Advertisment

ଆସନ୍ତାକାଲି ପ୍ରଚାର ଜୋରଦାର କରିବେ ଅମିତ୍ ଶାହ, ହିମନ୍ତ ବିଶ୍ୱଶର୍ମା ଓ ଧର୍ମେନ୍ଦ୍ର ପ୍ରଧାନ

ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାରେ ଶେଷ ହୋଇଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପିକୁ ବ୍ୟାପକ ସମର୍ଥନ ମିଳିଛି।

Amit Shah

Amit Shah

Advertisment

ରାଜ୍ୟରେ ଶେଷପର୍ଯ୍ୟାୟ ନିର୍ବାଚନ ପ୍ରଚାରକୁ ଜୋରଦାର କରିବା ପାଇଁ ଆସନ୍ତାକାଲି ବିଜେପି ନିଜର ହେଭିୱେଟ୍ ନେତାମାନଙ୍କୁ ମଇଦାନକୁ ଓହ୍ଲାଇବ । କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ୍ ଶାହ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ଅପରାଜିତା ଷଡ଼ଙ୍ଗୀ ଏବଂ ସିଦ୍ଧାନ୍ତ ମହାପାତ୍ର ପ୍ରଚାର ମଇଦାନକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି । ଆସନ୍ତାକାଲି ଏହି ନେତାମାନେ ଗୁରୁତ୍ୱପୂର୍ଣ୍ଣ ନିମାପଡ଼ା, ଚାନ୍ଦବାଲି, କୋରେଇ, ବଡ଼ଚଣା ଭଳି ଗୁରୁତ୍ୱପୂର୍ଣ୍ଣ ଆସନରେ ପ୍ରଚାରକୁ ଶାଣିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ବୋଲି ସୂଚନା ମିଳିଛି।

Advertisment

ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାରେ ଶେଷ ହୋଇଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପିକୁ ବ୍ୟାପକ ସମର୍ଥନ ମିଳିଛି । ଆସନ୍ତା ୧ତାରିଖରେ ହେବାକୁ ଥିବା ଭୋଟ୍ ପାଇଁ ଆସନ୍ତାକାଲି ତଥା ୨୮ତାରିଖରେ ଦଳର ବରିଷ୍ଠ ନେତାମାନେ ପ୍ରଚାରକୁ ତ୍ୱରାନ୍ୱିତ କରିବେ।

ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ମଧ୍ୟାହ୍ନ ୧୨.୪୫ରେ ଚାନ୍ଦବାଲିଠାରେ, ଅପରାହ୍ନ ୨.୧୫ରେ କୋରେଇ ନିର୍ବାଚନମଣ୍ଡଳୀର ପାଣିକୋଇଲିଠାରେ ଏବଂ ଅପରାହ୍ନ ୪ଟାରେ ନିମାପଡ଼ାଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ।

Advertisment

ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟାରେ ରାଇରଙ୍ଗପୁରଠାରେ ଅନୁଷ୍ଠିତ ରୋଡ ଶୋ’ରେ ଯୋଗ ଦେବେ ।  ଶ୍ରୀ ବିଶ୍ୱଶର୍ମା ମଧ୍ୟାହ୍ନ ୧୨.୧୫ଟାରେ ମୋରଡ଼ା ନିର୍ବାଚନମଣ୍ଡଳୀର ସୁଳିଆପଦା, ଅପରାହ୍ନ ୨.୧୫ରେ ସୋରର ରଘୁନାଥପୁର, ଅପରାହ୍ନ ୪ଟାରେ ଜଗତସିଂହପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ବଡ଼ଚଣା, ପୂର୍ବାହ୍ନ ୧୧ଟାରେ ଧର୍ମଶାଳା, ମଧ୍ୟାହ୍ନ ୧୨.୧୫ଟାରେ ବିଂଝାରପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହାପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସେ କୋରେଇଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଉପସ୍ଥିତ ରହିବେ । ଅପରାହ୍ନ ୩ଟାରେ ଶ୍ରୀ ପ୍ରଧାନ ଜଗତସିଂହପୁରର ବାଲିକୁଦାଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ।

ସେହିପରି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆସନ୍ତାକାଲି ପାଟକୁରାଠାରେ ଅନୁଷ୍ଠିତ ରୋଡ୍  ଶୋ’ ଓ ଜନସଭାରେ ଯୋଗଦେବେ । ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆସନ୍ତାକାଲି ଅପରାହ୍ନ ୩ଟାରେ ନିଆଳି ନିର୍ବାଚନମଣ୍ଡଳୀର ବ୍ରାହ୍ମଣଝରିଲୋଠାରେ ଅନୁଷ୍ଠିତ ରୋଡ୍ ଶୋ’ରେ ଯୋଗ ଦେବାପରେ ଅପରାହ୍ନ ସାଢ଼େ ୪ଟାରେ ଉସୁମାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।

ସେହିପରି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଆସନ୍ତାକାଲି ସକାଳ ସାଢ଼େ ୮ଟାରେ ସୁକିନ୍ଦାଠାରେ ଏବଂ ଅପରାହ୍ନ ୩ଟାରେ ଚାନ୍ଦବାଲିଠାରେ ଅନୁଷ୍ଠିତ ରୋଡ ଶୋ’ରେ ଯୋଗଦେବେ ।

2024 Election Loka Sabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe