Advertisment

'ମରିବି ପଛେ, ସେମାନଙ୍କ ସହ...', ଭାଇରାଲ୍ ହେଉଛି ନୀତୀଶଙ୍କ ପୁରୁଣା ଭିଡିଓ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ମେଣ୍ଟ ସରକାରକୁ ଭାଙ୍ଗିବା ପାଇଁ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଛନ୍ତି ନୀତୀଶ।

author-image
Debibandita Barick
ଅଦ୍ୟତନ ହୋଇଛି
Nitish Kumar

Nitish Kumar

କିଛି ଦିନର ମାନସ ମନ୍ଥନ ପରେ ଶେଷରେ ଇସ୍ତଫା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏଥିସହ ଆରଜେଡି ସହ ମେଣ୍ଟ ସରକାରକୁ ଭାଙ୍ଗିବା ପାଇଁ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଛନ୍ତି ନୀତୀଶ।

Advertisment

ଏସବୁ ମଧ୍ୟରେ ନୀତୀଶ ଆରଜେଡି ଛାଡି ବିଜେପି ସହ ମେଣ୍ଟ ସରକାର ଗଠନ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। ସେ ଆଜି ସନ୍ଧ୍ୟାରେ ବିଜେପି-ଜେଡିୟୁ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ରାଜନୈତିକ ଉଷ୍ମତା ମଧ୍ୟରେ ନୀତୀଶଙ୍କର ଏକ ପୁରୁଣା ଭିଡିଓ ଭାଇରାଲ୍ ହେଉଛି। ସମାଜବାଦୀ ପାର୍ଟି ନେତା ଆଇ.ପି ସିଂହ ଏହି ଭିଡିଓ ପୋଷ୍ଟ କରିଥିଲେ।

Advertisment

ଭିଡିଓରେ ନୀତୀଶ କହୁଛନ୍ତି, 'ମୃତ୍ୟୁକୁ ଗ୍ରହଣ କରିନେବି, ହେଲେ କଦାପି ସେମାନଙ୍କ ସହ ଯିବା ମୋର ଗ୍ରହଣ ହେବ ନାହିଁ।' 2022, ଅଗଷ୍ଟରେ ବିଜେପିରୁ ଅଲଗା ହୋଇ ଆରଜେଡି ଏବଂ କଂଗ୍ରେସ ସହ ମହାଗଠବନ୍ଧନ କରିବା ସମୟରେ ନୀତୀଶ କୁମାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଥିଲେ।

ଏଥିସହ ସେ ଆହୁରି କହିଥିଲେ ଯେ, ବିଜେପି ସହ ମେଣ୍ଟ କରିବା ଏକ ଭୁଲ୍ ଥିଲା।