Advertisment

ବନ୍ଦିତାଙ୍କ ଆରୋପ ନିଆଁରେ ଘିଅ ଢାଳିଲେ ଅମରେଶ; କହିଲେ- ବିଜେଡି ନାଁ’ରେ ଚାଲିଛି ‘ବୁନୁ ଜନତା ଦଳ’

ଭୁବନେଶ୍ୱର ମଧ୍ୟ ବିଧାୟକ ବୁନୁଙ୍କ ଟେନସନ୍‌ ବଢ଼ିଛି। ଆଉ ତାଙ୍କ ଟେନ୍‌ସନ୍‌ ବଢ଼ାଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (BMC)ର ୩୭ ନମ୍ବର ୱାର୍ଡରୁ ସ୍ୱାଧୀନ ଭାବେ ଜିତି ପରେ ବିଜେଡିରେ ଯୋଗଦେଇଥିବା କର୍ପୋରେଟର ବନ୍ଦିତା ପାଲ।

ଅଦ୍ୟତନ ହୋଇଛି
BJD

BJD

Advertisment

ରାଜଧାନୀ ବିଜେଡି ଫାଳ ଫାଳ। ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କ ଉପରେ ଖପ୍ପା ହୋଇ ବିଜେଡି ଛାଡ଼ି ବିଜେପି ଶିବିରକୁ ଡେଇଁଲେ ୩୭ ନମ୍ବର ୱାର୍ଡର କର୍ପୋରେଟର ବନ୍ଦିତା ପାଲ୍‌। ପଦ୍ମ ଧରୁ ଧରୁ ବୁନୁଙ୍କ ବିରୋଧରେ ଗର୍ଜିଛନ୍ତି ବନ୍ଦିତା। ତେଣେ ବନ୍ଦିତାଙ୍କ ଆରୋପ ନିଆଁରେ ଘିଅ ଢାଳିଛନ୍ତି ବିଦ୍ରୋହୀ ବିଜେଡି କର୍ପୋରେଟର ଅମରେଶ ଜେନା। କହିଛନ୍ତି, ଭୁବନେଶ୍ୱରରେ ଏବେ ବିଜୁ ଜନତା ଦଳ ନାଁ’ରେ ‘ବୁନୁ ଜନତା ଦଳ’ ଚାଲିଛି।

Advertisment

ଭୁବନେଶ୍ୱର ମଧ୍ୟ ବିଧାୟକ ବୁନୁଙ୍କ ଟେନସନ୍‌ ବଢ଼ିଛି। ଆଉ ତାଙ୍କ ଟେନ୍‌ସନ୍‌ ବଢ଼ାଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (BMC)ର ୩୭ ନମ୍ବର ୱାର୍ଡରୁ ସ୍ୱାଧୀନ ଭାବେ ଜିତି ପରେ ବିଜେଡିରେ ଯୋଗଦେଇଥିବା କର୍ପୋରେଟର ବନ୍ଦିତା ପାଲ। ଆଜି ସେ ବିଜେଡିକୁ ବାଏ ବାଏ କରିଛନ୍ତି। ଆଉ ତା’ର କିଛି ସମୟ ପରେ ନିଜ ସମର୍ଥକଙ୍କ ସହ ଆସି ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ବିଜେପିରେ ମିଶିବା ପରେ ସେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ନିଶାନା କରିଛନ୍ତି।

ବନ୍ଦିତା କହିଛନ୍ତି, ୱାର୍ଡରେ ବିକାଶ ମୂଳକ କାମରେ ବାଧକ ସାଜୁଛନ୍ତି ବୁନୁ। ଜାଣିଶୁଣି ହଇରାଣ କରୁଛନ୍ତି। ଏ ନେଇ ବାରମ୍ବାର ନବୀନ ପଟ୍ଟନାୟକ, ଭି.କେ ପାଣ୍ଡିଆନ୍ ଓ ବବି ଦାସଙ୍କୁ ଲିଖିତ ଭାବେ ଜଣାଇଛି। ହେଲେ କିଛି ଲାଭ ନମିଳିବାରୁ ବାଧ୍ୟ ଦଳ ଛାଡ଼ି ଦେଇଲି ବୋଲି ବନ୍ଦିତା କହିଛନ୍ତି।

Advertisment

ବନ୍ଦିତାଙ୍କ ସହ ତାଙ୍କ ସ୍ୱାମୀ ତଥା ବିଜେଡି ସାଧାରଣ ସମ୍ପାଦକ ଅର୍ଜୁନ ବେହେରା ଓ ଛାତ୍ର ବିଜେଡି ଉପସଭାପତି ପ୍ରଭୁଦତ୍ତ ସାମଲ ମଧ୍ୟ ବିଜେଡି ଛାଡ଼ିଛନ୍ତି। ସେମାନେ ସମସ୍ତେ ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମସ୍ତେ ପଦ୍ମ ଧରିଛନ୍ତି।

ବନ୍ଦିତାଙ୍କ ବୁନୁ ବିରୋଧୀ ନିଆଁରେ ଘିଅ ଢାଳିଛନ୍ତି ଆଉ ଜଣେ ବିଦ୍ରୋହୀ ବିଜେଡି କର୍ପୋରେଟର ଅମରେଶ ଜେନା। ସେ ସିଧାସଳଖ ବୁନୁଙ୍କ ଉପରେ ଅସନ୍ତୋଷ ଝାଡିବା ସହ ସାଂଘାତିକ ଆରୋପ ଲଗାଇଛନ୍ତି। ସେ କହିଛନ୍ତି ମଧ୍ୟ ଭୁବନେଶ୍ୱରରେ ଏବେ ବିଜୁ ଜନତା ଦଳ ନାଁ’ରେ ବୁନୁ ଜନତା ଦଳ ଚାଲିଛି। ଯେଉଁଥିପାଇଁ ବହୁ କର୍ପୋରେଟର ଖପ୍ପା। ଆହୁରି ଅନେକ ବିଜେଡି କର୍ପୋରେଟର ବିଜେପି ଲିଙ୍କରେ ଅଛନ୍ତି ବୋଲି ଖୋଲା ଖୋଲି କହିଲେଣି ଅମରେଶ। ସେପଟେ ରାଜନୈତିକ ସମୀକ୍ଷକଙ୍କ ମତରେ ଖୋଦ୍ ରାଜଧାନୀରେ ବିଜେଡିରେ ଏଭଳି ଅସ୍ଥିରତା ଆଗକୁ ଦଳ ପାଇଁ ଅକଳ ସ୍ଥିତି ସୃଷ୍ଟି କରିପାରେ।

ଗତ ବିଧାନସଭା ନିର୍ବାଚନ ବେଳେ ବୁନୁଙ୍କୁ ପ୍ରବଳ ବିରୋଧ କରିଥିଲେ କର୍ପୋରେଟର ଅମରେଶ ଜେନା। ସେହିପରି ଏକାମ୍ରରେ ଟାଣୁଆ କର୍ପୋରେଟର ବିରଞ୍ଚି ମହାସୁପକାରଙ୍କ ବିରୋଧରୁ କୁଆଡ଼େ ବିଜେଡିର ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା ମଧ୍ୟ ପରାଜିତ ହୋଇଥିବା କୁହାଯାଉଛି। ତେଣୁ ଆଗକୁ ବିଜେଡିର ରାଜଧାନୀ ରାଜନୀତି କି ମୋଡ଼ ନେଉଛି, ଏବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

Bhubaneswar BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe