କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୫ ତାରିଖରେ ସୋନପୁରରୁ ଓଡ଼ିଶାରେ ନିର୍ବାଚନ ଲଢ଼େଇର ବିଗୁଲ୍ ବଜାଇବେ। କିଛି ଦିନ ତଳେ ଦିଲ୍ଲୀରେ ଯେଉଁ କଥା କହିଥିଲେ, ସେହି କଥାକୁ ଓଡ଼ିଶାବାସୀଙ୍କ ଆଗରେ ରଖିବା ପାଇଁ ସେ ଆସୁଛନ୍ତି । ସେଠାରେ ଏକ ବିଶାଳ ଜନ ସଭା ଆୟୋଜନ କରାଯିବ। ସେ ଜନସାଧାରଣଙ୍କୁ ସମ୍ୱୋଧିତ କରିବା ସହ ନିର୍ବାଚନ ରଣନୀତି ସମ୍ପର୍କରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିବେ। ଏନେଇ ସୂଚନା ଦେଇଛି ବିଜେପି । ଦେଖନ୍ତୁ ପୂରା ରିପୋର୍ଟ।