Advertisment

ମହାରାଷ୍ଟ୍ରରେ ସିଟ୍‌ ଶେଆରିଂକୁ ନେଇ ଶାହଙ୍କ ରାତି ଅଧିଆ ବୈଠକ, ବାହାରିଲା କି ଫର୍ମୂଲା?

ସିଟ୍‌ ଭାଗବଣ୍ଟାକୁ ନେଇ ଗତ କିଛି ଦିନ ଧରି ମହାରାଷ୍ଟ୍ର ରାଜନୀତିରେ ଦେଖାଦେଇଥିବା ଝଡ଼ ଏବେ ଥମିବା ପରି ମନେ ହେଉଛି।

author-image
Niharika Rout
ଅଦ୍ୟତନ ହୋଇଛି
Amit Shah

Amit Shah

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ସିଟ୍‌ ଭାଗବଣ୍ଟାକୁ ନେଇ ଗତ କିଛି ଦିନ ଧରି ମହାରାଷ୍ଟ୍ର ରାଜନୀତିରେ ଦେଖାଦେଇଥିବା ଝଡ଼ ଏବେ ଥମିବା ପରି ମନେ ହେଉଛି।

Advertisment

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗତ ରାତିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ ଦେବେନ୍ଦ୍ର ଫଡନାବିଶଙ୍କ ସହ ତୁହାକୁ ତୁହା ବୈଠକ କରିଥିଲେ। ଏହାପରେ ସିଟ୍‌ ଶେଆରିଂ ଫର୍ମୂଲା ବାହାରିଥିବା ଜଣାଯାଇଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୩୨ରୁ ଅଧିକ ସିଟ୍‌ରେ ପ୍ରାର୍ଥୀ ମଇଦାନକୁ ଓହ୍ଲାଇବ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଗ୍ରୁପ୍‌କୁ ୧୦ଟି ସିଟ୍‌ ମିଳିବ । ଏହାବାଦ NCP ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦଳକୁ ୨ରୁ ୩ଟି ସିଟ୍‌ ମିଳିବାର ସମ୍ଭାବନା ରହିଛି ।

Advertisment

ଗତକାଲି ବିଳମ୍ବିତ ରାତିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୁମ୍ବାଇର ସହଯାତ୍ରୀ ଗେଷ୍ଟ ହାଉସରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତଥା ଦୁଇ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ ଦେବେନ୍ଦ୍ର ଫଡ଼ନାବିଶଙ୍କ ସହ ଦୀର୍ଘ ସମୟ ରୁଦ୍ଧଦ୍ୱାର ବୈଠକ କରିବା ପରେ ଏହି ଫର୍ମୂଲା ବାହାରିଥିବା ଶୁଣିବାକୁ ମିଳିଛି। ଏହାପରେ ଆଜି ସକାଳେ ବି ଏହି ନେତାମାନେ ଶାହଙ୍କୁ ଭେଟିଥିବା ଜଣାଯାଇଛି।

ଏହି ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଗ୍ରୁପ୍‌କୁ କେବଳ ଜିତିବା କ୍ଷମତା ଥିବା ସିଟ୍‌ ହିଁ ଦିଆଯିବ। ଆବଶ୍ୟକ ସ୍ଥଳେ ଉଭୟ ଦଳ କିଛି ସିଟ୍‌ର ଆଦାନପ୍ରଦାନ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହ ସିଟ୍‌ ଭାଗବଣ୍ଟା ବେଳେ ପରସ୍ପର ପ୍ରତି ଆକ୍ରାମକ ନ ହୋଇ ଯୁକ୍ତିସଙ୍ଗତ ତଥ୍ୟ ଉପସ୍ଥାପନ କରିବାକୁ ଶାହ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

Amit Shah