Advertisment

ଅମ୍ବାତି ରାୟୁଡୁଙ୍କ ଦ୍ୱିତୀୟ ଇନିଂସ, ଜଗନ ମୋହନଙ୍କ ହାତ ଧରିଲେ

ଦଳ ଭିଡିଓ ପୋଷ୍ଟ କରି କହିଛି ଯେ “ପ୍ରଖ୍ୟାତ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ଆଜି ସିଏମ କ୍ୟାମ ଅଫିସରେ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନଙ୍କ ଉପସ୍ଥିତିରେ ୱାଏସ୍‌ଆର କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି।”

YSRCP

YSRCP

Advertisment

ପୂର୍ବତନ କ୍ରିକେଟ ଅମ୍ବାତି ରାୟୁଡୁ ତାଙ୍କର ରାଜନୀତିକ କ୍ୟାରିୟର ଆରମ୍ଭ କରିଛନ୍ତି। ଆଜି ସେ ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ଜଗନ ମୋହଦନ ରେଡ୍ଡୀଙ୍କ ୱାଇଏସ୍‌ଆର କଂଗ୍ରେସରେ ସାମିଲ ହୋଇଛନ୍ତି।

Advertisment

ବିଜୟୱାଡାରେ ଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାୟୁଡୁ ଦଳରେ ମିଶିଛନ୍ତି। ତାଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି।

ଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀ ଓ ସାଂସଦ ପି ମିଥୁନ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ। ଅମ୍ବାତି ରାୟୁଡୁ ଦଳରେ ମିଶିବା ବେଳର ଭିଡିଓକୁ ୱାଇଏସଆରସିପି ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛି।

Advertisment

ଦଳ ଭିଡିଓ ପୋଷ୍ଟ କରି କହିଛି ଯେ “ପ୍ରଖ୍ୟାତ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ ଆଜି ସିଏମ କ୍ୟାମ ଅଫିସରେ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନଙ୍କ ଉପସ୍ଥିତିରେ ୱାଏସ୍‌ଆର କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି।”

ଅମ୍ବାତି ରାୟୁଡୁ ୨୦୨୩ ଆଇପିଏଲ ଖେଳିବା ପରେ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଚଳିତ ବର୍ଷ ଚେନ୍ନାଇ ପାଇଁ ରାୟୁଡୁ ଖେଳୁଥିବା ବେଳେ ଦଳ ଚାମ୍ପିୟନ ହୋଇଥିଲା। ସେ ‌ଆନ୍ଧ୍ର ପ୍ରଦେଶ ଓ ହାଇଦ୍ରାବାଦ ପାଇଁ ଘରୋଇ କ୍ରିକେଟ ଖେଳୁଥିଲେ।

୨୦୧୩ରେ ଭାରତ ପାଇଁ ଡେବ୍ୟୁ କରିଥିବା ୩୭ ବର୍ଷୀୟ ରାୟୁଡୁ ୫୫ଟି ଦିନିକିଆ ଓ ୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଆନ୍ଧ୍ର ପ୍ରଦେଶର ଏହି କ୍ରିକେଟର ଜଣଙ୍କ ଦିନିକିଆରେ ୩ଟି ଶତକ ସହ ୧୬୯୪ ରନ ହାସଲ କରିଥିଲେ। ୨୦୦୪ରେ ରାୟୁଡୁ ଭାରତ ପାଇଁ ଅଣ୍ଡର ୧୯ ବିଶ୍ୱକପ ମଧ୍ୟ ଖେଳିଥିଲେ।

ଏହାପରେ ସେ ଭାରତର ସିନିୟର ଟିମରେ ସୁଯୋଗ ପାଇଥିଲେ। ଭାରତ ପାଇଁ ଗୋଟିଏ ସମୟରେ ଭଲ କ୍ରିକେଟ ଖେଳୁଥିବା ରାୟୁଡୁଙ୍କୁ ଶେଷ ମୁହୂର୍ତ୍ତରେ ୨୦୧୯ ବିଶ୍ୱକପ ସ୍କ୍ୱାଡରୁ ବାଦ ଦିଆଯାଇଥିଲା। ଏହାକୁ ନେଇ ସେ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲା।

ଆଇପିଏଲରେ ଟ୍ରଫି ଜିତିବା ପାଇଁ ରାୟୁଡୁଙ୍କୁ ୨୦୧୩ରେ ପ୍ରଥମଥର ସୁଯୋଗ ମିଳିଥିଲା। ଏହି ସମୟରେ ସେ ମୁମ୍ବାଇ ଇଣ୍ଡିଆନ୍ସ ସହ ରହିଥିଲେ। ଏହା ମୁମ୍ବାଇର ମଧ୍ୟ ପ୍ରଥମ ଟ୍ରଫି ଥିଲା। ରାୟୁଡୁ ଏହି ସିଜିନର ସବୁ ମ୍ୟାଚ୍‌ ଖେଳିଥିଲେ। ୨୦୧୫ ଓ ୨୦୧୭ରେ ମଧ୍ୟ ରାୟୁଡୁ ମୁମ୍ବାଇରେ ଥିବା ବେଳେ ଦଳ ଆଇପିଏଲ ଚାମ୍ପିୟନ ହୋଇଥିଲା।

୨୦୧୮ରେ ସେ ଚେନ୍ନାଇକୁ ଆସିଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇରେ ରାୟୁଡୁ ଜଣେ ପାୱାର ହିଟର ଭୂମିକାରେ ନଜର ଆସିଥିଲେ। ୨୦୧୮ରେ ସେ ଚେନ୍ନାଇ ପାଇଁ ଡେବ୍ୟୁ କରିଥିବା ବେଳେ ଦଳ ଚାମ୍ପିୟନ ମଧ୍ୟ ହୋଇଥିଲା। ଏହି ସିଜିନରେ ସେ ୧୬ ମ୍ୟାଚ୍‌ରେ ୬୦୨ ରନ କରିଥିଲେ।

୨୦୨୧ରେ ଚେନ୍ନାଇ ଚାମ୍ପିୟନ ହେବା ପରେ ରାୟୁଡୁ ମଧ୍ୟ ଦଳରେ ରହିଥିଲେ। ୨୦୨୩ ଆଇପିଏଲରେ ରାୟୁଡୁ ୧୫ଟି ଯାକ ମ୍ୟାଚ୍‌ ଖେଳିଥିଲେ ହେଁ ସେତେଟା ଆଖି ଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ରାୟୁଡୁ ୨୦୦ରୁ ଅଧିକ ଆଇପିଏଲ ମ୍ୟାଚ୍‌ ଖେଳି ଥିବା ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ସେ ଆଇପିଏଲରେ ୪୨୩୯ ରନ କରିଛନ୍ତି।

YSR Congress YSRCP Ambati Rayudu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe