Advertisment

କାହିଁକି ଓଡିଶାରେ ହେଲାନି ବିଜେପି-ବିଜେଡି ମେଣ୍ଟ? କାରଣ କହିଲେ ଅମିତ ଶାହ

ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅମିତ ଶାହ କହିଲେ ବିଜେପି-ବିଜେଡି ମେଣ୍ଟ ନହେବା ପଛର କାରଣ...

author-image
Debibandita Barick
Amit Shah

Amit Shah

ନିର୍ବାଚନ ପୂର୍ବରୁ କିଛି ଦିନ ଓଡିଶାରେ ବିଜେପି-ବିଜେଡି ମେଣ୍ଟ ନେଇ ଚର୍ଚ୍ଚା ଲାଗି ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମେଣ୍ଟ ଚର୍ଚ୍ଚା ଉପରୁ ପରଦା ହଟାଇ ଦୁଇ ଦଳ ଅଲଗା ଅଲଗା ନିର୍ବାଚନ ଲଢିବା ନେଇ ଘୋଷଣା କରିଥିଲେ। ତେବେ ରାଜ୍ୟରେ ଦୁଇ ଦଳ ମଧ୍ୟରେ କାହିଁକି ମେଣ୍ଟ ହେଲାନାହିଁ, ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହାର କାରଣ କହିଛନ୍ତି ଅମିତ ଶାହ। 

Advertisment

ଶାହ କହିଛନ୍ତି, ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ମେଣ୍ଟ ଆଲୋଚନା ବିଫଳ ହୋଇଥିଲା। ଏହାପରେ ଦୁଇ ଦଳ ପୃଥକ ଭାବେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ। 

ଓଡିଆ ଭାଷା, ସଂସ୍କୃତି ଏବଂ ଓଡିଶାର ଗର୍ବ ପାଇଁ ବିଜେପି ଏକା ଲଢିବା ଉଚିତ୍ ବୋଲି ଆମ ଦଳର କର୍ମକର୍ତ୍ତାମାନେ ଦୃଢ ଭାବରେ ବିଶ୍ୱାସ କରୁଥିଲେ। ତେଣୁ ସେମାନଙ୍କର ବିଶ୍ୱାସ ପାଇଁ ଏପରି ନିଷ୍ପତ୍ତି ନିଆଗଲା ବୋଲି ଅମିତ ଶାହ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, "ଆମେ ଓଡିଶା ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ରାଜ୍ୟର ଅଭିବୃଦ୍ଧିର ଦାୟିତ୍ୱ ଦେବାକୁ ଅନୁରୋଧ କରୁଛୁ। ଯେଉଁସବୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦି ବିଜୟୀ ହୋଇଛନ୍ତି, ସେଠାରେ ଅଭିବୃଦ୍ଧି ହାର ଏକ ବୃହତ ବ୍ୟବଧାନରେ ବୃଦ୍ଧି ପାଇଛି।"

Odisha Politics Amit Shah BJP BJD Allay