ଭରଦ୍ୱାଜ ଦିଲ୍ଲୀର ଗ୍ରେଟର କୈଳାଶ ବିଧାନସଭା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ସ୍ୱାସ୍ଥ୍ୟ, ନଗର ଉନ୍ନୟନ, ପର୍ଯ୍ୟଟନ-କଳା ସଂସ୍କୃତି ଭାଷା, ଶିଳ୍ପ, ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି।

ଇମ୍ରାନ ହୁସେନ ବାଲିମରନ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ସେ 2020 ନିର୍ବାଚନରରେ ପାଞ୍ଚ ଥରର ବିଧାୟକଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ। କେଜ୍ରିୱାଲଙ୍କ କ୍ୟାବିନେଟରେ ସେ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗର ମନ୍ତ୍ରୀ ଥିଲେ। 

ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କ ଇସ୍ତଫା ପରେ ଦିଲ୍ଲୀର ସୁଲତାନପୁର ମଜ୍ରାର ବିଧାୟକ ମୁକେଶ ଅହଲୱାତ ତାଙ୍କ ସ୍ଥାନ ନେଇଛନ୍ତି। 2020 ନିର୍ବାଚନରେ 48,000ରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ। ଆତିଶୀଙ୍କ କ୍ୟାବିନେଟରେ ସେ ନୂଆ ଚେହେରା ଭାବେ ସ୍ଥାନ ପାଇଛନ୍ତି। 

Delhi CM Delhi Cabinet Ministers Delhi New Govt