Advertisment

ଟିକେଟ୍‌ କଟିବା ପରେ ଅମରଙ୍କ ଘରେ ସମର୍ଥକଙ୍କ ମେଳି

ଆଜି ଅପରାହ୍ଣରେ ଶତାଧିକ ସମର୍ଥକ ଅମରଙ୍କ ଭୁବନେଶ୍ୱର ସ୍ଥିତ ବାସ ଭବନରେ ଏକାଠି ହୋଇଛନ୍ତି। ଆଉ ନିଜର ଅସନ୍ତୋଷ ଝାଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ ନେଇ ପୁନର୍ବିଚାର କରିବାକୁ ଦାବି କରିଛନ୍ତି ସମର୍ଥକ।

ଅଦ୍ୟତନ ହୋଇଛି
BJD

BJD

Advertisment

ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଟିକେଟ କାହିଁକି କଟିଲା? ତାହାର କାରଣ ଜଣାପଡ଼ିନଥିବା ବେଳେ ଅମରଙ୍କ ସମର୍ଥକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଅପରାହ୍ଣରେ ଶତାଧିକ ସମର୍ଥକ ଅମରଙ୍କ ଭୁବନେଶ୍ୱର ସ୍ଥିତ ବାସ ଭବନରେ ଏକାଠି ହୋଇଛନ୍ତି। ଆଉ ନିଜର ଅସନ୍ତୋଷ ଝାଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ ନେଇ ପୁନର୍ବିଚାର କରିବାକୁ ଦାବି କରିଛନ୍ତି ସମର୍ଥକ।

Advertisment

ବଡ଼ଚଣା ବିଜେଡିର ଜଣେ ଯୁବ ନେତା କହିଛନ୍ତି, ଆମ ବିଧାୟକ ବଡ଼ଚଣାରେ ସର୍ବଗ୍ରହଣୀୟ ନେତା। ଥରେ କି ଦୁଇ ଥର ନୁହେଁ, ୬ ଥର ବଡ଼ଚଣା ମାଟିରୁ ପ୍ରତିନିଧିତ୍ୱ କରିଛନ୍ତି। କେବେ ହେଲେ ଦଳର କ୍ଷତି କରିନାହାନ୍ତି। ବିଗତ ଦିନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ବଡ଼ଚଣା ସର୍ବାଧିକ ରକ୍ତ ଦେଇଥିଲା। ୫ ଜିଲ୍ଲା ପରିଷଦ ଓ ଚେୟାରମ୍ୟାନ୍‌ ପଦବୀକୁ ଅଧିକାର କରିଥିଲା ବଡ଼ଚଣା। ତାହା ପରେ ମଧ୍ୟ ଅଲଗା ନିଷ୍ପତ୍ତି ନିଆଗଲା। ତଥାପି ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ଭରସା ଅଛି, ଆଉ ଥରେ ପୁନର୍ବିଚାର କରନ୍ତୁ। ତାଙ୍କୁ ଆଉ ଥରେ ସୁଯୋଗ ଦିଅନ୍ତୁ। ତାଙ୍କୁ ଅଣଦେଖା କରାଯାଇଥିବାରୁ ଆମେ ସବୁ ମର୍ମାହତ ହୋଇଛୁ ବୋଲି ଯୁବ ନେତା ଜଣକ କହିଛନ୍ତି।

ଆଉ ଜଣେ ଯୁବ ନେତା କହିଛନ୍ତି, ମାନ୍ୟବର ବିଧାୟକଙ୍କ ନେତୃତ୍ୱରେ ବଡ଼ଚଣା ବିଜେଡି ସବୁବେଳେ ସଶକ୍ତ ହୋଇଥିଲା। ଯେଉଁ ସମୟରେ ଯେ କୌଣସି ପରୀକ୍ଷା ଦିଆଯାଇଛି, ବଡ଼ଚଣା ସବୁଥିରେ ପାସ୍‌ କରିଛି। ବିଧାୟକଙ୍କ ଡାକରାରେ ଶତାଧିକ କର୍ମୀ ତାଙ୍କ ପାଖରେ ପହଞ୍ଚିଛନ୍ତି। ସେ ଜଣେ ଅପରାଜେୟ ଓ ଅପ୍ରଦ୍ୱନ୍ଦ୍ୱୀ ନେତା ଥିଲେ। ତେବେ କ’ଣ ପାଇଁ ବିଧାୟକ ଅମର ପ୍ରସାଦ ଶତପଥୀଙ୍କର ଟିକଟ କଟିଲା, ତାହା ଜଣାପଡ଼ୁନାହିଁ। ଯେଉଁଥିପାଇଁ ଆମେ ସମସ୍ତେ ଆଜି ମର୍ମାହତ। ଆଜି ସମସ୍ତେ ଆସି ବିଧାୟକଙ୍କ ପାଖରେ ପହଞ୍ଚିଛୁ ବୋଲି ଯୁବ ନେତା ଜଣକ କହିଛନ୍ତି।

Advertisment

ସେପଟେ ଟିକେଟ କଟିବା ପରେ ବଡ଼ଚଣା ବିଧାୟକ ଅମର ଶତପଥୀ କହିଛନ୍ତି, ଟିକେଟ କିଏ ଓ କାହିଁକି କାଟିଛନ୍ତି ଜାଣିନି। ମୁଁ ଦଳରେ ଅଛି। ମୋର ଦଳ ପରିବର୍ତ୍ତନ କରିବାର ନାହିଁ। ବଡ଼ଚଣା ସହ ୪୦ ବର୍ଷର ସଂପର୍କ ରହିଛି। ଲୋକ ଦେଖା କରିବାକୁ ଆସୁଛନ୍ତି ବୋଲି ଅମର ପ୍ରସାଦ ଶତପଥୀ କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି ଅମର ପ୍ରସାଦ ଶତପଥୀଙ୍କ ଟିକଟ କଟିବା ପରେ ଏତେ ହୋ-ହଲ୍ଲା କାହିଁକି? ସୂଚନାରୁ ପ୍ରକାଶ, ଅମର ପ୍ରସାଦ ଶତପଥୀ ଜଣେ ଲୋକପ୍ରିୟ ନେତା। ସେ ୧୯୯୦ ମସିହାରେ ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତା’ପରେ ଅର୍ଥାତ ୧୯୯୫ ମସିହାରେ ପୁଣି ଥରେ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗଦେଇଥିଲେ। ବିଜେଡି ତାଙ୍କୁ ୨୦୦୦ ମସିହାରେ ଚଡ଼ଚଣା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ସେହି ପରୀକ୍ଷାରେ ସେ ପାସ୍‌ କରିଥିଲେ, ଆଉ ବଡ଼ଚଣା ବିଧାୟକ ହୋଇଥିଲେ। ତା’ପରେ ସେ ଏନ୍‌ସିପିରେ ଯୋଗଦେଇ ୨୦୦୯ ମସିହାରେ ବିଧାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ପୁଣି ଥରେ ବିଜେଡିକୁ ଫେରିଥିଲେ। ୨୦୧୪ରୁ ଆଜି ପର୍ଯ୍ୟନ୍ତ ସେ ବଡ଼ଚଣାରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। କହିବାକୁ ଗଲେ ୨୦୦୪କୁ ଛାଡ଼ିଦେଲେ ୧୯୯୦ରୁ ଆଜି ପର୍ଯ୍ୟନ୍ତ ସେ ଲଗାତାର ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇ ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ହେଲେ ଆଜି ତାଙ୍କର ଟିକଟ କଟିଛି। ତାଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ବିଜେଡି।

BjD Jajpur Jajpur Bjd Leaders Loksabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe