Advertisment

କାଲି କଟକରେ ରୋଡ୍‌ ଶୋ’ କରିବେ ଅମିତ ଶାହ

ମେ’ ୧୦ ତାରିଖରେ ରାଜଧାନୀରେ ରୋଡ୍ ଶୋ’ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Tapaswini Nayak
ଅଦ୍ୟତନ ହୋଇଛି
Amit shah

Amit shah

ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଦିନ ୧୨ଟା ୩୦ ମିନିଟରେ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ସୋରଡ଼ା ଯିବେ। ସେଠାରେ ଦଳୀୟ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଶାହ। ପରେ ଅପରାହ୍ନ ୩ଟା ୩୦ ମିନିଟରେ ବୌଦ୍ଧରେ ପହଞ୍ଚି ଦଳୀୟ ସମାବେଶରେ ଯୋଗଦେବେ। ସେଠାରୁ ଫେରି ସେ କଟକରେ ରୋଡ୍‌ ଶୋ’ କରିବେ ବୋଲି ବିଜେପି ସୂତ୍ରରୁ ସୂଚନା ମିଳିଛି। 

Advertisment

ଶୋଭାଯାତ୍ରା ଅପରାହ୍ନ ୪ଟାରୁ ଗୋପବନ୍ଧୁ ବାଗ ଠାରୁ ଆରମ୍ଭ ହୋଇ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ମହମଦିଆ ବଜାର ଓ ଶେଖ ବଜାର ହୋଇ ଚଣ୍ଡୀ ମନ୍ଦିର ପାଖରେ ପହଞ୍ଚିବ। ତାଙ୍କୁ ବିପୁଳ ସଂଖ୍ୟାରେ ସ୍ୱାଗତ ସହିତ ଯୋଗଦାନ କରିବା ପାଇଁ କଟକ ନଗର ଭାଜପା ସଭାପତି ଲଲାଟେନ୍ଦୁ ବଡୁ କଟକ ସହର ବାସୀଙ୍କୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ମେ’ ୧୦ ତାରିଖରେ ରାଜଧାନୀରେ ରୋଡ୍ ଶୋ’ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ ବିଶାଳ ରୋଡ୍‌ ଶୋ’ ହୋଇଥିଲା।

Advertisment
2024 General Election Bjp Odisha Assembly Election 2024 Lok Sabha Election 2024