Advertisment

ମୁହଁ ଖୋଲିଲେ ରାହୁଲ, କହିଲେ- ଅମିତ ଶାହଙ୍କର ଇତିହାସର ପୁନର୍ଲିଖନ ଅଭ୍ୟାସ ଅଛି

‘ଜବାହରଲାଲ ନେହରୁଙ୍କ ଦୁଇଟି ବଡ଼ ଭୁଲ ପଦକ୍ଷେପ ଯୋଗୁ କଶ୍ମୀର ସମସ୍ୟା ସୃଷ୍ଟି ହୋଇଥିଲା’

author-image
Jitendra Garnayak
Rahul Gandhi

Rahul Gandhi

କଶ୍ମୀର ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସମାଲୋଚନା କରିବା ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି।

Advertisment

ଆଜି ସଂସଦ ବାହାରେ ସେ କହିଛନ୍ତି, ପଣ୍ଡିତ ନେହରୁ ଦେଶ ସେବାରେ ପୂରା ଜୀବନ କାଟିଛନ୍ତି। ସେ ଦେଶ ପାଇଁ ଜେଲ୍ ଯାଇଛନ୍ତି। ଅମିତ ଶାହ ଇତିହାସ ଜାଣନ୍ତି ନାହିଁ। ସେ ଇତିହାସ ଜାଣିଥିବେ ବୋଲି ମୁଁ ଆଶା କରୁନି। ତାଙ୍କର ଇତିହାସର ପୁନର୍ଲିଖନ ଅଭ୍ୟାସ ଅଛି।

ରାହୁଲ କହିଛନ୍ତି, ପ୍ରକୃତ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏହା ହେଉଛି ସେମାନଙ୍କର (ବିଜେପି)ର ଏକ ଉପାୟ।

Advertisment

ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ସୁପ୍ରିମକୋର୍ଟ ବୈଧ ଘୋଷଣା କରିବାର କିଛି ଘଣ୍ଟା ପରେ ଅମିତ ଶାହ କହିଥିଲେ ଯେ ଜବାହରଲାଲ ନେହରୁଙ୍କ ଦୁଇଟି ବଡ଼ ଭୁଲ ପଦକ୍ଷେପ ଯୋଗୁ କଶ୍ମୀର ସମସ୍ୟା ସୃଷ୍ଟି ହୋଇଥିଲା। ପାକିସ୍ତାନ ବିପକ୍ଷରେ ଯୁଦ୍ଧ ଚାଲିଥିବା ବେଳେ ଅସମୟରେ ଅସ୍ତ୍ରବିରତି ଘୋଷଣା କରାଯାଇ ନଥିଲେ ପିଓକେ (ପାକିସ୍ତାନ ଅଧିକୃତ କଶ୍ମୀର) ସୃଷ୍ଟି ହୋଇ ନଥା’ନ୍ତା। କାରଣ ଆମ ଦେଶ ଯୁଦ୍ଧ ଜିତୁଥିଲା। ସେ (ନେହରୁ) ଆଉ ଦୁଇ ଦିନ ଅପେକ୍ଷା କରିଥିଲେ ପୂରା କଶ୍ମୀର ଆମର ହୋଇଥା’ନ୍ତା। ସେହିଭଳି ସେ କଶ୍ମୀର ପ୍ରସଙ୍ଗକୁ ଜାତିସଂଘକୁ ନେଇ ଆଉ ଏକ ଭୁଲ୍ କରିଥିଲେ।

ଶାହ ଆହୁରି କହିଥିଲେ, ଯେଉଁମାନେ ଇତିହାସ ଜାଣିଛନ୍ତି, ସେମାନଙ୍କୁ ମୁଁ ପଚାରୁଛି, ହାଇଦ୍ରାବାଦରେ ବଡ଼ ସମସ୍ୟା ଦେଖାଯାଇଥିଲା, ନେହରୁ କ’ଣ ସେଠାକୁ ଯାଇଥିଲେ? ନେହରୁ କ’ଣ ଲକ୍ଷାଦ୍ୱୀପ, ଜୁନାଗଡ଼ ଓ ଯୋଧପୁର ଯାଇଥିଲେ? ସେ କେବଳ କଶ୍ମୀର ଯାଉଥିଲେ। ତା’ସତ୍ତ୍ୱେ ସେ ସେଠାକାର କାମକୁ ଅଧାରେ ଛାଡ଼ି ଦେଲେ।

କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି ଯେ ଜବାହରଲାଲ ନେହରୁଙ୍କ ବିରୋଧରେ ଅମିତ ଶାହଙ୍କ ମନ୍ତବ୍ୟ ପୂରା ଭୁଲ୍। ଭାରତୀୟ ସେନାର ତତ୍‌କାଳୀନ କମାଣ୍ଡର ଇନ୍ ଚିଫ୍ ଜେନେରାଲ ରୟ ବୁଚରଙ୍କ ପରାମର୍ଶ କ୍ରମେ ଅସ୍ତ୍ରବିରତି ନିଷ୍ପତ୍ତି ନିଆଯାଇଥିଲା। ଅସ୍ତ୍ରବିରତି ପାଇଁ ସେ ସରକାରଙ୍କୁ ପରାମର୍ଶ ଦେଇଥିଲେ ଓ ଯାହା ଅନିର୍ବାଯ୍ୟ ଥିଲା।

Congress Rahul Gandhi Amit Shah