Advertisment

ସହରାଂଚଳ ପାଇଁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା, ପାଣ୍ଠି ଖର୍ଚ୍ଚ କରିବେ ଜାଗା ମିଶନରୁ

ଗ୍ରାମାଂଚଳରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ପ୍ରତି ପଂଚାୟତକୁ ୫୦ଲକ୍ଷ ଟଙ୍କା ଦେଇଥିବା ରାଜ୍ୟ ସରକାର ଏବେ ସହରାଂଚଳରେ ଏହି ଯୋଜନାକୁ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନେଇଛନ୍ତି ।

undefined

CM Naveen Patnaik

Advertisment

ଗ୍ରାମାଂଚଳରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ପ୍ରତି ପଂଚାୟତକୁ ୫୦ଲକ୍ଷ ଟଙ୍କା ଦେଇଥିବା ରାଜ୍ୟ ସରକାର ଏବେ ସହରାଂଚଳରେ ଏହି ଯୋଜନାକୁ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୨ତାରିଖରୁ ଫେବୃୟାରୀ ୭ତାରିଖ ମଧ୍ୟରେ ସହରାଂଚଳରେ ଏହି କାର୍ଯ୍ୟକ୍ରମ ହେବ । ଏଥିପାଇଁ ପାଣ୍ଠି ଜାଗା ମିଶନରୁ(ଯେଉଁ ସହରରେ ବସ୍ତି ଥିବ) ଓ ବସ୍ତି ନଥିଲେ ‘ଉନ୍ନତି’ ଯୋଜନାରୁ ଖର୍ଚ୍ଚ ହେବ । ଫାଇଭ-ଟି ପଦକ୍ଷେପ ଅନ୍ତର୍ଗତ ଯେଉଁସବୁ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି ସେଥିପାଇଁ କ୍ୟାମ୍ପେନ୍ ମୋଡରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା(ସହରାଂଚଳ)’ କାର୍ଯ୍ୟକ୍ରମରେ ସଚେତନତା କରାଯିବ । ଏଭଳି ଗାଇଡଲାଇନ୍ ଗତକାଲି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ହୋଇଛି ।

Advertisment

ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଜି ମାଥିଭାଥାନନ୍ ଗତକାଲି ଏହି ଗାଇଡଲାଇନ୍ ଜାରି କରି ‘ଆମ ଓଡ଼ିଶା ନବୀନ ଓଡ଼ିଶା(ସହରାଂଚଳ) ଅନ୍ତର୍ଗତ ରାଜ୍ୟସ୍ତରୀୟ ସଚେତନା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଶିବିର ଆୟୋଜନ କରି ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଯୋଗ୍ୟ ହିତାଧିକାରୀଙ୍କୁ ତା’ର ଫାଇଦା ସୁନିଶ୍ଚିତ କରାଇôାକୁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଜାନୁୟାରୀ ୨୨ରୁ ଫେବୃୟାରୀ ୭ତାରିଖ ପର୍ଯ୍ୟନ୍ତ ସମସ୍ତ ସହରାଂଚଳରେ ସଚେତନତା ଶିବିର ଆୟୋଜନ କରାଯିବ । ବିଭାଗ ଦ୍ୱାରା ଜାରି ଗାଇଡଲାଇନ୍ ଅନୁସାରେ ସମସ୍ତ ପୌରାଚଂଳ ଦ୍ୱାରା ସଚେତନତା ଶିବିର ସହରାଚଂଳ ବିକାଶ ସଂସ୍ଥା (ଡୁଡା) ଦ୍ୱାରା ପ୍ରସ୍ତୁତ କ୍ୟାଲେଣ୍ଡର ଅନୁଯାୟୀ ସମସ୍ତ ୱାର୍ଡକୁ ଅନ୍ତର୍ଭୁକ୍ତ କରାଯିବ । ଆଉ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ହିତାଧିକାରୀଙ୍କୁ ତା’ର ଫାଇଦା ସ୍ୱଚ୍ଛତାର ସହ ମଧ୍ୟ ପ୍ରଦାନ କରାଯିବ । ସାମାଜିକ କର୍ମୀ ଓ ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ନିୟୋଜିତ ହେବେ । ସେଥିପାଇଁ ପୌରାଚଂଳ ଓ ଜିଲ୍ଲା ସହରାଚଂଳ ବିକାଶ ସଂସ୍ଥା(ଡୁଡା) ଏସବୁ ଶିବିରଗୁଡ଼ିକର କାର୍ଯ୍ୟସୂଚୀ ପ୍ରସ୍ତୁତ କରି ଆସନ୍ତାକାଲି ଅର୍ଥାତ୍ ୨୦ତାରିଖ ସୁଦ୍ଧା ପୌର ପ୍ରଶାସକ ନିର୍ଦ୍ଦେଶକଙ୍କୁ ପଠାଇବେ ।

ଏହି ସଚେତନତା ଶିବିର ଆୟୋଜନ ପାଇଁ ବସ୍ତି ନଥିବା ଅଂଚଳରେ ୬୫ହଜାର ଟଙ୍କା(ଉନ୍ନତି ସ୍କିମରୁ ଖର୍ଚ୍ଚ ହେବ) ଓ ବସ୍ତି ଥିବା ଅଂଚଳରେ ଜାଗା ମିଶନରୁ ଖର୍ଚ୍ଚ କରିବାକୁ ଗାଇଡଲାଇନରେ ଉଲ୍ଲେଖ ରହିଛି। ଶିବିର ଆୟୋଜନ ଓ ସମସ୍ତ କାର୍ଯ୍ୟକ୍ରମର ଭିଡିଓଗ୍ରାଫି ଓ ଦସ୍ତାବିଜ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ପ୍ରଶ୍ନ ଉଠୁଛି, ଯଦି ରାଜ୍ୟସ୍ତରୀୟ ସଚେତନତା ଶିବିର ପାଇଁ ଖର୍ଚ୍ଚ ହେବାକୁ ଥିବା ପାଣ୍ଠି ଜାଗା ମିଶନ ଓ ଉନ୍ନତି ଯୋଜନାରୁ ଖର୍ଚ୍ଚ ହେବ ତା’ହେଲେ ଆମ ଓଡ଼ିଶା ନବୀନ ଓଡ଼ିଶା(ସହରାଂଚଳ) ନାଁ ସରକାର କାହିଁକି ଦେଇଛନ୍ତି । କାହାକୁ ବିଭ୍ରାନ୍ତ କରିବାକୁ ସରକାର ଚାହୁଁଛନ୍ତି? ଗ୍ରାମାଂଚଳ ଭଳି ସହରାଂଚଳ ପାଇଁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ସ୍ୱତନ୍ତ୍ର ଅର୍ଥ ବ୍ୟୟବରାଦ କରିବାରେ ସମସ୍ୟା କେଉଁଠି ରହିଛି, ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Advertisment
Ama Odisha-nabin Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe