Advertisment

ରାହୁଲ ଗାନ୍ଧିଙ୍କୁ କାଉଣ୍ଟର କଲେ ଅମିତ ଶାହ: କହିଲେ- ବିରୋଧୀ ବି ପାଇଛନ୍ତି ବଣ୍ଡ୍‌

ଫେବୃଆରୀ ୧୫ ତାରିଖରେ ସୁପ୍ରିମକୋର୍ଟ ଗୋଟିଏ ଐତିହାସିକ ରାୟ ଦେବା ସହ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିଥିଲେ।

author-image
Hemant Lenka
Amit Shah

Amit Shah

ରଦ୍ଦ ହୋଇ ସାରିଥିବା ନିର୍ବାଚନୀ ବଣ୍ଡକୁ ନେଇ ବିରୋଧୀଙ୍କ କରିଚାଲିଥିବା ହମଲାକୁ କାଉଣ୍ଟର କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିର୍ବାଚନ ବଣ୍ଡକୁ ନେଇ ବାରମ୍ବାର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରି ଚାଲିଛନ୍ତି।

Advertisment

ନିର୍ବାଚନୀ ବଣ୍ଡ ଜରିଆରେ ବିଜେପି ବିଭିନ୍ନ ସଂସ୍ଥା ଠାରୁ ବଳପୂର୍ବକ ଟଙ୍କା ଆଦାୟ କରୁଥିଲା ବୋଲି ସେ ଅଭିଯୋଗ କରିଥିଲେ। ଏହାର ଜବାବରେ ଶ୍ରୀ ଶାହ କହିଛନ୍ତି ଯେ ବିରୋଧୀ ଦଳଗୁଡ଼ିକ ମଧ୍ୟ ନିର୍ବାଚନ ବଣ୍ଡ ଜରିଆରେ ଟଙ୍କା ପାଇଛନ୍ତି। କ’ଣ ସେମାନେ ମଧ୍ୟ ଏହାକୁ ବଟି ଆଦାୟ ସହ ତୁଳନା କରିବେ କି ବୋଲି ଅମିତ ଶାହ ଓଲଟା ପ୍ରଶ୍ନ କରିଛନ୍ତି।

ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ନିର୍ବାଚନୀ ବଣ୍ଡକୁ ପ୍ରମୁଖ ପ୍ରସଙ୍ଗ କରିଛନ୍ତି। ଏହା ଉପରେ ପ୍ରତିକ୍ରିୟା ଦେଇ ଅମିତ ଶାହ କହିଛନ୍ତି, “ସେମାନଙ୍କ ସହ ଥିବା ଦଳଗୁଡ଼ିକ ମଧ୍ୟ ବଣ୍ଡ ଜରିଆରେ ଚାନ୍ଦା ପାଇଛନ୍ତି। ଏହା ମଧ୍ୟ କ’ଣ ବଟି? ରାହୁଲ ଗାନ୍ଧି ଲୋକଙ୍କୁ କୁହନ୍ତୁ ଯେ ହଁ ଆମେ ମଧ୍ୟ ବଳପୂର୍ବକ ବଟି ଆଦାୟ କରିଛୁ।

Advertisment

ଆମ ସାଂସଦଙ୍କୁ ଯଦି ତୁଳନା କରିବେ, ତା’ହେଲେ ସେମାନେ ଅଧିକ ଟଙ୍କା ପାଇଛନ୍ତି। ଟଙ୍କା ପାଇବା ବେଳେ କିଛି ଅସୁବିଧା ହେଉ ନାହିଁ। ଆମ ବିରୋଧରେ ଗୋଟିଏ ହେଲେ ବି ଦୁର୍ନୀତି ଅଭିଯୋଗ ନାହିଁ। ତେଣୁ ସେମାନେ ଏପରି ଏକ ପ୍ରସଙ୍ଗ ଉଠାଇ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚାହୁଁଛନ୍ତି। ହେଲେ ସେମାନେ ସଫଳ ହେବେ ନାହିଁ।”

ଫେବୃଆରୀ ୧୫ ତାରିଖରେ ସୁପ୍ରିମକୋର୍ଟ ଗୋଟିଏ ଐତିହାସିକ ରାୟ ଦେବା ସହ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିଥିଲେ। ଏଥିସହ ନିର୍ବାଚନ ବଣ୍ଡ ଦ୍ୱାରା କେଉଁ ଦଳ କେବେ, କାହା ଠାରୁ ଓ କେତେ ଟଙ୍କା ଚାନ୍ଦା ପାଇଛନ୍ତି, ତା’ର ତଥ୍ୟ ସାର୍ବଜନୀନ କରିବାକୁ କହିଥିଲେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ବିଆଇ ନିର୍ବାଚନ କମିଶନଙ୍କୁ ଏସବୁ ତଥ୍ୟ ଦେଇଥିଲା। ନିର୍ବାଚନ କମିଶନ ଏହାକୁ ତାଙ୍କ ୱେବସାଇଟରେ ଅପଲୋଡ କରିଛନ୍ତି। ନିର୍ବାଚନୀ ବଣ୍ଡ ତଥ୍ୟ ଅନୁସାରେ ବିଜେପି ସବୁଠାରୁ ଅଧିକ ୬,୯୮୬.୫ କୋଟି ଟଙ୍କା ପାଇଥିବା ବେଳେ କଂଗ୍ରେସ କେବଳ ୧୩୩୪ କୋଟି ଟଙ୍କା ପାଇଛି।

Rahul Gandhi Amit Shah Electoral Bonds Case Electoral Bonds