/odisha-reporter/media/post_attachments/uploadimage/library/16_9/16_9_0/Lok_Sabha_1691384304.jpg)
Lok Sabha
ଆଜି ରାଜ୍ୟ ସଭାରେ ଆଗତ ହେବ ଦିଲ୍ଲୀ ସର୍ଭିସ୍ ବିଲ୍। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ନ୍ୟାସନାଲ୍ କ୍ୟାପିଟାଲ୍ ଟେରିଟୋରି ଅଫ୍ ଦିଲ୍ଲୀ ଆମେଣ୍ଡମେଣ୍ଟ୍ ବିଲ୍ ୨୦୨୩କୁ ରାଜ୍ୟ ସଭାରେ ଉପସ୍ଥାପନ କରିବେ।
Advertisment
ଏହା ପୂର୍ବରୁ ଦିଲ୍ଲୀ ସର୍ଭିସ୍ ବିଲ୍ ଲୋକ ସଭାରେ ପାସ୍ ହୋଇଥିଲା। ପ୍ରବଳ ହଟ୍ଟଗୋଳ ମଧ୍ୟରେ ପୂର୍ବରୁ ଲୋକସଭାରେ ଏହି ବିଲ୍ ପାସ୍ ହୋଇଥିଲା। । ଆଜି ରାଜ୍ୟ ସଭାରେ ଏହି ବିଲ୍ ଆଗତ ହେବାକୁ ଥିବା ବେଳେ କଂଗ୍ରେସ ଏବଂ ଆମ୍ ଆଦମି ପାର୍ଟି ଏହାର ସାଂସଦମାନଙ୍କୁ ରାଜ୍ୟ ସଭାରେ ଆଜି ଏବଂ ଆସନ୍ତାକାଲି ଉପସ୍ଥିତ ରହିବାକୁ ହୁଇପ୍ ଜାରି କରାଯାଇଛି।
ସୂଚନାଯୋଗ୍ୟ, ଦିଲ୍ଲୀ ସରକାରୀ ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂ ସହ ଜଡିତ ଏହି ବିଲ ଉପରେ ଲୋକସଭାରେ ଆଲୋଚନା ସହ ପ୍ରବଳ ହଙ୍ଗାମା ହୋଇଥିଲା। ବିଲ୍ ଉପରେ ଭୋଟିଂ ବେଳେ ବିରୋଧୀ କକ୍ଷତ୍ୟାଗ କରିଥିଲେ। ଏପିରିକି ବିଶୃଙ୍ଖଳା ପାଇଁ ଆମ୍ ଆଦମୀ ପାର୍ଟି ସାଂସଦ ସୁଶୀଲ କୁମାର ରିଙ୍କୁଙ୍କୁ ସଂସଦର ବଳକା ଅଧିବେଶନରୁ ସସପେଣ୍ଡ କରାଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
