Advertisment

Nuapada Byelction: ବିଜେଡି ଛାଡ଼ି ବିଜେପିରେ ମିଶିଲେ ଅମର ପଟ୍ଟନାୟକ, ପ୍ରଚାର ପାଇଁ ନୂଆପଡ଼ା ଯିବେ

ବିଜେପି ଛଡ଼ା ଅନ୍ୟ କୌଣସି ଦଳର ରାଷ୍ଟ୍ର ନିର୍ମାଣରେ ସେପରି ଭୂମିକା ନାହିଁ ବୋଲି ମୁଁ ଅନୁଭବ କରିଥିଲି, ସେଥିପାଇଁ ବିଜେପିରେ ଯୋଗଦେଲି । ତେବେ ନବୀନ ପଟ୍ଟନାୟକଙ୍କ ପ୍ରତି ତାଙ୍କର ସମ୍ମାନ ଏବେ ବି ବଳବତ୍ତର ରହିଛି ବୋଲି ଅମର କହିଛନ୍ତି ।

Amar-patnaik-joined-BJP

BJD Ex MP Amar Patnaik joined BJP

Advertisment

ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୀତିକ ଉଷ୍ମତା ମଧ୍ୟରେ ବିଜେଡି ଆଇଟି ସେଲ୍ ମୁଖ୍ୟ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଥିବାବେଳେ ଭୁବନେଶ୍ୱରରେ ଅମର ବିଜେପିରେ ମିଶିବା ବିଜେଡି ପାଇଁ ଏକ ଶକ୍ତଝଟକା  ହୋଇଛି । ଅମର ଦୁଇ ତିନିଦିନ ମଧ୍ୟରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ନୂଆପଡ଼ା ଯିବେ ।

Advertisment


ବିଜେପିରେ ସାମିଲ ହେଲେ ଅମର ପଟ୍ଟନାୟକ


ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେଡି ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମରଙ୍କ ସମେତ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ଦଳର ରାଜ୍ୟ ସଭାପତି ଶ୍ରୀ ସାମଲ ତାଙ୍କୁ ଦଳୀୟ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ ।


 ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କୁ ଦଳରେ ସ୍ୱାଗତ କରି କହିଥିଲେ ଯେ, ଆଜି ହେଉଛି କାର୍ତ୍ତିକ ମାସର ଶେଷ ସୋମବାର । ଆଉ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ାରେ ପ୍ରଚାର ମଧ୍ୟ ଆରମ୍ଭ କରିଛନ୍ତି । ଆଗାମୀ ଦିନରେ ଅମର ବାବୁ ମଧ୍ୟ ନୂଆପଡ଼ାରେ ଦଳ ପାଇଁ ପ୍ରଚାର କରିବେ । ବିଜେଡି ଭିତରର ରାଜନୀତିକ ଶ୍ୱାସରୁଦ୍ଧ ବାତାବରଣରୁ ଅମରବାବୁ ମୁକ୍ତ ହୋଇଛନ୍ତି ବୋଲି ଶ୍ରୀ ମାଝୀ କହିଥିଲେ ।

Advertisment


 ସେହିପରି ଶ୍ରୀ ପଟ୍ଟନାୟକ ମଧ୍ୟ ବିଜେପିରେ ଯୋଗ ଦେଇ ସେ ନିଜକୁ ଗୌରବାନ୍ୱିତ ମନେ କରୁଥିବା କହିବା ସହ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ରାଜ୍ୟ ସରକାରଙ୍କ ପ୍ରୟାସ ଯୋଗୁଁ ଆଜି ନକ୍ସଲବାଦର ଅନ୍ତ ହେବାକୁ ବସିଛି ।  ତାଙ୍କୁ ଦଳ ଯେଉଁ କାମରେ ନିୟୋଜିତ କରିବ, ସେ ତାହା ସଂପାଦନ କରିବେ ବୋଲି ସଙ୍କଳ୍ପ ନେଇଥିବା କହିଛନ୍ତି ।


ପରେ ଏକ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ (Amar Patnaik) ସେ କହିଛନ୍ତି ଯେ, ଓଡ଼ିଶାର ସେବା କରିବା ପାଇଁ ଚାକିରିରୁ ଆଗୁଆ ଅବସର ନେଇ ୨୦୧୮ ମସିହାରେ ବିଜେଡିରେ ସାମିଲ ହୋଇଥିଲି । ବିଜେଡି ସୁଯୋଗ ଦେଇଥିଲା । ରାଜ୍ୟସଭା ସଦସ୍ୟ ଭାବେ ସୁଯୋଗ ମିଳିଲା ଓ ଲୋକଙ୍କ ସମସ୍ୟା ସେଠାରେ ଉତଥାପନ କରିଛି । ମାତ୍ର ଆଜି ମୋ ଜୀବନର ରାଜନୈତିକ କ୍ୟାରିୟରରେ ଏକ ‘ଲାଇଫ୍ ଚେଞ୍ଜିଂ ମୁହୂର୍ତ୍ତ' ଆସିଛି । ରାଷ୍ଟ୍ର ନିର୍ମାଣ ପାଇଁ କାର୍ଯ୍ୟ କରିବାକୁ ସୁଯୋଗ ଖୋଜୁଥିଲି । ଗତ କିଛିଦିନ ଧରି ବିଜେପିରେ ମିଶିବା ଅପେକ୍ଷାରେ ଥିଲି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶ ପାଇଁ ଭାବନା ଏବଂ ବିଶ୍ୱରେ ଭାରତର ପରିଚୟ ସୃଷ୍ଟି କରିବାର ଭିଜନ ଦ୍ୱାରା ମୁଁ ଅନୁପ୍ରାଣିତ ହୋଇଛି । ୨୦୪୭ ବେଳକୁ ନୂଆ ଭାରତ ଗଠନ ବେଳେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ଭିଜନ ତିଆରି କରିଛନ୍ତି, ତାକୁ ସଫଳ କରିବାକୁ ହେବ । ବିଜେପି ଛଡ଼ା ଅନ୍ୟ କୌଣସି ଦଳର ରାଷ୍ଟ୍ର ନିର୍ମାଣରେ ସେପରି ଭୂମିକା ନାହିଁ ବୋଲି ମୁଁ ଅନୁଭବ କରିଥିଲି, ସେଥିପାଇଁ ବିଜେପିରେ ଯୋଗଦେଲି । ତେବେ ନବୀନ ପଟ୍ଟନାୟକଙ୍କ ପ୍ରତି ତାଙ୍କର ସମ୍ମାନ ଏବେ ବି ବଳବତ୍ତର ରହିଛି ବୋଲି ଅମର କହିଛନ୍ତି ।


ଚାପ ପକାଇ ମିଶାଇଛନ୍ତି, ଫରକ ପଡ଼ିବନି:ବିଜେଡି


ଅମର ପଟ୍ଟନାୟକ ବିଜେପିରେ ସାମିଲ ହେବା ପରେ ଶଙ୍ଖ ଭବନରେ ସାମ୍ୱାଦିକ ସମ୍ମିଳନୀ କରି ଚିରାଚରିତ ଢଙ୍ଗରେ କଡ଼ା ଭାଷାରେ ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛି ବିଜେଡି । ଦଳର ଦୁଇ ମୁଖପାତ୍ର ଲେନିନ୍ ମହାନ୍ତି ଓ ସୁଲତା ଦେଓ କହିଛନ୍ତି ଯେ, ନୂଆପଡ଼ାରେ ନବୀନଙ୍କ ପ୍ରତି ସମର୍ଥନ ଦେଖି ଈର୍ଷାନ୍ୱିତ ହୋଇ ସମାନ ସମୟରେ ଏହି ମିଶ୍ରଣ ପର୍ବ କରାଇଛି । ଅମର ପଟ୍ଟନାୟକ ଚାପରେ ବିଜେପିରେ ସାମିଲ ହୋଇଛନ୍ତି । ସେ ତାଙ୍କର ଭବିଷ୍ୟତକୁ ନେଇ ଚିନ୍ତା କରିବାର ଆବଶ୍ୟକ ରହିଛି । ଓଡ଼ିଶା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା ସେ ମନେ ରଖିବା ଉଚିତ । ଅମର ପଟ୍ଟନାୟକ ପ୍ରତିଦିନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିଲେ । କିନ୍ତୁ ଏବେ ରାଷ୍ଟ୍ର ନିର୍ମାଣ କଥା କହୁଛନ୍ତି । ହଠାତ ତାଙ୍କର ମନ ପରିବର୍ତ୍ତନ କାହିଁକି ହେଲା ସେକଥା ଅମର ପଟ୍ଟନାୟକ କୁହନ୍ତୁ । ସେହିପରି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଅମର ପଟ୍ଟନାୟକ କିଏ? ତାଙ୍କ ନିର୍ବାଚନ ମଣ୍ଡଳୀ କେଉଁଠି? କେତେଟା ଲୋକ ତାଙ୍କ ସହିତ ଅଛନ୍ତି? ସିଏ ଗଲେ କିଛି ଫରକ ପଡ଼ିବନି । ଉପନିର୍ବାଚନ ସମୟରେ ବିଜେପି ଏମିତି କରୁଛି କିନ୍ତୁ କିଛି ପ୍ରଭାବ ପଡ଼ିବନି । ବିଜେଡି ଉପନିର୍ବାଚନ(nuapada byelection)ରେ ଜିତିବ ବୋଲି ସେ ଦମ୍ଭୋକ୍ତି ବାଢ଼ିଛନ୍ତି ।

nuapada byelection Amar Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe