Advertisment

କଂଗ୍ରେସକୁ ‘ତାମିଲ’ ଝଟକା, ଦଳ ଛାଡ଼ିଲେ ୩ଥରର ବିଧାୟକ

ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବିଜୟାଧରଣୀ କେନ୍ଦ୍ରମନ୍ତ୍ରୀ ଏଲ ମୁରଗାନ ଓ ଦଳର ଜାତୀୟ ସମ୍ପାଦକ ତଥା ତାମିଲନାଡୁ ପ୍ରଭାରୀ ଅରବିନ୍ଦ ମେନନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି।

BJP

BJP

Advertisment

ତାମିଲନାଡୁରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ୩ ଥରର ବଧାୟକ ତଥା ବରିଷ୍ଠ ନେତ୍ରୀ ଏସ୍‌ ବିଜୟାଧରଣୀ ଆଜି କଂଗ୍ରେସକୁ ବାଏବାଏ କହିଛନ୍ତି। ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି।

Advertisment

ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବିଜୟାଧରଣୀ କେନ୍ଦ୍ରମନ୍ତ୍ରୀ ଏଲ ମୁରଗାନ ଓ ଦଳର ଜାତୀୟ ସମ୍ପାଦକ ତଥା ତାମିଲନାଡୁ ପ୍ରଭାରୀ ଅରବିନ୍ଦ ମେନନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି।

ଦକ୍ଷିଣ ଭାରତକୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଥିବା ଉଦ୍ୟମକୁ ବଳ ଦେବାକୁ ବିଜୟାଧରଣୀ ବିଜେପିରେ ମିଶିଥିବା କହିଛନ୍ତି। ସେ କେନ୍ଦ୍ର ସରକାର ଲାଗୁ କରିଥିବା ବିଭିନ୍ନ ଯୋଜନାକୁ ପ୍ରଶଂସା କରିଛନ୍ତି।

Advertisment

ତାମିଲନାଡୁରେ ଡିଏମକେ ଓ କଂଗ୍ରେସ ସରକାର କେନ୍ଦ୍ରର ବିଭିନ୍ନ ଯୋଜନାକୁ ଲାଗୁ କରୁ ନଥିବା ବିଜୟାଧରଣୀ କହିଛନ୍ତି। ଏଥିସହ ଦେଶରେ କେନ୍ଦ୍ର ସରକାର ଅନେକ ଭଲ କାମ କରିଥିବା ସେ ଦାବି କରିଛନ୍ତି।

ବିଜେପିରେ ସାମିଲ ହେବା ପୂର୍ବରୁ ବିଜୟାଧରଣୀ ଏକ୍ସ ଯୋଗେ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା କଥା ଘୋଷଣା କରିଥିଲେ। ସେ କହିଥିଲେ ଯେ “କଂଗ୍ରେସର ପ୍ରାଥମିକତା ସଦସ୍ୟ ଓ ମୋ ପାଖରେ ଥିବା ସମସ୍ତ ପଦଦବୀରୁ ମୁଁ ଇସ୍ତଫା ଦେଉଛି।”

ଭିଲାଭାନକୋଡରୁ ବିଧାୟକ ହୋଇଥିବା ବିଜୟାଧରଣୀଙ୍କୁ କଂଗ୍ରେସରେ ଅବହେଳା କରାଯାଉଥିବା ସେ ଅନୁଭବ କରୁଥିଲେ। ଦଳ ତାଙ୍କୁ ଆଦୌ ଗୁରୁତ୍ୱ ଦେଉ ନଥିବାରୁ ସେ ଦଳ ଛାଡ଼ିଥିବା ଚର୍ଚ୍ଚା ହେଉଛି।

ସେ କହିଛନ୍ତି, “କଂଗ୍ରେସରେ ମହିଳାଙ୍କୁ ନେତୃତ୍ୱ ନେବାକୁ ସୁଯୋଗ ଦିଆଯାଉ ନାହିଁ। ଏପରି କି ମୋ ଠାରୁ କନିଷ୍ଠ ନେତାଙ୍କୁ ବିଧାୟକ ଦଳ ନେତା କରାଯାଇଛି। ଏବେ କେନ୍ଦ୍ର ସରକାରଙ୍କ ସମର୍ଥନରେ ମୁଁ କନ୍ୟାକୁମାରୀର ଭିତ୍ତିଭୂମି ଆବଶ୍ୟକତା ପୂରଣ କରିବି।”

ନିକଟରେ ବିଜେପି ସହ ତାମିଲନାଡୁର ପ୍ରମୁଖ ବିରୋଧୀ ଦଳ ଏଆଇଏଡିଏମକେ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଥିଲା। ଏପରି ସ୍ଥିତିରେ ବିଜୟାଧରଣୀ ବିଜେପିକୁ ଆସିବା ପଦ୍ମ ଦଳ ପାଇଁ ଗୋଟିଏ ବଡ଼ ଉପଲବ୍ଧି।

ରାଜ୍ୟର ୩୯ ଲୋକସଭା ଆସନରୁ ଦଳ ୨୦୧୯ରେ ଗୋଟିଏ ହେଲେ ବି ଜିତି ପାରି ନଥିଲା। କିନ୍ତୁ ଏବେ କନ୍ୟାକୁମାରୀ ରିଜନର ଦଳର ଉପସ୍ଥିତି ବଢ଼ିଛି। ତେଣୁ ଏହାକୁ ୨୦୨୪ରେ ବ୍ୟବହାର କରି ବିଜେପି ଅତିକମରେ ଗୋଟିଏ ଆସନ ଜିତିବା ମୁଡରେ ରହିଛି।

କୁହାଯାଉଛି ଯେ ବିଜେପି ବିଜୟାଧରଣୀଙ୍କୁ ନାଗେରକୋଲି ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ।

Bjp Congress Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe