/odisha-reporter/media/media_files/2025/10/15/nda-2025-10-15-13-54-45.jpg)
ନୀତୀଶ, ମୋଦି ଓ ଚିରାଗ (ଫାଇଲ ଫଟୋ)
ବିହାର ବିଧାନସଭା ନିର୍ବାଚନ(Bihar Election) ପାଇଁ ଆଜି ନୀତୀଶ କୁମାର(Nitish Kumar)ଙ୍କ ଜେଡିୟୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସିଟ ଶେୟାରିଂ ଫର୍ମୁଲାକୁ ନେଇ କ୍ଷମତାସୀନ ଏନଡିଏରେ ମତପାର୍ଥକ୍ୟ ଦେଖାଯାଇଥିବା ବେଳେ ପ୍ରଥମେ ବିଜେପି ଓ ଆଜି ଜେଡିୟୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।
ପ୍ରଥମ ପର୍ଯ୍ୟାୟରେ ଜେଡିୟୁ ୫୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରିଛି। ଏଥିରେ ଏମିତି ୪ ଆସନ ରହିଛି, ଯାହା ଉପରେ ଏନଡିଏ(Nda)ରେ ରହିଥିବା ଚିରାଗ ପାଶୱାନ(Chirag Paswan)ଙ୍କ ଏଲଜେପିର ନଜର ରହିଥିଲା। ଚିରାଗ ଉକ୍ତ ୪ ଆସନ ମାଗୁଥିଲେ ହେଁ ଏହାକୁ ବିଜେପି କିମ୍ବା ଜେଡିୟୁ ଖାତିର କରି ନାହାନ୍ତି। ଜେଡିୟୁ ନିଜ ଜିଦରେ ଅଟଳ ରହି ଚିରଗାଙ୍କ ଦଳ ଚାହୁଁଥିବା ୪ ଆସନ ସମେତ ମୋଟ ୫୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।
ସୋନବରସାରୁ ରତନେଶ ସାଦା, ମୋରୱାରୁ ବିଦ୍ୟାସାଗର ନିଶାଦ, ଏକମାରୁ ଧୁମାଲ ସିଂହ ଓ ରାଜଗିରରୁ କୌଶଲ କିଶୋରଙ୍କୁ ଜେଡିୟୁ ଟିକେଟ ଦେଇଛି। ଚିରାଗ ପାଶୱାନଙ୍କ ଦଳ ଏହି ୪ ଆସନ ଉପରେ ନଜର ରଖିଥିଲା। ଏହାକୁ ଜେଡିୟୁରେ ବ୍ୟାପକ ଆଲୋଚନା ମଧ୍ୟ ହୋଇଥିଲା। ତଥାପି ଜେଡିୟୁ ନିଜର ଏହି ୪ ଗଡ଼ ଚିରାଗଙ୍କ ପାଇଁ ଛାଡ଼ିବାକୁ ରାଜି ହୋଇନାହିଁ। ଏଥିଯୋଗୁ ଚିରାଗଙ୍କୁ ନିରାଶ ହେବାକୁ ପଡ଼ିଛି।
ଏହାପୂର୍ବରୁ ଚିରାଗ ଚାହୁଁଥିବା ଆଉ କିଛି ଆସନରେ ବିଜେପି ମଧ୍ୟ ପ୍ରାର୍ଥୀ ଘୋଷଣା କରିଥିଲା। ଦାନାପୁର, ଲାଲଗଞ୍ଜ, ହିସୁଆ ଓ ଅରୱାଲରେ ଚିରାଗଙ୍କ ଏଲଜେପି(ରାମ ବିଳାଶ) ପ୍ରାର୍ଥୀ ଦେବାକୁ ଚାହୁଁଥିଲା।
ହେଲେ ଏହି ୪ ଆସନ ବିଜେପି ଛାଡ଼ିବାକୁ ରାଜି ହୋଇ ନଥିଲା। ତେଣୁ ଚିରାଗଙ୍କୁ ଦୁଇ ଦିନରେ ଦୁଇଟି ଝଟକା ଲାଗିଛି। ଦଳ ଚାହୁଁଥିବା ୮ଟି ଆସନ ଏବେ ଜେଡିୟୁ ଓ ବିଜେପି ନେଇ ଯାଇଛନ୍ତି। ଏହାକୁ ନେଇ ଏନଡିଏରେ ନିର୍ବାଚନ ପୂର୍ବରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଅନ୍ୟପକ୍ଷରେ ଆଜି ଜେଡିୟୁ ଘୋଷଣା କରିଥିବା ୫୭ ଜଣଙ୍କ ମଧ୍ୟ ମନ୍ତ୍ରୀ ବିଜୟ କୁମାର ଚୌଧୁରୀଙ୍କ ନାଁ ରହିଛନ୍ତି। ତାଙ୍କୁ ଦଳ ସରାଇ ରଞ୍ଜନରୁ ଟିକେଟ ମିଳିଛି। ଏହାବାଦ ଆଲମନଗରରୁ ନରେନ୍ଦ୍ର ନରାୟଣ ଯାଦବ, ବିହାରୀଗଞ୍ଜରୁ ନିରଞ୍ଜନ କୁମାର ମେହତା, ସିଂହେଶ୍ୱରରୁ ରମେଶ ରିଷି ଦେବ, ମାଧେପୁରାରୁ କବିତା ସାହା, ମହିସିରୁ ଗଣ୍ଡେଶ୍ୱର ଶାହ ଟିକେଟ ପାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
