Advertisment

କୌଣସି ତାମିଲ ଲୋକ ଓଡ଼ିଶାର ଶାସନ କରିପାରିବ ନାହିଁ: ଶାହ

ଶାହ କହିଛନ୍ତି, ଆଦିବାସୀଙ୍କ ବିକାଶ ପାଇଁ ମୋଦି ବହୁତ କାମ କରିଛନ୍ତି। ଓଡ଼ିଶାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଛି ବିଜେପି। ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନାରୁ ନକ୍ସଲବାଦ ସଫା କରିଛନ୍ତି ମୋଦି।

BJP

BJP

Advertisment

ରାଜ୍ୟରେ ଚାଲିଥିବା ବିଜେଡି ଶାସନ ବିରୋଧରେ କେନ୍ଦୁଝର ଓ ପର୍ଜଙ୍ଗରେ ରଣହୁଙ୍କାର ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ୍‌ଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି। ଆଉ କହିଛନ୍ତି, କୌଣସି ତାମିଲ ଲୋକ ଓଡ଼ିଶାର ଶାସନ କରିପାରିବ ନାହିଁ।

Advertisment

ଅମିତ ଶାହ କହିଛନ୍ତି, ଏ ସଭା ହେଉଛି ଓଡ଼ିଶାର ଗୌରବ ବୃଦ୍ଧି କରିବାର ନିର୍ବାଚନୀ ସଭା। କୌଣସି ତାମିଲ ଲୋକ ଓଡ଼ିଶାର ଶାସନ କରିପାରିବ ନାହିଁ। ବିଜେପି ସରକାର କରନ୍ତୁ, ଓଡ଼ିଶାର ସନ୍ତାନ ଏଠି ଶାସନ କରିବ। ୨୫ ବର୍ଷ ଶାସନ କରି ନବୀନ ବାବୁ ଓଡ଼ିଶାକୁ ପଛକୁ ଠେଲି ଦେଇଛନ୍ତି। ଓଡ଼ିଶାରେ ପିଇବା ପାଣି ମିଳୁନି। ବିଜେପି ସରକାର ଆସିଲେ ପାଣି ମିଳିବ। ୨ ବର୍ଷରେ ସମସ୍ତଙ୍କୁ ପିଇବା ପାଣି ଓ ଗରିବଙ୍କୁ ଘର ମିଳିବ। ଆମ ସରକାର ଆସିଲେ ଧାନ କ୍ୱିଣ୍ଟାଲ୍‌ ୩୧ଶହ ଟଙ୍କା କିଣିବ। ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ମିଳିଯିବ। ବିଜେପି ସରକାର ଆସିଲେ ମହିଳାଙ୍କୁ ୫୦ ହଜାରର ଭାଉଚର ମିଳିବ ବୋଲି ଶାହ କହିଛନ୍ତି।

ଶାହ ଆହୁରି କହିଛନ୍ତି, ନବୀନ ବାବୁଙ୍କ ବୟସ ବଢ଼ି ଗଲାଣି। ଆଉ କାମ କରିପାରୁନାହାନ୍ତି। ବିଜେପି ସରକାର ଆସିଲେ ଦେଢ଼ଲକ୍ଷ ଯୁବବର୍ଗଙ୍କୁ ଚାକିରି ଦିଆଯିବ। ୫ ବର୍ଷରେ ଓଡ଼ିଶାକୁ ଭାରତର ନମ୍ବର ୱାନ୍‌ ରାଜ୍ୟ କରିବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ଗରିବ ପରିବାରକୁ ଜଣକା ୫ କେଜି ଲେଖାଏଁ ଚାଉଳ ଦେଉଛନ୍ତି। ହେଲେ ନବୀନ ବାବୁ କହୁଛନ୍ତି ଚାଉଳ ସେ ଦେଉଛନ୍ତି। ନବୀନ ଚାଉଳ ନୁହେଁ, ଖାଲି ଅଖା ଦେଉଛନ୍ତି। ଇଏ ହେଉଛି ଖାଲି ଅଖାର ସରକାର। ଅଖା କେହି ଖାଆନ୍ତିନି, ଦେବାର ଅଛି ତ ଚାଉଳ ଦିଅ ବୋଲି ଶାହ କହିଛନ୍ତି।

Advertisment

ଶାହ କହିଛନ୍ତି, ଆଦିବାସୀଙ୍କ ବିକାଶ ପାଇଁ ମୋଦି ବହୁତ କାମ କରିଛନ୍ତି। ଓଡ଼ିଶାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଛି ବିଜେପି। ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନାରୁ ନକ୍ସଲବାଦ ସଫା କରିଛନ୍ତି ମୋଦି। କେନ୍ଦୁଝରରୁ ଖଣିଜ ନେଇ ସାରା ଦେଶ ସମୃଦ୍ଧ ହୋଇଛି। କିନ୍ତୁ କେନ୍ଦୁଝର କିଛି ପାଇନି। କୌଣସି ବିକାଶ ଏଠି ହୋଇନି। ମୋଦି ଆଦିବାସୀ ପିଲାଙ୍କ ପାଇଁ ୭୪୦ ଏକଲବ୍ୟ ସ୍କୁଲ କରିଛନ୍ତି। କେନ୍ଦୁଝର ଓ ସମ୍ବଲପୁରରେ ୫ଶହ ବେଡ୍‌ର ହସ୍ପିଟାଲ କରାଯିବ ବୋଲି ଶାହ କହିଛନ୍ତି।

ଚମ୍ପୁଆରେ ପରେ ଶାହ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସିଥିଲେ। ପର୍ଜଙ୍ଗରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ଅମିତ ଶାହ କହିଛନ୍ତି, ତାମିଲ ବାବୁ ଆମକୁ ରାମ ଉତ୍ସବ ପାଳନ ପାଇଁ ରୋକିଥିଲେ। ରାମ ଉତ୍ସବ ରୋକିବାକୁ ଚେଷ୍ଟା କରିଥିବା ଲୋକକୁ ଭୋଟ ଦିଅନି। ଓଡ଼ିଶାରେ କୌଣସି ତାମିଲ ବାବୁ ଶାସନ କରିପାରିବେ ନାହିଁ। ନବୀନ ବାବୁ ତାମିଲ ବାବୁଙ୍କୁ ଓଡ଼ିଶାର ରାଜ୍ୟ ବନେଇଛନ୍ତି। ବିଜେଡି ସରକାରକୁ ଓପାଡ଼ି ଫିଙ୍ଗନ୍ତୁ। ବିଜେପି ଓଡ଼ିଆ ମୁଖ୍ୟମନ୍ତ୍ରୀ ଦେବ। ବିଜେପି ସରକାର କରନ୍ତୁ। ଭ୍ରଷ୍ଟାଚାରୀଙ୍କୁ ଜେଲ୍‌ରେ ପୂରାଇବୁ। ଆମ ସରକାର ହେଲେ ରତ୍ନଭଣ୍ଡାର ଲୁଟେରାଙ୍କୁ ସଜା ଦେବୁ।

ରାଜ୍ୟରେ ବେକାରୀ ସମସ୍ୟା ନେଇ ଶାହ କହିଛନ୍ତି, ଆଜି ଓଡ଼ିଶାର ଯୁବବର୍ଗ ଗୁଜରାଟ, ହରିୟାଣା ଚାକିରି ପାଇଁ ଯାଉଛନ୍ତି। ୫ ବର୍ଷ ମୋଦିଙ୍କୁ ଦିଅନ୍ତୁ, ଓଡ଼ିଶାରେ ଚାକିରି ଦେବା ବ୍ୟବସ୍ଥା କରିବୁ। ନବୀନଙ୍କୁ ରିଟାୟାର୍ଡ କର, ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ ହେବ। ଏବେ ପାକ୍‌ ଅଧୀକୃତ କାଶ୍ମୀର ପାଳି। ପାକ୍‌ ଅଧିକୃତ କାଶ୍ମୀର ଆମର, ଆମେ ତାକୁ ଅଧିକାର କରିବୁ। ସର୍ଜିକାଲ ଷ୍ଟ୍ରାଇକରେ ପାକିସ୍ତାନରେ ପଶି ଆତଙ୍କୀଙ୍କୁ ସଫା କରିଛୁ ବୋଲି ଶାହ କହିଛନ୍ତି।

ସେ ଆହୁରି କହିଛନ୍ତି, ବିଜେପି ସରକାର ଆସିଲେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ। ରତ୍ନଭଣ୍ଡାରର ସବୁ ସମ୍ପତ୍ତି ପ୍ରଭୁ ଜଗନ୍ନାଥଙ୍କର, ଚାବି ହଜି ଗଲାଣି। ବିଜେପି ସରକାର ଆସିଲେ ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ। ରତ୍ନଭଣ୍ଡାର ଲୁଟେରାଙ୍କ ପ୍ରତି ଦଣ୍ଡବିଧାନ ହେବ ବୋଲି ଶାହ କହିଛନ୍ତି।

BjD Bjp Kendujhar General Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe