CM
କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ବଡ଼ ଘୋଷଣା। ସ୍ୱାଧୀନତା ସଂଗ୍ରାମୀ ପରିବାରକୁ ମିଳିବ କୁଟୁମ୍ବ ପେନସନ୍ ଯୋଜନାରେ ଭତ୍ତା। ଖୁବଶୀଘ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରିବେ ସରକାର। ଏନେଇ ଖୁବଶୀଘ୍ର ରୂପରେଖ ନିର୍ଦ୍ଧାରଣ କରାଯିବ।
ଭୁବନେଶ୍ୱରରେ ସହିଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଆୟୋଜିତ କ୍ରାନ୍ତି ଦିବସ ସମାରୋହରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଗଷ୍ଟ ୯ ତାରିଖ ହେଉଛି ଭାରତ ଛାଡ଼ ଆନ୍ଦୋଳନ ଦିବସ। ଏହି ଦିନକୁ ଭାରତର ସ୍ୱାଧୀନତା ଆନ୍ଦୋଳନରେ କ୍ରାନ୍ତି ଦିବସ ଭାବେ ମଧ୍ୟ ପାଳନ କରାଯାଏ।
ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ସହିଦଙ୍କ ଦାୟାଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ସମାରୋହରେ ବହୁ ବିଶିଷ୍ଟ ଅତିଥି ଓ ସ୍ୱାଧୀନତା ସଂଗ୍ରାମୀ ତଥା ସେମାନଙ୍କ ଦାୟାଦମାନେ ଉପସ୍ଥିତ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/CM_1723211887.jpg)