Advertisment

ପୁଅ ପାଇଁ ଭୋଟ ମାଗିବାକୁ ଯାଇଥିଲେ, ମହିଳାଙ୍କୁ ଧମକ ଦେଲେ ପ୍ରତାପ ଜେନା

ଭୋଟ ମାଗିବାକୁ ଯାଇ ମହିଳା ୱାର୍ଡମେମ୍ବରଙ୍କ ପ୍ରତି ବିଜେଡି ବିଧାୟକ ପ୍ରତାପ ଜେନା ଅଶାଳୀନ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଅଦ୍ୟତନ ହୋଇଛି
Pratap Jena

Pratap Jena

Advertisment

ଭୋଟ ମାଗିବାକୁ ଯାଇ ମହିଳା ୱାର୍ଡମେମ୍ବରଙ୍କ ପ୍ରତି ବିଜେଡି ବିଧାୟକ ପ୍ରତାପ ଜେନା ଅଶାଳୀନ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଅଶାଳୀନ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି ପ୍ରତାପ ଜେନା ବୋଲି କୁହାଯାଉଛି।

Advertisment

ଅଭିଯୋଗ ଅନୁସାରେ, ଦୁଇ ଦିନ ତଳେ ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତର ୧୧ ନମ୍ବର ୱାର୍ଡର ମହିଳା ସଭ୍ୟ ସ୍ୱର୍ଣ୍ଣଲକ୍ଷ୍ମୀ ନାୟକଙ୍କ ଘରକୁ ବିଧାୟକ ପ୍ରତାପ ଜେନା ଯାଇଥିଲେ। ସେ ନିଜ ପୁଅ ଅଙ୍କିତଙ୍କ ପାଇଁ ଭୋଟ୍ ମାଗିବାକୁ ଯାଇଥିଲେ। ଏହି ସମୟରେ ବିଧାୟକ ହଠାତ୍ ଉକ୍ତ ମହିଳାଙ୍କ ଉପରେ ଉତ୍‌କ୍ଷିପ୍ତ ହୋଇ କିଛି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ।

ସେତେବେଳେ ଘଟଣା ସମୟରେ ଉପସ୍ଥିତ ଥିବା କୁଣ୍ଡି ସେବା ସମବାୟ ସମିତିର ସଭାପତି କହିଛନ୍ତି, ପ୍ରତାପ ଜେନା ଘଟଣା ଦିନ ଭୋଟ ମାଗିବାକୁ ଆସିଥିଲେ। ହେଲେ ସେଠାରେ ହଠାତ୍‌ ଉତକ୍ଷିପ୍ତ ହୋଇ ଅଶାଳୀନ ଭାଷା ପ୍ରୟୋଗ କରିବା ସହ ଧମକ ଦେଇଥିଲେ। ତେବେ ବିଧାୟକ କେଉଁ ଉଦ୍ଦେଶ୍ୟରେ ଏଭଳି ଅଶାଳୀନ ଶବ୍ଦ ପ୍ରୟୋଗ କଲେ, ତାର କାରଣ ଜଣାପଡ଼ିନାହିଁ। ଯାହା ହେଲେ ବି ଜଣେ ମହିଳା ୱାର୍ଡ ମେମ୍ବରଙ୍କ ପ୍ରତି ଏଭଳି ଆଚରଣ ଆଦୌ ଠିକ୍ ନୁହେଁ। ସେପଟେ ଏ ଘଟଣାରେ ମହିଳା ୱାର୍ଡମେମ୍ବର କିମ୍ବା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ମିଳିନାହିଁ। 

Advertisment
BjD Pratap Jena 2024 General Election Loksabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe