Advertisment

କେଜ୍ରିୱାଲଙ୍କ ‘ମୋଦି ଅବସର ନେବେ’ ବୟାନର ଜବାବ ଦେଲେ ଅମିତ ଶାହ

୫୦ ଦିନ ପରେ ଶୁକ୍ରବାର କେଜ୍ରିୱାଲ ଜେଲରୁ ମୁକୁଳିଥିଲେ। ସୁପ୍ରିମକୋର୍ଟ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ୨୧ ଦିନ ପାଇଁ ଜାମିନ ଦେଇଛନ୍ତି।

author-image
Hemant Lenka
amit Shah

amit Shah

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ ପଦ ହସ୍ତାନ୍ତର କରିବା ପାଇଁ ଏବେ ନରେନ୍ଦ୍ର ମୋଦି ସବୁ ପ୍ରକାରର ପ୍ରସ୍ତୁତି କରିଛନ୍ତି। ୭୫ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବସର ନେବେ। ଏଭଳି କିଛି କହି ଆଜି ବିଜେପି ଓ ମୋଦିଙ୍କୁ ଟାର୍ଗେଟ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

Advertisment

ଏହାକୁ ନେଇ ବେଶ ତର୍କବିତର୍କ ହେଉଥିବା ବେଳେ ଜବାବ ରଖିଛନ୍ତି ଅମିତ ଶାହ। ସେ କହିଛନ୍ତି, “ମୁଁ ଏତିକି କହିବାକୁ ଚାହୁଁଛି ଯେ ଅରବିନ୍ଦ କେଜ୍ରିୱାଲ ଓ କମ୍ପାନୀ ଏବଂ ଇଣ୍ଡିଆ ମେଣ୍ଟକୁ କହିବାକୁ ଚାହୁଁଛି ଯେ ମୋଦିଜୀ ୭୫ ବର୍ଷ ବୟସର ହୋଇଗଲେ, ଆପଣମାନଙ୍କୁ ଖୁସି ମନାଇବାର କୌଣସି ଆବଶ୍ୟକ ନାହିଁ।

୭୫ ବର୍ଷ ବୟସରେ ଅବସର ନେବାର ନିୟମ ଭାରତୀୟ ଜନତା ପାର୍ଟିର ସମ୍ବିଧାନର କୌଣସି ବି ସ୍ଥାନରେ ଲେଖାଯାଇ ନାହିଁ। ମୋଦିଜୀ ତାଙ୍କ କାର୍ଯ୍ୟକାଳ ପୂରଣ କରିବେ ଓ ପ୍ରଧାନମନ୍ତ୍ରୀ ମୋଦି ଆଗକୁ ମଧ୍ୟ ଦେଶର ନେତୃତ୍ୱ ନେବେ। ଏହାକୁ ନେଇ ବିଜେପିରେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ନାହିଁ।”

Advertisment

ଅମିତ ଶାହ ଆହୁରି କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କୁ ନିର୍ବାଚନରେ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ମିଳିଛି। ସୁପ୍ରିମକୋର୍ଟଙ୍କ ଆଗରେ ସେ ତାଙ୍କ ଗିରଫଦାରୀ ଭୁଲ ବୋଲି ନେହୁରା ହୋଇ କହିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏଥିରେ ଏକମତ ହୋଇ ନାହାନ୍ତି।

ଜୁନ ୧ ଯାଏ ଅନ୍ତରୀଣ ଜାମିନ ମିଳିଛି। ଜୁନ ୨ରେ ତାଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆଗରେ ଆତ୍ମସମର୍ପଣ କରିବାକୁ ପଡ଼ିବ। ଯଦି ଅରବିନ୍ଦ କେଜ୍ରିୱାଲ ଏହାକୁ କ୍ଲିନଚିଟ ଭାବୁଛନ୍ତି, ତା’ହେଲେ ଆଇନକୁ ବୁଝିବାରେ ତାଙ୍କର ଦୁର୍ବଳତା ରହିଛି।”

୫୦ ଦିନ ପରେ ଶୁକ୍ରବାର କେଜ୍ରିୱାଲ ଜେଲରୁ ମୁକୁଳିଥିଲେ। ସୁପ୍ରିମକୋର୍ଟ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ୨୧ ଦିନ ପାଇଁ ଜାମିନ ଦେଇଛନ୍ତି। ଆଜି ସେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଆପ୍‌ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ।

ଏହି ସମୟରେ ସେ କହିଥିଲେ ଯେ “ସେହି ଲୋକମାନେ(ବିଜେପି) ଇଣ୍ଡିଆ ବ୍ଲକକୁ ପ୍ରଧାନମନ୍ତ୍ରୀ ଚେହେରା କଥା ପଚାରୁଛନ୍ତି। ମୁଁ ବିଜେପିକୁ ପଚାରିବାକୁ ଚାହୁଁଛି ଯେ ସେମାନଙ୍କର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ? ଆସନ୍ତା ବର୍ଷ ସେପ୍ଟେମ୍ବର ୧୭ରେ ମୋଦିଜୀ ୭୫ ବର୍ଷ ବୟସରେ ପାଦ ଦେବେ।

ସେ ନିଜେ ୨୦୧୪ରେ ନିୟମ ପ୍ରଣୟନ କରିଥିଲେ ଯେ ୭୫ ବର୍ଷ ବୟସର ଲୋକମାନେ ଅବସର ନେବେ। ସେମାନେ ଏଲକେ ଆଡଭାନୀ, ମୁରଲୀ ମନୋହର ଯୋଶୀ ଓ ସୁମିତ୍ରା ମହାଜନଙ୍କୁ ଅବସର ଦେଇଥିଲେ। ତେଣୁ ଆସନ୍ତାବର୍ଷ ମୋଦିଜୀ ଅବସର ନେବେ। ସେ ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଭୋଟ ମାଗୁଛନ୍ତି। କ’ଣ ଅମିତ ଶାହ ମୋଦିଜୀଙ୍କ ଗ୍ୟାରେଣ୍ଟକୁ ପୂରଣ କରିବେ?”

Bjp Arvind Kejriwal Amit Shah