/odisha-reporter/media/post_attachments/uploadimage/library/16_9/16_9_0/IMAGE_1729168578.jpg)
Amar Prasad Satpathy
ଆଜି ପୁଣି ବଡ଼ ବୟାନ ଦେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ । ସେ କହିଛନ୍ତି, ବିଜେଡି ଛାଡ଼ିପାରନ୍ତି ଆଉ କିଛି ରାଜ୍ୟସଭା ଏମପି । ୨ ଜଣଙ୍କ ପରେ ଆଉ କିଛି ଏମ୍ ପି ଛାଡ଼ିପାରନ୍ତି । ଦଳରେ ପୂର୍ବରୁ ଅସନ୍ତୋଷ ଥିଲା, କିନ୍ତୁ କେହି ମୁହଁ ଖୋଲୁନଥିଲେ । ସେ କହିବା ଆରମ୍ଭ କରିବାରୁ ଅନେକ ମୁହଁ ଖୋଲୁଛନ୍ତି। ଦଳରେ ଅସନ୍ତୋଷ ଅଛି, ଏଥିରେ ଦ୍ବିମତ ନାହିଁ । ୨ ଜଣ ରାଜ୍ୟସଭା ଏମପିଙ୍କ ପରେ ଆଉ କିଛି ସାଂସଦ ବି ଦଳ ଛାଡ଼ିପାରନ୍ତି । ମୋ ମୂଳ ପ୍ରଶ୍ନ ଉତ୍ତର କେହି ଦେଲେନି, ସଭାପତି ମୁହଁ ଖୋଲୁନାହାନ୍ତି । ଯେଉଁମାନେ ବୟାନବାଜି କରୁଛନ୍ତି, ସେମାନେ ଦଳର କ୍ଷତି ଘଟାଉଛନ୍ତି ।
ସୂଚନା ଅନୁସାରେ, ବିଜେଡି ନିର୍ବାଚନୀ ବିପର୍ଯ୍ୟୟର କାରଣ ସାଜିଥିବା ଭିକେ ପାଣ୍ଡିଆନଙ୍କୁ ନେଇ ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଦଳର ପ୍ରତିଷ୍ଠାତା ସଦସ୍ୟ ଅମର ଶତପଥୀ ଓ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ମୁହଁ ଖୋଲି ବିଜେଡିର ବିପର୍ଯ୍ୟୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିବାରୁ ବିଜେଡି ଚିହିଁକି ଉଠିଛି ।
ସେପଟେ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ସୁଧିର ସାମଲ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
