Advertisment

ଶପଥ ଗ୍ରହଣ ପରେ ବିଭାଗ ବଣ୍ଟନରେ ସସପେନ୍ସ; ଅଡ଼ୁଆରେ ବିଜେପି

ମହାରାଷ୍ଟ୍ରରେ ଏନଡିଏ ସରକାର ପାଇଁ ଏବେ ବି ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ସହଯୋଗୀ ଏନସିପି ଓ ଶିବସେନା। ବଡ଼ ବଡ଼ ବିଭାଗ ଦାବିରେ ଅଜିତ-ଏକନାଥ।

Eknath Shinde, Devendra Fadnavis and Ajit Pawar

Eknath Shinde, Devendra Fadnavis and Ajit Pawar

Advertisment

ପ୍ରାୟ ଦୁଇ ସପ୍ତାହ ଧରି ବିଭିନ୍ନ କଳ୍ପନାଜଳ୍ପନା ଓ ଟଣାଓଟରା ପରେ ଗତ ସପ୍ତାହରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଏକନାଥ ସିନ୍ଦେ ଶପଥ ଗ୍ରହଣ କରିଥିଲେ। ଏହାପରେ କୁହାଯାଉଥିଲା ଯେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟରେ ସବୁକିଛି ଠିକ ହୋଇଗଲା। ହେଲେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସହଯୋଗୀ ଦଳ ଗୁଡ଼ିକ ଏବେ ବି ମହାରାଷ୍ଟ୍ରରେ ଏନଡିଏ ସରକାର ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ଯେଉଁଥିପାଇଁ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ପାଇଁ ସହଯୋଗୀଙ୍କ ବିନା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ପାରନ୍ତି ଦେବେନ୍ଦ୍ର ଫଡନାବିସ। 

Advertisment

ପୁଣି ଚିନ୍ତାରେ ବିଜେପି
ମିଳିଥିବା ଖବର ଅନୁସାରେ ମହାରାଷ୍ଟ୍ରରେ ବିଜେପି ଭେଟେରାନ ଦେବେନ୍ଦ୍ର ଫଡନାବିସଙ୍କ ସରକାରରେ ମନ୍ତ୍ରୀମଣ୍ଡଳ ଓ ବିଭାଗ ବଣ୍ଟନ ପାଇଁ ପୁଣି ଆରମ୍ଭ ହୋଇଛି ଟଣାଓଟରା। କୁହାଯାଉଛି ଯେ ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ୍ ଗଠନ ଓ ବିଭାଗ ବଣ୍ଟନ ବିଜେପି ଏବଂ ଦେବେନ୍ଦ୍ର ଫଡନାବିସଙ୍କ ପାଇଁ ପୁଣି ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। କାରଣ ଶାସକ ମେଣ୍ଟର ଦୁଇ ସହଯୋଗୀ ଅଜିତ ପାୱାରଙ୍କ ଏନସିପି ଓ ଏକନାଥ ସିନ୍ଦେଙ୍କ ଶିବସେନା ଉଭୟ ବଡ଼ ବଡ଼ ବିଭାଗ ଦାବି କରିଛନ୍ତି।

ଗୃହ ବିଭାଗ ଦାବି କରୁଛି ଶିବସେନା!
ପୂର୍ବ ସରକାରରେ ଯେତେବେଳେ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ଉପ-ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାବିସଙ୍କ ପାଖରେ ହାଇ-ପ୍ରୋଫାଇଲ୍ ଗୃହ ମନ୍ତ୍ରାଳୟ ରହିଥିଲା। ହେଲେ ଏଥର ଯେତେବେଳେ ଫଡନାବିସ ମୁଖ୍ୟମନ୍ତ୍ରୀ ଆସନକୁ ଯାଇଛନ୍ତି, ସିନ୍ଦେ ଗୋଷ୍ଠୀ ଏଥର ଗୃହ ମନ୍ତ୍ରାଳୟ ଦାବି କରୁଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିବାରୁ ଏହି ବିଭାଗ ଉପଯୁକ୍ତ ପୁରସ୍କାର ହେବ ବୋଲି ଦଳ ଦାବି କରୁଥିବା କୁହାଯାଉଛି। ହେଲେ ବିଜେପି କୌଣସି ପରିସ୍ଥିତିରେ ଗୃହ ମନ୍ତ୍ରାଳୟ ଭଳି ବିଭାଗ ସହଯୋଗୀ ଦଳ ହାତକୁ ଦେବାର ସମ୍ଭାବନା କ୍ଷୀଣ। ହେଲେ ଶିବସେନାକୁ ସହରୀ ବିକାଶ, ପିଡବ୍ଲୁଡି ଏବଂ ରାଜସ୍ୱ ବିଭାଗ ପ୍ରଦାନ କରାଯାଇପାରେ।

Advertisment

ଏନସିପିର ବି ସମାନ ଭାଗିଦାରୀ ଦାବି
ଏହା ମଧ୍ୟ କୁହାଯାଉଛି ଯେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ମଧ୍ୟ ସରକାରରୁ ସମାନ ଭାଗିଦାରୀ ଚାହୁଁଛି। ଯଦିଓ ଦଳ କମ୍ ସିଟ୍ ଜିତିଛି, କିନ୍ତୁ ଦଳ ଏଥର ଶରଦ ପାୱାରଙ୍କଠାରୁ ନିଜକୁ ଅଧିକ ଶକ୍ତିଶାଳୀ ବୋଲି ପ୍ରମାଣିତ କରିପାରିଛି। ବିଶେଷ ଭାବରେ, ଏନସିପି ଚାହୁଁଛି ଯେ ପୂର୍ବ ସରକାରରେ ସେମାନଙ୍କ ପାଖରେ ଥିବା ଅର୍ଥ ବିଭାଗ ତାଙ୍କୁ ଏଥର ପୁଣି ଫେରସ୍ତ କରାଯାଉ। ତେବେ ଏହି ପ୍ରସଙ୍ଗ ବିଜେପି ପାଇଁ ଚିନ୍ତାର ବିଷୟ ପାଲଟିଛି, କାରଣ ଶିବସେନା ମଧ୍ୟ ଅର୍ଥ ବିଭାଗ ଚାହୁଁଛି। ଅବଶ୍ୟ ସିନ୍ଦେଙ୍କର ଏହି ଇଚ୍ଛା ପୂରଣ ହେବା ଅତ୍ୟନ୍ତ କଷ୍ଟକର, କାରଣ ଏନସିପି ଅର୍ଥ, ଯୋଜନା ଏବଂ ଜଳସେଚନ ବିଭାଗ ପାଇଁ ଦାବି ରଖିଛି।

Bjp Devendra Fadnavis Shiv Sena Maharashtra Politics NCP Ajit Pawar Eknath Shinde Mahayuti Alliance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe