Advertisment

ହିମାଚଳ କଂଗ୍ରେସରେ ଫାଟ ଜଳଜଳ: ବିଜେପି କାମକୁ ପ୍ରଶଂସା କଲେ ଦଳର ରାଜ୍ୟ ମୁଖିଆ

ପ୍ରତିଭା ସିଂହଙ୍କ କହିବା କଥା ଯେ ସେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କୁ ନିଜର ଚିନ୍ତା ବିଷୟରେ ଜଣାଇବା ସହ ତାଙ୍କୁ ସଂଗଠନକୁ ମଜବୁତ କରିବାକୁ କହିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Congress

Congress

ହିମାଚଳରେ କ୍ଷମତାସୀନ କଂଗ୍ରେସରେ ସୃଷ୍ଟି ହୋଇଥିବା ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦିନକ ତଳେ ଦଳର ପର୍ଯ୍ୟବେକ୍ଷକ ସବୁ କିଛି ଠିକ ଠାକ ହୋଇ ସାରିଥିବା କହିଥିଲେ।

Advertisment

କିନ୍ତୁ କଂଗ୍ରେସର ହିମାଚଳ ମୁଖ୍ୟ ପ୍ରତିଭା ସିଂହ ଖୋଲାଖୋଲି ବିଦ୍ରୋହ ଘୋଷଣା କରିଛନ୍ତି। ସେ ବିଜେପିକୁ ପ୍ରଶଂସା କରିବାକୁ ମଧ୍ୟ ପଛାଇ ନାହାନ୍ତି। ଖାଲି ସେତିକି ନୁହେଁ, ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି ଅଯୋଗ୍ୟ ଘୋଷଣା ହୋଇଥିବା କଂଗ୍ରେସର ୬ ବିଧାୟକଙ୍କୁ ମଧ୍ୟ ସେ ସମର୍ଥନ କରିଛନ୍ତି।

ହିମାଚଳ ପ୍ରଦେଶର କଂଗ୍ରେସ ମୁଖ୍ୟ ପ୍ରତିଭା ସିଂହ କହିଛନ୍ତି, “କଂଗ୍ରେସରେ ଅନେକ କିଛି କରିବାର ବାକି ରହିଛି। ଜଣେ ସାଂସଦ ଭାବେ ମୁଁ ମୋର ନିର୍ବାଚନ ମଣ୍ଡଳୀକୁ ଯାଉଛି ଓ ସ୍ଥାନୀୟ ଲୋକଙ୍କ ସହ କଥା ହେବାକୁ ଚେଷ୍ଟା କରୁଛି। ସେମାନଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଉଦ୍ୟମ ଜାରି ରହିଛି। ଏହା ସତ ଯେ ବିଜେପି ଆମ ଠାରୁ ଭଲ କାମ କରୁଛି।”

Advertisment

ପ୍ରତିଭା ସିଂହଙ୍କ କହିବା କଥା ଯେ ସେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କୁ ନିଜର ଚିନ୍ତା ବିଷୟରେ ଜଣାଇବା ସହ ତାଙ୍କୁ ସଂଗଠନକୁ ମଜବୁତ କରିବାକୁ କହିଥିଲେ। ସେ କହିଛନ୍ତି, “ପ୍ରଥମ ଦିନରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହି ଆସିଛି ଯେ ଆମେ ସେତେବେଳେ ନିର୍ବାଚନକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହେବା ଯେତେବେଳେ ସେ କଂଗ୍ରେସର ସଂଗଠନକୁ ମଜବୁତ କରିବେ।

ଏହା ଆମ ଏକ ଚିନ୍ତାର ବିଷୟ। ଆପଣମାନେ ତୃଣମୂଳ ସ୍ତରରେ ଅନେକ ଚ୍ୟାଲେଞ୍ଜ ରହିଥିବା ଦେଖିବାକୁ ପାଉଥିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶରେ ବିଜେପି ଏବେ ଅନେକ କାମ ଏଠାରେ କରିବାକୁ ଯାଉଛି।”

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ହେଉଛନ୍ତି ପ୍ରତିଭା। ସେ ଖୋଲାଖୋଲି ଭାବେ ବିଦ୍ରୋହ ଘୋଷଣା କରିଥିବା କଂଗ୍ରେସର ୬ ବିଧାୟକଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, “ସେମାନେ କ୍ଷୁବ୍ଧ ହେବା ସ୍ୱାଭାବିକ ଘଟଣା।

କାହିଁକି ସେମାନେ ଅସନ୍ତୋଷ ପ୍ରକାଶ କରିପାରିବେ ନାହିଁ? ବର୍ଷେରୁ ଅଧିକ ଦିନ ହେଲାଣି କ୍ଷମତାରେ ରହିଛନ୍ତି। କିନ୍ତୁ କେହି ବି ସେମାନଙ୍କ କଥା ଶୁଣୁ ନାହାନ୍ତି। ଏହା ସ୍ୱାଭାବିକ ଭାବେ ସେମାନଙ୍କୁ କ୍ଷୁବ୍ଧ କରିଛି। ଆପଣ କେବେ ସେମାନଙ୍କ ସହ କଥା ହୋଇଛନ୍ତି? ସେମାନଙ୍କୁ ଏକାଠି ବସାଇ କଥା ହେବା ସହ ସମସ୍ୟାର ସମାଧାନ କରାଯାଇଥିଲେ, ଏବେ ଏଭଳି ସ୍ଥିତି ସୃଷ୍ଟି ହୋଇ ନଥାଆନ୍ତା।”

ପ୍ରତିଭାଙ୍କ ବୟାନ ପରେ ହିମାଚଳ ପ୍ରଦେଶରେ ସବୁ କିଛି ଠିକ ଠାକ ନଥିବା ସ୍ପଷ୍ଟ ହୋଇଛି। ପ୍ରତିଭାଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ପୂର୍ବରୁ ସୁଖୁ ସରକାରରେ ମନ୍ତ୍ରୀ ଥିଲେ। କିନ୍ତୁ ଫେବୃଆରୀ ୨୮ରେ ସେ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ମଧ୍ୟ ବିଧାୟକମାନଙ୍କୁ କଂଗ୍ରେସ ସରକାର ଚୁପ କରାଇ ଦେଉଛି ବୋଲି କହିଥିଲେ। ଇସ୍ତଫା ଦେବା ପରେ ସେ ବିଦ୍ରୋହୀ ବିଧାୟକମାନଙ୍କୁ ଚଣ୍ଡିଗଡ଼ରେ ଭେଟିଥିବା ମଧ୍ୟ ଜଣାପଡ଼ିଛି। 

Congress Himachal Pradesh