Advertisment

ଲୋକସଭା ନିର୍ବାଚନ: ଏହି କାରଣ ପାଇଁ ୬ ଜିଲ୍ଲାରେ କେହି ବି ଦେଲେନି ଭୋଟ୍‌

ନାଗାଲ୍ୟାଣ୍ଡର ଗୋଟିଏ ଲୋକସଭା ଆସନ ପାଇଁ ମଧ୍ୟ ଭୋଟ ହେଉଛି। କିନ୍ତୁ ରାଜ୍ୟର ୬ ଜିଲ୍ଲାରେ ଜଣେ ହେଲେ ବି ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ କାର୍ଯ୍ୟକାରୀ କରି ନାହାନ୍ତି।

Vote

Vote

Advertisment

ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ ଆଜି ଠାରୁ ଦେଶରେ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦେଶର ୧୦୨ ଲୋକସଭା ଆସନ ପାଇଁ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି।

Advertisment

ଏହିକ୍ରମରେ ନାଗାଲ୍ୟାଣ୍ଡର ଗୋଟିଏ ଲୋକସଭା ଆସନ ପାଇଁ ମଧ୍ୟ ଭୋଟ ହେଉଛି। କିନ୍ତୁ ରାଜ୍ୟର ୬ ଜିଲ୍ଲାରେ ଜଣେ ହେଲେ ବି ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ କାର୍ଯ୍ୟକାରୀ କରି ନାହାନ୍ତି। ସେମାନେ ଭୋଟିଂ ପ୍ରକ୍ରିୟାକୁ ବୟକଟ୍‌ କରିଛନ୍ତି।

ଇଷ୍ଟର୍ଣ୍ଣ ନାଗାଲ୍ୟାଣ୍ଡ ପିପୁଲ୍ସ ଅର୍ଗାନାଇଜେସନର ଡାକରା କ୍ରମେ ଲୋକମାନେ ଭୋଟ ଦେଇ ନାହାନ୍ତି। ସଂଗଠନ ପକ୍ଷରୁ ଇଷ୍ଟର୍ଣ୍ଣ ନାଗାଲ୍ୟାଣ୍ଡକୁ ସ୍ୱତନ୍ତ୍ର ଭୂଖଣ୍ଡ ଭାବେ ନାମିତ କରିବାକୁ ଦାବି କରାଯାଇଛି। ଏଥିସହ ଏହି ଅଞ୍ଚଳ ପାଇଁ ଗୋଟିଏ ସ୍ୱତନ୍ତ୍ର  ପ୍ରଶାସିନକ ବ୍ୟବସ୍ଥା ଓ ଅଧିକ ମାତ୍ରାରେ ଆର୍ଥିକ ସହାୟତା ଦାବି କରୁଛି। ଏଥିପାଇଁ ସଂଗଠନ ପବ୍ଲିକ ଏମର୍ଜେନ୍ସି ଘୋଷଣା କରିଛି ଓ ସ୍ଥାନୀୟ ଲୋକଙ୍କୁ ନିର୍ବାଚନ ବୟକଟ କରିବାକୁ କହିଛି।

Advertisment

ସଂଗଠନର ଏପରି ବୟକଟ ଡାକରା ପରେ ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଇଷ୍ଟର୍ଣ୍ଣ ନାଗାଲ୍ୟାଣ୍ଡ ପିପୁଲ୍ସ ଅର୍ଗାନାଇଜେସନକୁ ବିଶୃଙ୍ଖଳା ସୃଷ୍ଟି ପାଇଁ ନୋଟିସ ଜାରି କରିଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସଂଗଠନ ନିଜର ହୁକୁମାତି ଜାହିର କରିବାକୁ ଚେଷ୍ଟା କରୁଛି। ନିରପେକ୍ଷ ଭୋଟିଂ ପ୍ରକ୍ରିୟାରେ ସଂଗଠନ ହସ୍ତକ୍ଷେପ କରୁଛି। 

ଇଷ୍ଟର୍ଣ୍ଣ ନାଗାଲ୍ୟାଣ୍ଡବାସୀଙ୍କୁ ସାଧାରଣ ନିର୍ବାଚନରେ ମତାଧିକାର ସାବ୍ୟସ୍ତରୁ ସଂଗଠନ ଦୂରେଇ ରଖୁଛି। ତେଣୁ ଇଷ୍ଟର୍ଣ୍ଣ ନାଗାଲ୍ୟାଣ୍ଡ ପିପୁଲ୍ସ ଅର୍ଗାନାଇଜେସନ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ନୋଟିସ ଜାରି କରି ଜବାବ ମଗାଯାଇଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ଅନ୍ୟପକ୍ଷରେ ଇଷ୍ଟର୍ଣ୍ଣ ନାଗାଲ୍ୟାଣ୍ଡ ପିପୁଲ୍ସ ଅର୍ଗାନାଇଜେସନ କହିଛି ଯେ ଇଷ୍ଟର୍ଣ୍ଣ ନାଗାଲ୍ୟାଣ୍ଡରେ କୌଣସି ପ୍ରକାରର ବିଶୃଙ୍ଖଳା ଯେମିତି ନ ହେବ, ସେଥିପାଇଁ ବିଜ୍ଞପ୍ତି ପ୍ରକାଶ କରି ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଯାଇଛି। ଇଷ୍ଟର୍ଣ୍ଣ ନାଗାଲ୍ୟାଣ୍ଡ ଆମ ସୀମା ଓ ଆମ ନିୟନ୍ତ୍ରଣ ମଧ୍ୟରେ ରହିଛି।

ଇଷ୍ଟର୍ଣ୍ଣ ନାଗାଲ୍ୟାଣ୍ଡ ଏବେ ଜରୁରିକାଳୀନ ପରିସ୍ଥିତି ମଧ୍ୟରେ ରହିଛି। ବିଭିନ୍ନ ଅଂଶୀଦାରଙ୍କ ସହ କଥା ହେବା ପରେ ଏପରି ଘୋଷଣା ହୋଇଛି। ଲୋକମାନେ ସ୍ୱେଚ୍ଛାକୃତ ଭାବେ ଏହି କାର୍ଯ୍ୟକ୍ରମକୁ ସମର୍ଥନ କରିଛନ୍ତି ବୋଲି ସଂଗଠନ କହିଛି।

ମାର୍ଚ୍ଚ ୩୦ରେ ୨୦ ଜଣ ବିଧାୟକ ଓ ବିଭିନ୍ନ ସଂଗଠନ ସହ ଇଷ୍ଟର୍ଣ୍ଣ ନାଗାଲ୍ୟାଣ୍ଡ ପିପୁଲ୍ସ ଅର୍ଗାନାଇଜେସନ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଏହି ସମୟରେ ଇଷ୍ଟର୍ଣ୍ଣ ନାଗାଲ୍ୟାଣ୍ଡ ଲୋକସଭା ନିର୍ବାଚନରୁ ଦୂରେଇ ରହିବ ବୋଲି ଇଷ୍ଟର୍ଣ୍ଣ ନାଗାଲ୍ୟାଣ୍ଡ ପିପୁଲ୍ସ ଅର୍ଗାନାଇଜେସନ ଘୋଷଣା କରିଥିଲା।

Nagaland Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe