Advertisment

ଆଜି ଓଡ଼ିଶା ଆସିବେ ଅମିତ ଶାହ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ; ରୋଡ ଶୋ’ କରିବେ ହେମା ମାଳିନୀ

ବିଜେପିର ଫୋକସରେ ଓଡ଼ିଶା। ଓଡ଼ିଶା ଦଖଲ ଲକ୍ଷ୍ୟ ନେଇ ଘନଘନ ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତୃତ୍ୱ।

author-image
Tapaswini Nayak
Hema malini and Amit shah

Hema malini and Amit shah

ବିଜେପିର ଫୋକସରେ ଓଡ଼ିଶା। ଓଡ଼ିଶା ଦଖଲ ଲକ୍ଷ୍ୟ ନେଇ ଘନଘନ ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତୃତ୍ୱ। ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେପିର ୪ଜଣ ହେଭିୱେଟ ନେତା। ଆଜି ହେବ ହାଇଭୋଲଟେଜ ପ୍ରଚାର।

Advertisment

ଏହି କ୍ରମରେ ଆଜି ଓଡ଼ିଶା ଆସିବେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାସଂଦ ହେମା ମାଳିନୀ। ଭୁବନେଶ୍ୱର ଉତ୍ତର ଓ କଟକ କିଶନ ନଗରରେ ହେମା ମାଳିନୀ ସଭା କରିବେ। ପିପିଲିରେ ହେମା ମାଳିନୀ ରୋଡ଼ ଶୋ’ ମଧ୍ୟ କରିବେ।

ସେହିପରି ଆଜି ପୁଣି ଆସିବେ ଅମିତ ଶାହ। ରାଉରକେଲାରେ ସାଧାରଣ ସଭା କରିବେ। ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ଓଡ଼ିଶା ପ୍ରଚାରରେ ଆସିବେ। ସେ ସାନଖେମୁଣ୍ଡି, ଦଶପଲ୍ଲା, ଜି.ଉଦୟଗିରିରେ ପ୍ରଚାର କରିବେ।

Advertisment

ସେହିପରି କଟକ ଜିଲ୍ଲାରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ ଆଠଗଡ଼ ଓ ନରସିଂହପୁରରେ ବି ପ୍ରଚାର କରିବେ।  ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କବିସୂର୍ଯ୍ୟନଗର, କଣ୍ଟାବାଂଜି , ଲୋଇସିଂହା, ସତ୍ୟବାଦୀ ଓ ପିପିଲି ସମାବେଶ କରିବେ।

2024 General Election Bjp Odisha Assembly Election 2024