ଓଡ଼ିଶା ଗସ୍ତରେ ଆସି ବିଜେଡି ସରକାର ଉପରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସିଧାସିଧା ନାଁ ନେଇ ଗର୍ଜିଲେ। ଆଉ ଓଡ଼ିଶାରେ ୨୦ ଲୋକସଭା ସିଟ୍ ଜିତିବ କି ନାହିଁ ପଚାରିଲେ ଶାହ।
୧-:ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର କରିବ
୨-: ଓଡ଼ିଶାକୁ ପ୍ରଥମ ଥର ମୁଁ ନିର୍ବାଚନ ପ୍ରଚାର ପାଇଁ ଆସିଛି
୩-: ସାରା ଦେଶରେ ଯୁଆଡ଼େ ଯାଇଛି ସବୁଠି ମୋଦି ନାରା
୪-: ଆଜି ଓଡ଼ିଶାରେ ବି ପୂରା ମାହୋଲ ମୋଦି ମୟ ରହିଛି
୫-: ଓଡ଼ିଶା ଲୋକ ମଧ୍ୟ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବେ
୬-: ଓଡ଼ିଶାର ଭାଷା, ସଂସ୍କୃତି ଗୌରବ ପାଇଁ ବିଜେପି ସରକାର ଆସିବା ଦରକାର
୭-: ଏଠାକାର ସରକାର ଓଡ଼ିଶାକୁ ବିକାଶରୁ ଦୂରରେ ରଖିଛି
୮-: ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଛି ଏଠା ସରକାର
୯-: ସବୁଠାରୁ ଅଧିକ ପ୍ରାକୃତିକ ସଂପଦ ଓଡ଼ିଶାରେ ରହିଛି
୧୦-: ସବୁଥାଇ ବି ଓଡ଼ିଶା ସମୃଦ୍ଧିଠାରୁ ଦୂରରେ ରହିଛି
୧୧-: ଓଡ଼ିଶା ଲୋକ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟ ଯାଉଛନ୍ତି
୧୨-: ନବୀନ ସରକାରକୁ ଓପାଡ଼ି ଏଠାରେ ବିଜେପି ସରକାର ବନାନ୍ତୁ
୧୩-: ବିଜେପି ସରକାର ଆସିଲେ ଜଣେ କାହାକୁ ବାହାର ରାଜ୍ୟ ଯିବାକୁ ପଡ଼ିବନି
୧୪-: ଏଠାକାର ସରକାର ରାମ ମନ୍ଦିର ଉତ୍ସବକୁ ଡାଇଭର୍ଟ ଚେଷ୍ଟା କଲେ
୧୫-: କିନ୍ତୁ ମୋ ଓଡ଼ିଶାବାସୀ ରାମ ମନ୍ଦିର ଉତ୍ସବକୁ ପାଳନ କଲେ
୧୬-: ମୋଦି ଆତଙ୍କବାଦ, ନକ୍ସଲବାଦକୁ ସମାପ୍ତ ପାଇଁ ଚେଷ୍ଟିତ
୧୭-: ମୋଦି ସରକାର ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ କଲେ
୧୮-: ଦେଶକୁ ସୁରକ୍ଷିତ ପାଇଁ ପାକିସ୍ତାନରେ ପଶି ଷ୍ଟ୍ରାଇକ କଲେ
୧୯-: ମୋଦି ସରକାର ଗରିବଙ୍କୁ ଚାଉଳ ଦେଲେ, ନବୀନ ନାଁ ନେଉଛନ୍ତି
୨୦-: ମୋଦି ଚାଉଳ ଦେଉଛନ୍ତି, ନବୀନ ସେଥିରେ ଷ୍ଟାମ୍ପ ମାରି ମିଛ କହୁଛନ୍ତି
୨୧-: ଓଡ଼ିଣାବାସୀଙ୍କୁ ଆୟୁଷ୍ମାନ ଭାରତ ସୁଫଳ ମିଳୁନାହିଁ
୨୨-: ବିଜେପି ସରକାର ବନାନ୍ତୁ, ଆୟୁଷ୍ମାନ ଯୋଜନା ଲାଗୁ ହେବ
୨୩-: କପଡ଼ା, ଆଗ୍ରୋ ଇଣ୍ଡଷ୍ଟ୍ରୀ ଏଠାରେ କରିବୁ, ଲୋକ ବାହାରକୁ ଯିବେନି
୨୪-: କାଶୀ ବିଶ୍ୱନାଥ ଭଳି ପୁରୀକୁ ସାରା ବିଶ୍ୱରେ ମହିମାମଣ୍ଡିତ କରାଯିବ
୨୫-: ସବୁଠାରୁ ଅଧିକ ଖଣିଜ ସଂପଦ ଏଇଠି, ସବୁଠାରୁ ଅଧିକ ଗରିବ ବି ଏଇଠି
୨୬-: ରାଜ୍ୟ ସରକାର ଓଡ଼ିଶାର ଖଣିଜ ସଂପଦକୁ ଲୁଟି ଚାଲିଛନ୍ତି
୨୭-: ବିଜେପି ସରକାର ବନାନ୍ତୁ, ଖଣିଜ ସଂପଦର ସୁବିନିଯୋଗ ହେବ
୨୮-: ଓଡ଼ିଶାକୁ ୧୦ ବର୍ଷରେ ୪ ଲକ୍ଷ ୮୧ ହଜାର କୋଟି ଦେଇଛନ୍ତି ମୋଦି
୨୯-: ନବୀନଙ୍କ ୨୦ ବର୍ଷରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି
୩୦-: ଯେଉଁଠି ଡବଲ ଇଂଜିନ ସରକାର ହୋଇଛି, ସେଠି ବିକାଶ ହୋଇଛି
୩୧-: ଓଡ଼ିଶାକୁ ବିକାଶ, ସମୃଦ୍ଧଶାଳୀ କରିବାର ସମୟ ଆସିଛି
୩୨-: ନବୀନ ବାବୁଙ୍କୁ ୨୫ ବର୍ଷ ଦେଇଛନ୍ତି, ବିଜେପିକୁ ୫ ବର୍ଷ ଦିଅନ୍ତୁ
୩୩-: ୫ ବର୍ଷରେ ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବୁ
୩୪-: ଲୋକସଭା ସହ ଓଡ଼ିଶା ବିଧାନସଭାରେ ବହୁମତ ଦରକାର
୩୫-: ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ଶପଥ ନିଅନ୍ତୁ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।