Advertisment

ରେଳ ବଜେଟରେ ଓଡ଼ିଶାକୁ ୧୦୫୩୬ କୋଟି ଟଙ୍କା ଆବଣ୍ଟନ, ମିଳିଲା ୫୨୪କୋଟି ଟଙ୍କା ଅଧିକ

ଆଜି କେନ୍ଦ୍ର ସରକାରଙ୍କ ଅନ୍ତରୀଣ ବଜେଟ ଉପସ୍ଥାପିତ ହେବାପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

Budget 2024

Budget 2024

Advertisment

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦୫୩୬କୋଟି ଟଙ୍କାର ରେଳବାଇ ଆବଣ୍ଟନ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ଏହା ୫୨୪କୋଟି ଟଙ୍କା ଅଧିକ । ଆଜି କେନ୍ଦ୍ର ସରକାରଙ୍କ ଅନ୍ତରୀଣ ବଜେଟ ଉପସ୍ଥାପିତ ହେବାପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

Advertisment

କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ,ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୦୫୩୬କୋଟି ଟଙ୍କା ବରାଦ ହୋଇଛି । ବିଗତ ୩ବର୍ଷ ଧରି ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ହାରାହାରି ୧୦ହଜାର କୋଟି ଟଙ୍କାର ପାଣ୍ଠି ଆବଣ୍ଟିତ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୨୦୨୪-୨୫ ବର୍ଷରେ ଅଧକ ୫୨୪କୋଟି ଟଙ୍କା ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଆବଂଟିତ ହୋଇଛି । ଯାହାକି ପୂର୍ବତଟ ରେଳବାଇର ସଂଗ୍ରହ କରିଥିବା ମାଲଭଡ଼ାର ପ୍ରାୟ ୫୦% ବୋଲି ସେ କହିଛନ୍ତି ।

୨୦୨୩-୨୪ରେ ଓଡ଼ିଶାକୁ ରେଳ ବଜେଟରେ ୧୦୦୧୨କୋଟି ଟଙ୍କା, ୨୦୨୨-୨୩ରେ ୯୭୩୪କୋଟି ଟଙ୍କା ଆବଣ୍ଟିତ ହୋଇଥିଲା । ୨୦୦୯-୧୪ ମସିହା ମଧ୍ୟରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ପ୍ରାୟ ହାରାହାରି ୮୩୬କୋଟି ଟଙ୍କା ଆବଣ୍ଟିତ ହେଉଥିଲା । ୨୦୨୪-୨୫ରେ ଏହି ପରିମାଣ ୧୨ଗୁଣ ବୃଦ୍ଧି ପାଇ ୧୦୫୩୬କୋଟି ଟଙ୍କାରେ ପହଂଚିଛି ବୋଲି ସେ କହିଛନ୍ତି ।

Advertisment

ସେହିପରି ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାର ୫୮ଟି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ସ୍କିମରେ ସାମିଲ କରାଯିବାକୁ ବଜେଟରେ ବ୍ୟୟବରାଦ ହୋଇଛି । ସେହିପରି ‘ୱାନ ଷ୍ଟେସନ ୱାନ ପ୍ରଡକ୍ଟ’ ସ୍କିମରେ ଓଡ଼ିଶାର ୩୪ଟି ଷ୍ଟେସନରେ ୪୨ଟି ଷ୍ଟଲ ସ୍ଥାପନ କରାଯିବାର ବ୍ୟବସ୍ଥା ହୋଇଛି ।
୨୦୨୩-୨୪ରେ ଓଡ଼ିଶାରେ ୪୭୩କିମି ନୂଆ ରେଳଲାଇନ୍ ବିଛା ଯାଇଥିବାବେଳେ ୨୦୧୪-୨୪ ମସିହା ମଧ୍ୟରେ ପ୍ରତିବର୍ଷ ହାରାହାରି ୨୦୬କିମି ନୂଆ ରେଳଲାଇନ୍ ନିର୍ମାଣ ହୋଇଥିଲା । ତେବେ ୨୦୦୯-୧୪ ମସିହା ମଧ୍ୟରେ ପ୍ରତିବର୍ଷ ମାତ୍ର ୫୩କିମି ରେଳମାର୍ଗ ଓଡ଼ିଶାରେ ନିର୍ମାଣ ସମ୍ଭବପର ହେଉଥିଲା ।
ସେହିପରି ୨୦୨୩-୨୪ରେ ୪୪କିମି ୧୦୦ ପ୍ରତିଶତ ବିଦ୍ୟୁତକରଣ ହୋଇଛି । ୨୦୦୯-୧୪ ମସିହା ମଧ୍ୟରେ ପ୍ରତିବର୍ଷ ହାରାହାରି ୨୯କିମି ବିଦ୍ୟୁତକରଣ ହେଉଥିଲା ବୋଲି ରେଳ ମନ୍ତ୍ରଣାଳୟରୁ ସୂଚନା ମିଳିଛି ।

Budget 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe