Advertisment

ଗିରିଧର ଗମାଙ୍ଗଙ୍କ କଥା ଉଠାଇଲେ ଅମିତ ଶାହ

ଗମାଙ୍ଗଙ୍କ ଗୋଟିଏ ଭୋଟ କେମିତି ଅଟଳ ବିହାରୀ ବାଜପେୟୀଙ୍କ ସରକାରକୁ ଗାଦିଚ୍ୟୁତ କରିଥିଲା।

ଅଦ୍ୟତନ ହୋଇଛି
Giridhar

Giridhar

Advertisment

ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ମତ ରଖିବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ କଥା ଉଠାଇଛନ୍ତି। ଗମାଙ୍ଗଙ୍କ ଗୋଟିଏ ଭୋଟ କେମିତି ଅଟଳ ବିହାରୀ ବାଜପେୟୀଙ୍କ ସରକାରକୁ ଗାଦିଚ୍ୟୁତ କରିଥିଲା, ସେକଥା ଶାହ କହିଛନ୍ତି। 

Advertisment

ଅମିତ ଶାହ କହିଛନ୍ତି, “ ୧୯୯୯ ମସିହାରେ ବାଜପେୟୀଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଏହି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଥିଲେ ମଧ୍ୟ ଗମାଙ୍ଗ ଲୋକସଭାରେ ଭୋଟ ଦେବାକୁ ଆସିଥିଲେ।

ସେ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ନଥିଲେ।  ତାଙ୍କର ଗୋଟିଏ ଭୋଟ ଅଟଳ ବିହାରୀ ବାଜପେୟୀଙ୍କ ସରକାରଙ୍କୁ ଗାଦିଚ୍ୟୁତ କରିଥିଲା। ତାଙ୍କ ଭୋଟକୁ ବୈଧ କି ନୁହେଁ, ତା’କୁ ନେଇ ବେଶ ବିତର୍କ ହୋଇଥିଲା। ମୁଖ୍ୟମନ୍ତ୍ରୀ ପରେ ମଧ୍ୟ ସେ ସାଂସଦ ଭାବେ ଭୋଟ ଦେଇଥିଲେ। ବାଚସ୍ପତି ସଂସଦର ଗାରିମା ରକ୍ଷା କରି ତାଙ୍କ ଭୋଟକୁ ବୈଧ ଘୋଷଣା କରିଥିଲେ। ତଥାପି ଆମେ କୌଣସି ଆପତ୍ତି ଉଠାଇ ନଥିଲୁ।” ୧୯୯୯ ମସିହା ଏପ୍ରିଲ ୧୭ରେ ଏହା ଘଟିଥିଲା। 

Advertisment

ଅନାସ୍ଥା ଭୋଟ ପରେ ପୁଣି ସାଧାରଣ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ଏନଡିଏ ଜିତିବା ସହ ବାଜପେୟୀ ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ। 

Parliament No Confidence Motion Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe