Advertisment

୨୪ ଜିଲ୍ଲା ପରେ ଏବେ ବିଦେଶରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିବ ସିଏମଓ, ସାଙ୍ଗରେ ଗଲେ ମନ୍ତ୍ରୀ ଓ ସାଂସଦ

ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶର ସିଲିକନ୍ ଭ୍ୟାଲିରେ ଥିବା ବିଭିନ୍ନ କମ୍ପାନୀ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନେ ବୈଠକ କରି ଓଡ଼ିଶାରେ ପ୍ରଶାସନିକ ବ୍ୟବସ୍ଥାରେ ଡିଜିଟାଲ ଟେକ୍ନୋଲୋଜିର ଅଧିକ ଉପଯୋଗ ଓ ଅନ୍ୟାନ୍ୟ କ୍ଷେତ୍ରରେ ଡିଜିଟାଲ ପ୍ରଶାସନ କିଭଳି ଯୋଗାଇ ହେବ ସେ ଦିଗରେ ନୂଆ ତଥ୍ୟ ଅନ୍ୱେଷଣ କରିବେ

BJD

BJD

Advertisment

 ରାଜ୍ୟର ୨୪ଟି ଜିଲ୍ଲାକୁ ଗସ୍ତ କରି ରାତ୍ରି ରହଣୀ ସହ ଭବ୍ୟ ସମ୍ବର୍ଦ୍ଧନା, ସଭାସମିତି ସହ ପ୍ରକଳ୍ପ ଘୋଷଣା ଆଦି କାର୍ଯ୍ୟକ୍ରମ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଆଜିଠୁ ୧୦ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ତାଙ୍କ ସହ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ବିଜେଡି ସାଂସଦ ସୁଜିତ୍ କୁମାରଙ୍କ ସମେତ ଏକ ୭ଜଣିଆ ଟିମ୍ ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶକୁ ଗସ୍ତ କରିଥିବା ସୂଚନା ମିଳିଛି । ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ର ଅଫିସରମାନେ ଓଡ଼ିଶା ସରକାରଙ୍କ ଦ୍ୱାରା ସେଠାରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଆୟୋଜିତ ଏକ ସମାବେଶ ଓ ରାତ୍ରିଭୋଜନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ଶ୍ରୀ ପାଣ୍ଡିଆନଙ୍କ ସହ ଆଜି ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ସୁଜିତ୍ କୁମାର, ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର(ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଓଏସଡି), ଆର. ଭିନିଲ କ୍ରିଷ୍ଣା (ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ), ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ଆମେରିକା ଅଭିମୁଖେ ଗସ୍ତ କରିଛନ୍ତି । ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶର ସିଲିକନ୍ ଭ୍ୟାଲିରେ ଥିବା ବିଭିନ୍ନ କମ୍ପାନୀ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନେ ବୈଠକ କରି ଓଡ଼ିଶାରେ ପ୍ରଶାସନିକ ବ୍ୟବସ୍ଥାରେ ଡିଜିଟାଲ ଟେକ୍ନୋଲୋଜିର ଅଧିକ ଉପଯୋଗ ଓ ଅନ୍ୟାନ୍ୟ କ୍ଷେତ୍ରରେ ଡିଜିଟାଲ ପ୍ରଶାସନ କିଭଳି ଯୋଗାଇ ହେବ ସେ ଦିଗରେ ନୂଆ ତଥ୍ୟ ଅନ୍ୱେଷଣ କରିବେ । ଓଡ଼ିଶାରେ ନିଜସ୍ୱ ଫାଇଭରନେଟ୍ ଗ୍ରୀଡ୍ ନିର୍ମାଣ ଓ ବିଛାଇବା ନିମନ୍ତେ ରାଜ୍ୟ ସରକାର ବଜେଟ୍ ଘୋଷଣା କରିଥିବାରୁ ଏହି ଗସ୍ତ ସମୟରେ ସିଲିକନ ଭ୍ୟାଲିରେ ଥିବା ପ୍ରମୁଖ ସଫ୍ଟୱେୟାର ଓ ଇଣ୍ଟରନେଟ୍ କମ୍ପାନୀଗୁଡ଼ିକ ସହ ପ୍ରତିନିଧି ଦଳ ଆଲୋଚନା କରିବ । ଆପଲ, ଗୁଗୁଲ, ସେଭରନ, ମେଟା(ଫେସବୁକ) ଓ ଭିସା ଆଦି କମ୍ପାନୀ ସହ ରାଜ୍ୟ ସରକାରଙ୍କ ଟିମ୍ ଆଲୋଚନା କରି ସେମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ କରିବା ନିମନ୍ତେ ପ୍ରବର୍ତ୍ତାଇବ ବୋଲି ସୂଚନା ମିଳିଛି ।

ଏହି ଗସ୍ତ ସମୟରେ କାଲିଫର୍ଣ୍ଣିଆର ପାଲୋଅଲଟୋ ସହରସ୍ଥିତ କ୍ରାଉନ ପ୍ଲାଜା ହୋଟେଲରେ ୨୮ତାରିଖ ସନ୍ଧ୍ୟାରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରବାସୀ ଓଡ଼ିଆଙ୍କ ପାଇଁ  ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଯେଉଁଠି ଶ୍ରୀ ପାଣ୍ଡିଆନଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନେ ପ୍ରବାସୀ ଓଡ଼ିଆଙ୍କ ସହ ରାଜ୍ୟର ପ୍ରଶାସନିକ ମଡେଲ ଓ ଡିଜିଟାଲ ପ୍ରଶାସନକୁ କିଭଳି ବ୍ୟାପକ କରାଯିବ ସେ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧ହଜାର ପ୍ରବାସୀ ଓଡ଼ିଆଙ୍କ ସମାବେଶ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।

Advertisment

ଯଦିଓ ସରକାରୀ ଭାବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଏହି ଗସ୍ତ ସମ୍ପର୍କରେ କିଛି ସୂଚନା ଦିଆଯାଇନାହିଁ ତଥାପି ଶ୍ରୀ ପାଣ୍ଡିଆନ ଓ ତାଙ୍କ ଟିମ୍ ଆସନ୍ତା ୩୦ ତାରିଖରେ ଭୁବନେଶ୍ୱର ଅଭିମୁଖେ ଫେରିବାର କାର୍ଯ୍ୟକ୍ରମ ରହିଛି ।

5T Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe