Advertisment

ହିମାଚଳରେ ରାଜନୀତିକ ହଇଚଇ: ଜାଣନ୍ତୁ ସଂଖ୍ୟାର ଖେଳ

ରାଜ୍ୟ ବିଧାନସଭାର ୬୮ ବିଧାୟକଙ୍କ ମଧ୍ୟରୁ କଂଗ୍ରେସ ପାଖରେ ୪୦ ଜଣ ରହିଥିଲେ। ଲାଗୁଥିଲା ଦଳର ପ୍ରାର୍ଥୀ ଅଭିଷେକ ମନୁ ସିଙ୍ଘଭୀ ବେଶ ସହଜରେ ରାଜ୍ୟସଭା ନିର୍ବାଚନ ଜିତିବେ।

HP

HP

Advertisment

ହିମାଚଳ ପ୍ରଦେଶରେ କ୍ଷମତାସୀନ କଂଗ୍ରେସ ସରକାର ଉପରେ କଳାବାଦଲ ଘୋଟେଇ ଆସିଛି। ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୬ ଜଣ ବିଧାୟକ କ୍ରସ ଭୋଟିଂ କରିବା ପରେ ସରକାରଙ୍କ ସଙ୍କଟ ବଢ଼ିଛି। କଂଗ୍ରେସ ବିଧାୟକଙ୍କୁ ଯୋଗୁ ବିଜେପି ସଂଖ୍ୟା ନଥାଇ ମଧ୍ୟ ରାଜ୍ୟର ଏକମାତ୍ର ରାଜ୍ୟସଭା ଆସନ ଦଖଲ କରିଥିଲା।

Advertisment

ରାଜ୍ୟ ବିଧାନସଭାର ୬୮ ବିଧାୟକଙ୍କ ମଧ୍ୟରୁ କଂଗ୍ରେସ ପାଖରେ ୪୦ ଜଣ ରହିଥିଲେ। ଲାଗୁଥିଲା ଦଳର ପ୍ରାର୍ଥୀ ଅଭିଷେକ ମନୁ ସିଙ୍ଘଭୀ ବେଶ ସହଜରେ ରାଜ୍ୟସଭା ନିର୍ବାଚନ ଜିତିବେ। କିନ୍ତୁ କଂଗ୍ରେସର ୬ ଜଣ ଓ ୩ ଜଣ ସ୍ୱାଧୀନ ବିଧାୟକ କ୍ରସ ଭୋଟିଂ କରିବାରୁ ବିଜେପି ପ୍ରାର୍ଥୀ ହର୍ଷ ମହାଜନ ବାଜି ମାରି ନେଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କ୍ରସ ଭୋଟିଂ କରିଥିବା ୬ ଜଣ କଂଗ୍ରେସ ବିଧାୟକ ମତଦାନ ପରେ ତୁରନ୍ତ ହରିଆଣାର ପଞ୍ଚକୁଲାକୁ ଚାଲି ଯାଇଥିଲେ। ସେହିପରି ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ନେତୃତ୍ୱାଧୀନ ସରକାରଙ୍କ ଅଡ଼ୁଆ ଆହୁରି ବଢ଼ିଛି।

Advertisment

ଏସବୁ ଭିତରେ ବିଜେପି ମୁଖ୍ୟମନ୍ତ୍ରୀ ସୁଖବିନ୍ଦରଙ୍କ ଇସ୍ତଫା ଦାବି କରିଛି। ସେହିପରି କ୍ଷମତାସୀନ କଂଗ୍ରେସ ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତା ହରାଇଥିବା ଦାବି କରିଛି। କିନ୍ତୁ ଏହାକୁ ମୁଖ୍ୟମନ୍ତ୍ରୀ ଖଣ୍ଡନ କରିଛନ୍ତି।

ହିମାଚଳ ପ୍ରଦେଶରେ ସଂଖ୍ୟାର ଖେଳ

୬୮ ସଦସ୍ୟ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୫। ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦ଟି ଆସନ ଜିତି ସରକାର ଗଠନ କରିଥିଲା। ବିଜେପି ୨୫ଟି ଆସନ ଜିତିଥିବା ବେଳେ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ସରକାରଙ୍କୁ ସମର୍ଥନ କରିଥିଲେ। 

ବର୍ତ୍ତମାନ ପରିସ୍ଥିତିରେ ଯଦି କଂଗ୍ରେସର ୬ ଜଣ ଓ ୩ ଜଣ ସ୍ୱାଧୀନ ବିଧାୟକ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନିଅନ୍ତି, ତା’ହେଲେ ସୁଖବିନ୍ଦର ସିଂହ ସୁଖଙ୍କ ପାଖରେ ୩୪ ଜଣ ବିଧାୟକ ରହିବେ। ଏହାର ଅର୍ଥ ସରକାର ଭୁଶୁଡ଼ି ପଡ଼ିବ ବୋଲି ଆପଣମାନେ ଭାବୁଥିବେ।

କିନ୍ତୁ ଏହା ଆଦୌ ଏତେ ସହଜ ନୁହେଁ।

ଆଜି ଠାରୁ ହିମାଚଳ ପ୍ରଦେଶ ବିଜେଟ ଅଧିବେଶନ ଆରମ୍ଭ ହୋଇଛି। ଯଦି କଂଗ୍ରେସ ସରକାର ବଜେଟ ପାରିତ କରିପାରି ନଥାଆନ୍ତେ, ତା’ହେଲେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହରାଇଛି ବୋଲି ବିବେଚନା କରାଯାଇଥାଆନ୍ତା। ହେଲେ କଂଗ୍ରେସ ସରକାର ବଜେଟକୁ ପାରିତ କରିବାକୁ ସକ୍ଷମ ହୋଇଛନ୍ତି।

ଯଦି କ୍ରସ ଭୋଟିଂ କରିଥିବା କଂଗ୍ରେସର ୬ ବିଧାୟକ ଦଳୀୟ ହ୍ୱିପ ମାନିବେ ନାହିଁ, ତା’ହେଲେ ସେମାନଙ୍କୁ ଅଯୋଗ୍ୟ ବିବେଚନା କରାଯିବ। ଏପରି ସ୍ଥିତିରେ ବିଧାନସଭାର କ୍ଷମତା ୬୮ରୁ ୬୨କୁ ଖସି ଆସିବ। ମ୍ୟାଜିକ ନମ୍ବର ୩୧ ହୋଇଯିବ।

କଂଗ୍ରେସ ପାଖରେ ୩୪ ଜଣ ବିଧାୟକ ରହିଥିବାରୁ ଦଳ ବେଶ ସହଜରେ ଆସ୍ଥା ରଖିବାକୁ ସକ୍ଷମ ହେବ। ବିଜେପି ପାଖରେ ୨୫ ଜଣ ବିଧାୟକ ଓ ୩ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି। ତେଣୁ ଏପରି ସ୍ଥିତିରେ ଦଳ ସରକାର ଗଠନ କରିବାକୁ ସକ୍ଷମ ହେବ ନାହିଁ।

Congress Himachal Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe