ବିଜେଡିରେ ପାଣ୍ଡିଆନ-ବବିଙ୍କ ଅଘୋଷିତ ଫତୱା: ଚୁପ୍ ରୁହ ନଚେତ୍ ଦଳ ଛାଡ଼ି ପଳାଅ: ଅମର ଛାଡ଼ିଲେ, ଆଗକୁ କିଏ ?

ଦଳର ପରାଜୟ ପାଇଁ ନବୀନ ନିଜେ ଦୋଷ ମୁଣ୍ଡାଉନାହାନ୍ତି କିମ୍ବା ପାଣ୍ଡିଆନଙ୍କ ମୁଣ୍ଡରେ ଦୋଷ ଲଦିବାକୁ ଚାହୁଁନାହାନ୍ତି । କିମ୍ବା ସଂଗଠନକୁ ପୁଣିଥରେ ନୂତନ ଭାବେ କ୍ରିୟାଶୀଳ କରିବାକୁ ମଧ୍ୟ ନବୀନ ଚାହୁଁନଥିବା ସୂଚନା ମିଳିଛି ।

 Pandian And Bobby

ପାଣ୍ଡିଆନ ଓ ବବି (ଫାଇଲ ଫଟୋ)

Ordigital Desk
  • Published: Monday, 14 October 2024
  • Updated: 14 October 2024, 08:47 PM IST

Sports

Latest News

ବିଜେଡିର ଅଘୋଷିତ ସର୍ବେସର୍ବା ସାଜି ଭିକେ ପାଣ୍ଡିଆନ ନିଜର ଟିମ୍ ମାଧ୍ୟମରେ ସୁଚିନ୍ତିତ ଢଙ୍ଗରେ ବିଜେଡିର ୨୪ବର୍ଷର ଶାସନର ପତନ କରାଇଲେ । ଆଉ ଏବେ ୬ମାସ ନପୁରୁଣୁ ଖାସ୍ ସହଯୋଗୀ ପ୍ରଣବପ୍ରକାଶ ଦାସ ଓରଫ ବବି ଦାସଙ୍କ ମାଧ୍ୟମରେ ଦଳରେ ବିଶୃଙ୍ଖଳା ଭିଆଇ ବିଜେଡିକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାର ରଣନୀତି କରିଥିବା ଚର୍ଚ୍ଚା ଜୋର ଧରିଲାଣି । ଦଳର ବରିଷ୍ଠ ନେତାମାନଙ୍କୁ ସର୍ବସାଧାରଣରେ ହତାଦର ଓ ଅପମାନିତ କରି ‘ଚୁପ୍ ରୁହ ନଚେତ୍ ଦଳ ଛାଡ଼’ ବୋଲି ଅଘୋଷିତ ଫତୱା ଜାରି କଲେଣି । ଏସବୁ ପରେ ବି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଖିରେ ଅନ୍ଧପୁଟୁଳି ବାନ୍ଧି ଧୃତରାଷ୍ଟ୍ର ସାଜିଛନ୍ତି ଆଉ ପାଣ୍ଡିଆନଙ୍କ ପାଖରେ ବିଜେଡିକୁ ସମ୍ପୂର୍ଣ୍ଣ ବନ୍ଧା ପକାଇ ନିଜର ଅସହାୟତାର ପରିଚୟ ଦେବାକୁ ପଛାଉନାହାନ୍ତି । ଏପଟେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ଆତ୍ମସମ୍ମାନ ସହ ସାଲିସ୍ ନକରି ତାଙ୍କର ଦଳୀୟ ସଦସ୍ୟତା ନବୀକରଣ କରିବେ ନାହିଁ ବୋଲି କହି ଦଳ ଛାଡ଼ୁଥିବାର ଆଜି ସଙ୍କେତ ଦେଇଥିବାବେଳେ ଆଉ କେଉଁ ସ୍ୱାଭିମାନୀ ବିଜେଡି ନେତା ତାଙ୍କ ମାର୍ଗ ଆପଣାଉଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି ।

ସୂଚନା ଅନୁସାରେ, ବିଜେଡିକୁ ସୁଚିନ୍ତିତ ଢଙ୍ଗରେ ମୂଳପୋଛ କରିବା ପାଇଁ ଯେଉଁମାନେ ଷଡ଼ଯନ୍ତ୍ର କରୁଛନ୍ତି ଏବେ ସେମାନଙ୍କ ବିରୁଦ୍ଧରେ ଯିଏ ମୁହଁ ଖୋଲିବ ଅବା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିରବତାକୁ ନେଇ ଯିଏ ପ୍ରଶ୍ନ ଉଠାଇବ ତାଙ୍କୁ ବିଜେଡିରେ ଅପମାନିତ ହେବାକୁ ପଡ଼ିବ । ଏପରିକି ଦଳ ଛାଡ଼ିବା ପାଇଁ ତାଙ୍କୁ ବାଧ୍ୟ କରାଯାଉଥିବା ଜଣାପଡ଼ିଛି । କେବଳ ସେତିକି ନୁହେଁ ପାଣ୍ଡିଆନ-ବବିଙ୍କ ସଖିକଣ୍ଢେଇ ସାଜି ଦଳର ଅସ୍ଥାୟୀ ନେତୃତ୍ୱ ନେଉଥିବା ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ମଧ୍ୟ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ସାଂଗଠନିକ ଦୋଷ ଦୁର୍ବଳତା କଥା ଉଠାଉଥିବା ନେତା-କର୍ମୀମାନଙ୍କୁ ‘ଦଳ ଛାଡ଼ି ପଳାଇବାକୁ’ କହୁଥିବା ସୂଚନା ମିଳିଛି । ଯଦିଓ ନିର୍ବାଚନୀ ବିପର୍ଯ୍ୟୟ ପାଇଁ ପାଣ୍ଡିଆନ ଓ ତାଙ୍କ ଟିମ୍ ଦାୟୀ ବୋଲି ଦଳର ପଂଚାୟତଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ କର୍ମୀ-ନେତା କହି ହେଉଛନ୍ତି । ଏପଟେ ବିଜେଡିର ଆଗଧାଡ଼ିର ନେତାମାନେ ନିଜର ରାଜନୀତିକ ଅସ୍ତିତ୍ୱ ବଂଚାଇବା ପାଇଁ ଏବେବି ପାଣ୍ଡିଆନ-ବବିଙ୍କ ଯୋଡ଼ି ଆଗରେ ସ୍ୱାଭିମାନ ଓ ଆତ୍ମସମ୍ମାନକୁ ଜଳାଞ୍ଜଳି ଦେଇ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଦେଇଥିବା ଜଣାପଡ଼ିଛି । ଅମରଙ୍କ ପରେ ବିଜେଡିର କେଉଁ ସ୍ୱାଭିମାନୀ ନେତା ଦଳର ‘ଏକଛତ୍ରବାଦୀ ସାଂଗଠନିକ ପରିଚାଳନା’ ବିରୁଦ୍ଧରେ ସ୍ୱର ଉଠାଇବାର ସତସାହସ କରିବେ ଓ ସିଧାସଳଖ ପାଣ୍ଡିଆନ-ବବି ଯୋଡ଼ିଙ୍କୁ ମୁହଁତୋଡ଼ ଜବାବ ଦେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଯାଜପୁର ବିଜେଡି କହିଲେ ‘ବବି-ଜିତୁ-ଡାନି’ ବୋଲି ଗତ ସପ୍ତାହରେ ଖୋଦ୍ ବବି ବୟାନ ଦେଇ ଜିଲ୍ଲାର ଅନ୍ୟ ବରିଷ୍ଠ ଦଳୀୟ ନେତାମାନଙ୍କୁ ଗୁରୁତ୍ୱହୀନ ବୋଲି ଦର୍ଶାଇବାକୁ ପ୍ରୟାସ କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଗସ୍ତରେ ଯାଇ ବିଜେଡି ଶାସନକାଳରେ ୩ଟି ପରିବାର ଯାଜପୁର ଜିଲ୍ଲାକୁ ଲୁଟ୍ କରିଥିବା ନେଇ ଯେଉଁ ଇଙ୍ଗିତ କରିଥିଲେ ତାକୁ ବବିଙ୍କ ଏହି ବୟାନ ହିଁ ପରୋକ୍ଷରେ ସ୍ପଷ୍ଟ କରାଇଛି । ତେବେ ବବିଙ୍କ ଏଭଳି ବୟାନକୁ ନେଇ ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଚୁପ୍ ରହିଥିଲେ ମଧ୍ୟ ପ୍ରତିଷ୍ଠାତା ସଦସ୍ୟ ଅମର ଶତପଥୀ ନିଜର କ୍ଷୋଭ ବ୍ୟକ୍ତ କରିବାକୁ ପଛାଇନଥିଲେ । ଦଳୀୟ ପରିଚାଳନାକୁ ନେଇ ଅମର ଏଭଳି କୌଣସି ଆପତ୍ତିଜନକ ମତ-ମନ୍ତବ୍ୟ ଦେଇନଥିଲେ । ଓଲଟା ପାଣ୍ଡିଆନଙ୍କ ମାମଲାତିକୁ ବି ଗୁରୁତ୍ୱ ନଦେଇ ନବୀନ ଠିକ୍ ଢଙ୍ଗରେ ନେତୃତ୍ୱ ନିଅନ୍ତୁ ବୋଲି ମତ ଦେଇଥିଲେ । ମାତ୍ର ଆଜି ଦଳର ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ମୁହଁରେ ଅମରଙ୍କୁ ସିଧାସଳଖ ଦଳ ଛାଡ଼ି ଚାଲିଯିବାକୁ ଯେଭଳି କୁହା କରାଗଲା ତାହା ପଛରେ ପାଣ୍ଡିଆନ-ବବିଙ୍କ ମାମଲାତି ପ୍ରମାଣିତ ହୋଇଛି । ନିଜ ଜୀବନକାଳରେ ୱାର୍ଡମେମ୍ବର ନିର୍ବାଚନଟିଏ ଜିତିନଥିବା ଲେନିନଙ୍କ ମୁହଁରେ ଅମରଙ୍କ ଭଳି ବରିଷ୍ଠ ନେତାଙ୍କୁ କଟାକ୍ଷ କରିବା ବିଜେଡିରେ ସ୍ୱାଭିମାନୀ ନେତାଙ୍କ ମରୁଡ଼ି ପଡ଼ିଥିବା ସ୍ପଷ୍ଟ ହେଲାଣି ।

Also Read

ତେବେ ପ୍ରଶ୍ନ ଉଠୁଛି, ବବି ଯାଜପୁର ବିଜେଡିକୁ ଭାଗଭାଗ କରିବା ଭଳି ଯେଉଁ ମନ୍ତବ୍ୟ ଦେଲେ ସେଥିପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନକରି ଓଲଟା ଅମରଙ୍କୁ ଦଳ ଛାଡ଼ି ଚାଲିଯିବାକୁ କହିବା ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଓ ପାଣ୍ଡିଆନ-ବବିଙ୍କ ମାମଲାତିକୁ ପଦାରେ ପକାଇ ଦେଇଛି । ଏହାସହିତ ବଡ଼ଚଣା ରାଜନୀତିକୁ ନେଇ ସାମାନ୍ୟତମ ଜ୍ଞାନ ନଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ହିଁ ବିଗତ କିଛିମାସ ଧରି ପାଣ୍ଡିଆନ-ବବିଙ୍କ ପସନ୍ଦ ଓ ବାଧ୍ୟବାଧକତା ପାଲଟିଯାଇଛନ୍ତି ।

ବିଜେଡିର ବିଗତ କିଛିଦିନର ଘଟଣାକ୍ରମକୁ ଅନୁଧ୍ୟାନ କଲେ ଏସବୁ ବିଶୃଙ୍ଖଳା ପଛରେ ପାଣ୍ଡିଆନ ଓ ବବିଙ୍କ ଯୋଡ଼ି ରହିଥିବା ଧୀରେଧୀରେ ସ୍ପଷ୍ଟ ହେଲାଣି ।  ପାଣ୍ଡିଆନଙ୍କ ଖାସ୍ ବବି ଦାସ ଏବେ ଦଳର କୌଣସି ପଦପଦବୀ କିମ୍ବା କମିଟିରେ ନଥାଇ ମଧ୍ୟ ତାଙ୍କ ଛତ୍ରଛାୟାରେ ରହି ଓ ତାଙ୍କ ନିର୍ଦ୍ଦେଶରେ ବିଜେଡିରେ ବିଶୃଙ୍ଖଳାକୁ ଉସକାଇବାରେ ଲାଗିଛନ୍ତି । ଭୁବନେଶ୍ୱର ବିଜେଡି ଓ ଯାଜପୁର ବିଜେଡିରେ ବିଶୃଙ୍ଖଳା ପଛରେ ବବିଙ୍କ ପ୍ରତ୍ୟକ୍ଷ ଭୂମିକା ରହିଥିବା ଚର୍ଚ୍ଚା ହେଉଛି ।

ସେହିପରି ଭୁବନେଶ୍ୱରର ଦଳୀୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ବିରୋଧ କରି ଦୁଇ କର୍ପୋରେଟର ଅମରେଶ ଜେନା ଓ ବିରଂଚିନାରାୟଣ ମହାସୁପକାର ବାରମ୍ବାର ବୟାନବାଜି କଲେ । ସେମାନଙ୍କୁ ନୋଟିସ୍ ଜାରି ହେବାର ୧୫ଦିନ ବିତିଲାଣି । କିନ୍ତୁ ବବିଙ୍କ ଇଙ୍ଗିତରେ କାର୍ଯ୍ୟାନୁଷ୍ଠାନ ହେଉନି ଓଲଟା ସେମାନଙ୍କୁ ନବୀନ ନିବାସ ଡାକି ନବୀନଙ୍କ ସହ ଭେଟଘାଟର ସୁଯୋଗ ଦିଆଯାଉଛି । ଏଭଳି କରି ଅଶୋକ ଓ ଅନନ୍ତ ଗୋଷ୍ଠୀକୁ ଦଳ ଛାଡ଼ିବା ପାଇଁ ଉସକାଇବାକୁ ପ୍ରୟାସ ହେଉଛି ।

ନବୀନଙ୍କ ଅସହାୟତା ଓ ନିରବତା ମଧ୍ୟରେ ପାଣ୍ଡିଆନ ପୁଣିଥରେ ସକ୍ରିୟ ହୋଇଛନ୍ତି । ଆଉ ଏବେ ଦଳର ପୁରୁଖା ଓ ପୁରୁଣା ନେତାମାନଙ୍କୁ ଚୁପ୍ ରହିବାକୁ ଅଘୋଷିତ ଫତୱା ଜାରି ସହ ଦଳ ଛାଡ଼ି ପଳାଇବାକୁ ଚେତାବନୀ ଦେଉଛନ୍ତି । ଏପରିକି ଏବେ ପାଣ୍ଡିଆନଙ୍କ ବିନାନୁମତିରେ ନବୀନଙ୍କୁ ଆଉ ଦଳୀୟ ନେତାମାନେ ଭେଟିବା ବି ସମ୍ଭବପର ହେଉନଥିବା ଜଣାପଡ଼ିଛି । ଆଭ୍ୟନ୍ତରୀଣ କନ୍ଦଳ ଚରମସୀମାରେ ପହଂଚିଲାଣି ଓ ଦଳ ଯେକୌଣସି ମୁହୂର୍ତ୍ତରେ ‘ତାସ ଘର ପରି ଭୁଶୁଡ଼ି ପଡ଼ିବାର’ଆଶଙ୍କା ବି ଦେଖାଦେଲାଣି । ତଥାପି ଦଳର ଆଗଧାଡ଼ିର ନେତାମାନେ ‘ଗାନ୍ଧିଙ୍କ ତିନି ମାଙ୍କଡ଼’ ଭଳି ଆଚରଣ କରିବାରେ ଲାଗିଛନ୍ତି ।

ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଓଡ଼ିଶା ରାଜନୀତିରେ ମହାଦ୍ରୁମ ପାଲଟିଥିବା ବିଜେଡିର ୨୪ବର୍ଷର ଶାସନର ଅନ୍ତ କାହିଁକି ଘଟିଲା, ସାଧାରଣ ନିର୍ବାଚନରେ ଓଡ଼ିଶାର ଲୋକେ କାହିଁକି ଦଳଠୁ ମୁହଁ ଫେରାଇନେଲେ, ତା’ର କାରଣ ଏପର୍ଯ୍ୟନ୍ତ ଖୋଜିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗ୍ରହ ନଦେଖାଇବା ପଛରେ ପାଣ୍ଡିଆନଙ୍କ ଚାପ କାମ ଦେଉଥିବା ଜଣାପଡ଼ିଛି । ଦଳର ପରାଜୟ ପାଇଁ ନବୀନ ନିଜେ ଦୋଷ ମୁଣ୍ଡାଉନାହାନ୍ତି କିମ୍ବା ପାଣ୍ଡିଆନଙ୍କ ମୁଣ୍ଡରେ ଦୋଷ ଲଦିବାକୁ ଚାହୁଁନାହାନ୍ତି । କିମ୍ବା ସଂଗଠନକୁ ପୁଣିଥରେ ନୂତନ ଭାବେ କ୍ରିୟାଶୀଳ କରିବାକୁ ମଧ୍ୟ ନବୀନ ଚାହୁଁନଥିବା ସୂଚନା ମିଳିଛି । ଏପରିକି ଦଳର ଯେଉଁ ୩-୪ଜଣ ରାଜ୍ୟସ୍ତରୀୟ ନେତା ଏହି ସମୀକ୍ଷା ପାଇଁ ବାରମ୍ବାର ଦାବି କଲେ ସେମାନଙ୍କ ମଧ୍ୟରୁ କାହାକୁ ଝିଅ ବାହାଘର ପାଇଁ ଟଙ୍କା ତ ଆଉ କାହାକୁ ଅନ୍ୟ କିଛି ମାଧ୍ୟମରେ ଚୁପ୍ କରିଦିଆଗଲା ବୋଲି ଚର୍ଚ୍ଚା ହେଉଛି । ଏପଟେ ଧର୍ମକୁ ଆଖିଠାର ମାରିବା ଭଳି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହେଲା, କିନ୍ତୁ ନବୀନଙ୍କ ଅନୁପସ୍ଥିତିରେ । ଆଭ୍ୟନ୍ତରୀଣ କନ୍ଦଳ ବଢ଼ିବା ଦେଖି ତାକୁ ମଧ୍ୟ ବନ୍ଦ କରିଦିଆଗଲା । ଏବେ ଦଳରେ ବିଶୃଙ୍ଖଳା ଭିଆଇ ପୁଣିଥରେ ନିୟନ୍ତ୍ରଣ ନେବାକୁ ପାଣ୍ଡିଆନ-ବବି ଯୋଡ଼ି ଏସବୁ ଷଡ଼ଯନ୍ତ୍ର କରୁଛନ୍ତି ଓ ସବୁଜାଣି ମଧ୍ୟ ଦଳୀୟ ନେତାମାନେ ସେମାନଙ୍କ ସାତଖୁଣ୍‌କୁ ମାଫ୍ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story