Advertisment

ବିଷ୍ଣୁପଦଙ୍କ ହାତ ଛାଡ଼ିଦେଲେ ସରକାର! ଏବେ ସିବିଆଇ ଆକ୍ସନ ଉପରେ ନଜର

ବିଷ୍ଣୁପଦଙ୍କ ହାତରେ ଥିବା ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗ କାଢ଼ିନେଇଛନ୍ତି ସରକାର। ତାଙ୍କ ବିରୋଧରେ ଆଉ କିଛି କାର୍ଯ୍ୟାନୁଷ୍ଠାନ ନେବେ କି? ଆରମ୍ଭ ହେବ କି ବିଭାଗୀୟ ପ୍ରୋସିଡିଂ?

IAS Bishnupada Sethi (File Photo)

IAS Bishnupada Sethi (File Photo)

Advertisment

ବିଷ୍ଣୁପଦଙ୍କ ପାଇଁ ବଢିଲା ଅଡୁଆ। ବହୁ ବାଦ ବିବାଦ, ଆନ୍ଦୋଳନ ପରେ ବିଷ୍ଣୁପଦଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେଲେ ସରକାର। ହାତରୁ ତିନୋଟି ବିଭାଗ କାଢି ସାଧାରଣ ପ୍ରଶାସନର ଓଏସଡି ଭାବେ ବସାଇଲେ। କିନ୍ତୁ ପ୍ରଶ୍ନ, କେବଳ ସିବିଆଇ ସମନ ନା ଆଉ କିଛି ପ୍ରାଥମିକ ପ୍ରମାଣ ବି ଲାଗିଛି ସରକାରଙ୍କ ପାଖରେ? ଏବେ ଚର୍ଚ୍ଚା, ଖାଲି ଓଏସଡି କରିବେ ନା ବିଭାଗୀୟ ପ୍ରୋସିଡିଂ ବି ହୋଇପାରେ? ଅନ୍ୟପଟେ ସରକାରୀ ପଦକ୍ଷେପ ପରେ ସିବିଆଇ ଆକ୍ସନ କଣ ହେବ ତାକୁ ନେଇ ବି ପାୱାର କରିଡରରେ ଚର୍ଚ୍ଚା।

Advertisment

ନୂଆ ସରକାରରେ ବି ପାୱାରଫୁଲ ଥିଲେ ଆଇଏଏସ୍ ବିଷ୍ଣୁପଦ ସେଠୀ। ଓଡ଼ିଆ ଭାଷା-ସାହିତ୍ୟ ସଂସ୍କୃତି, ଏସଟି-ଏସସି ସହ ଭିନ୍ନକ୍ଷମ ସଶକ୍ତିକରଣ ଭଳି ଏକାଧିକ ବିଭାଗ ଥିଲା ତାଙ୍କ ପାଖରେ। ଏବେ ସବୁ ବିଭାଗକୁ କାଢି ଡେପୁଟେସନରୁ ଫେରିଥିବା ସଞ୍ଜୀବ ମିଶ୍ରଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର। ଏଠି ପ୍ରଶ୍ନ ଉଠୁଛି, କେବଳ ସିବିଆଇ ସମନ ପାଇଁ ସରକାରଙ୍କ ଏ ଆକ୍ସନ୍ ନା ମିଳିଛି ସେଭଳି କିଛି ଠୋସ୍ ପ୍ରମାଣ? ଏସଟି-ଏସସି ବିଭାଗର ପ୍ରମୁଖ ସଚିବ ଭାବେ ବିଷ୍ଣୁପଦ ସେଠୀ ଦେଇଥିବା ବିବାଦୀୟ ଆଶ୍ରମ ସ୍କୁଲ ଅପଗ୍ରେଡେସନ କାମ ବାବଦରେ ଅବଗତ ନଥିଲେ କି ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ? ଯଦିଓ ସରକାର ଏବେ ବିଷ୍ଣୁପଦଙ୍କୁ କେବଳ ଓଏସଡି ଭାବେ ବସାଇଛନ୍ତି, ତାଙ୍କ ବିରୋଧରେ ଆଉ କିଛି କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି କି? ଆରମ୍ଭ ହୋଇପାରେ କି ବିଭାଗୀୟ ପ୍ରୋସିଡିଂ?

ବ୍ରିଜ୍ ଆଣ୍ଡ ରୁଫ୍ ୧୦ ଲକ୍ଷ ଲାଞ୍ଚ ମାମଲାରେ ୧୦ ତାରିଖରୁ ସିବିଆଇ ସମନ ପରେ ବିବାଦ ଘେରକୁ ଆସିଥିଲେ ବିଷ୍ଣୁପଦ ସେଠୀ। ତେବେ ଏହା ଭିତରେ ସିବିଆଇ ପାଖରେ ସେ ହାଜର ହୋଇଛନ୍ତି କି ନାହିଁ, ଏ ଯାଏଁ ନିଜେ ବିଷ୍ଣୁପଦ ସ୍ପଷ୍ଟ କରିନାହାନ୍ତି। ଏପରିକି ବ୍ରିଜ ଆଣ୍ଡ ରୁଫ୍ ସହ ଲିଙ୍କ ଅଭିଯୋଗ ନେଇ ବି କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି। ଯେଉଁଥିପାଇଁ ସରକାରକୁ କାଠଗଡାକୁ ଟାଣିଥିଲେ ବିରୋଧୀ। ଏମିତିକି ଛାତ୍ର କଂଗ୍ରେସ ପକ୍ଷରୁ ବିଷ୍ଣୁପଦଙ୍କ ସରକାରୀ ବାସଭବନ ଘେରାଉ ସହ ଅଣ୍ଡାମାଡ ମଧ୍ୟ ହୋଇଥିଲା। ଆଉ ଦୀର୍ଘ ୮ ଦିନ ଧରି ବିବାଦ ଲାଗି ରହିଥିବାବେଳେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିର କାର୍ଯ୍ୟକାରିତା ପାଇଁ ଆକ୍ସନ ନେଇଛନ୍ତି ସରକାର।

Advertisment

ଅନ୍ୟପଟେ ୧୦ ଲକ୍ଷ ଲାଞ୍ଚ ମାମଲାରେ ଗିରଫ ୩ ଅଭିଯୁକ୍ତ ବ୍ରିଜ ଆଣ୍ଡ ରୁଫର ଜିଜିଏମ ଚଞ୍ଚଲ ମୁଖାର୍ଜୀ, ଠିକାଦାର ସନ୍ତୋଷ ମହାରଣା ଏବଂ ଦେବଦତ୍ତ ମହାପାତ୍ରଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଥିଲେ ବି ରାୟକୁ ସଂରକ୍ଷିତ ରଖିଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ। ସେପଟେ ବିଷ୍ଣୁପଦଙ୍କ ଉପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ଏବେ ସିବିଆଇର ଆକ୍ସନ ଉପରେ ନଜର ରହିଛି। ଯଦିଓ ବିଷ୍ଣୁପଦଙ୍କୁ ସମନ ହୋଇଥିଲା, ତେବେ ସିବିଆଇର ପରବର୍ତ୍ତୀ ପଦକ୍ଷେପ କଣ ରହୁଛି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

CBI Bridge And Roof Company Tender Fixing IAS Bishnupada Sethi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe