Advertisment

'ଇଣ୍ଡିଆ' ମେଣ୍ଟକୁ ପୁଣି ଝଟ୍‌କା, ପତ୍ନୀ ଡିମ୍ପଲଙ୍କୁ ପ୍ରାର୍ଥୀ କଲେ ଅଖିଳେଶ

କଂଗ୍ରେସକୁ ୧୧ଟି ଆସନ ଅଫର କରିବାର ଦିନକ ପରେ ଅଖିଳେଶ ଯାଦବ ଏହି ଘୋଷଣା କରିଛନ୍ତି।

Dimple, Akhilesh  and Rahul

Dimple, Akhilesh and Rahul

Advertisment

ପୁଣି ଇଣ୍ଡିଆ ମେଣ୍ଟକୁ ଝଟ୍‌କା। ଏଥର ବିହାର ନୁହେଁ ଉତ୍ତରପ୍ରଦେଶରୁ ଇଣ୍ଡି ଆଲାଏନ୍ସକୁ ଲାଗିଛି ଝଟ୍‌କା। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦେଇଛନ୍ତି ପ୍ରାର୍ଥୀ। ଉତ୍ତରପ୍ରଦେଶର ୧୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। କଂଗ୍ରେସକୁ ୧୧ଟି ଆସନ ଅଫର କରିବାର ଦିନକ ପରେ ଅଖିଳେଶ ଯାଦବ ଏହି ଘୋଷଣା କରିଛନ୍ତି।

Advertisment

ଏଥର ଲୋକସଭା ନିର୍ବାଚନୀ ମୈଦନକୁ ଅଖିଳେଶଙ୍କ ପତ୍ନୀ ଡିମ୍ପଲ ଯାଦବ ଓହ୍ଲାଇବେ।  ଉତ୍ତରପ୍ରଦେଶର ମୈନପୁରୀରୁ ଡିମ୍ପଲଙ୍କୁ ପ୍ରାର୍ଥୀ କରିଛନ୍ତି ଅଖିଳେଶ। ସେହିପରି ସମ୍ଭାଲା ଓ ଲକ୍ଷ୍ନୌ ଆସନରୁ ଶଫିକୁର୍‌ ରହମାନ ବର୍କ ଏବଂ ରବିଦାସ ମେହେରୋତ୍ରାଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି।

ଏହାପୂର୍ବରୁ ଅଖିଳେଶ ଯାଦବ ଉତ୍ତରପ୍ରଦେଶରେ କଂଗ୍ରେସକୁ ୧୧ଟି ସିଟ୍‌ ଅଫର୍ କରିଥିଲେ। ଗତ କିଛି ଦିନ ପୂର୍ବେ ହିଁ ଇଣ୍ଡିଆ ବ୍ଲକ ସହ ସପା ଓ ଆର୍‌ଏଲ୍‌ଡିର ମେଣ୍ଟ ହୋଇଥିଲା। ଏହା ଅଧିନରେ ଆର୍‌ଏଲ୍‌ଡିକୁ ୭ଟି ଆସନ ଦେବା ପାଇଁ ସପା ଅଧ୍ୟକ୍ଷ ଘୋଷଣା କରିଥିଲେ। ତେବେ ଏହି ଆସନ ଭାଗବଣ୍ଟାକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଥିଲା। ଏହାପରେ ଉତ୍ତରପ୍ରଦେଶରେ ମେଣ୍ଟକୁ ନେଇ ସସ୍‌ପେନ୍ସ ଜାରି ରହିଥିଲା। ଏହାରି ଭିତରେ ଏବେ ଅଖିଳେଶ ୧୬ଟି ଆସନରେ ପ୍ରାର୍ଥୀ ଘୋଷଣା କରି ଇଣ୍ଡିଆ ମେଣ୍ଟକୁ ଝଟ୍‌କା ଦେଇଛନ୍ତି।

Advertisment

ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସ ଏକା ଲଢ଼ିବା ନେଇ ଘୋଷଣା କରିସାରିଛନ୍ତି। ଏହାପରେ ପଞ୍ଜାବରେ ମଧ୍ୟ ଆମ ଆଦମୀ ପାର୍ଟି ଏକା ଲଢ଼ିବ ବୋଲି କହିଛି। ନୀତୀଶ ମଧ୍ୟ ମେଣ୍ଟ ଛାଡି ଏନ୍‌ଡିଏ ସମର୍ଥନରେ ସରକାର ଗଢ଼ିଛନ୍ତି। ସେ ମଧ୍ୟ ଇଣ୍ଡିଆ ଆଲାଏନ୍ସ ଠାରୁ ଦୂରେଇ ଯାଇଛନ୍ତି। ଗୋଟିଏ ପରେ ଗୋଟିଏ ଦଳ ଦୂରେଇ ଯାଉଥିବା ବେଳେ ଆଗକୁ 'ଇଣ୍ଡିଆ' ମେଣ୍ଟର ଭବିଷ୍ୟତ କ'ଣ ହେବ ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି।

Akhilesh Yadav Rahul Gandhi Loka Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe