Advertisment

ବିରୋଧୀଙ୍କୁ ଅମିତ ଶାହଙ୍କ ‘ସିଏଏ’ କାଉଣ୍ଟର, ନାଗରିକତା ପାଇଁ ଆବେଦନ ନକରିବାକୁ କହିଲେ ମମତା

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କହିବା କଥା ଯେ ନିଜର ସମ୍ମାନ ଓ ଧର୍ମର ସୁରକ୍ଷା ପାଇଁ କୋଟି କୋଟି ଲୋକ ପାକିସ୍ତାନ ଓ ବାଂଲାଦେଶରୁ ଭାରତ ଚାଲି ଆସିଛନ୍ତି।

author-image
Hemant Lenka
amit shah

amit shah

ଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଲାଗୁ ହେବା ପରେ ଏହାକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିବା ଆରମ୍ଭ କରିଛନ୍ତି। ହେଲେ ଏହାକୁ କାଉଣ୍ଟର କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସିଏଏକୁ କଂଗ୍ରେସ ତୁଷ୍ଟୀକରଣ ଓ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ବିରୋଧ କରୁଥିବା ଅମିତ ଶାହ କହିଛନ୍ତି।

Advertisment

ବିଜେପିର ସୋଶାଲ ମିଡିଆ ସଦସ୍ୟମାନଙ୍କୁ ସମ୍ବୋଧନ କରି ଅମିତ ଶାହ କହିଛନ୍ତି, “ଆମେ କହିଥିଲୁ ସିଏଏ ଲାଗୁ କରିବୁ। ଆଜି ସିଏଏ ଲାଗୁ ହୋଇଛି। କଂଗ୍ରେସ ସିଏଏକୁ ବିରୋଧ କରୁଛି।

ସ୍ୱାଧୀନତା ପରଠାରୁ କଂଗ୍ରେସ ଓ ସମ୍ବିଧାନ ପ୍ରଣୟକାରୀମାନେ ପ୍ରତିଶ୍ରୁତି ଦେଇଥିଲେ ଯେ ଆମେ ବାଂଲାଦେଶ, ଆଫଗାନିସ୍ତାନ ଓ ପାକିସ୍ତାନରେ ଅତ୍ୟାଚାର ସହି ନ ପାରି ଶରଣାର୍ଥୀ ହୋଇଥିବା ଲୋକଙ୍କୁ ନାଗରିକତା ପ୍ରଦାନ କରିବୁ। କିନ୍ତୁ ଏବେ କଂଗ୍ରେସ ଏହାକୁ ବିରୋଧ କରୁଛି। କେବଳ ତୁଷ୍ଟୀକରଣ ଓ ଭୋଟ ବ୍ୟାଙ୍କ ରାଜନୀତି ପାଇଁ କଂଗ୍ରେସ ଏପରି କରୁଛି।”

Advertisment

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କହିବା କଥା ଯେ ନିଜର ସମ୍ମାନ ଓ ଧର୍ମର ସୁରକ୍ଷା ପାଇଁ କୋଟି କୋଟି ଲୋକ ପାକିସ୍ତାନ ଓ ବାଂଲାଦେଶରୁ ଭାରତ ଚାଲି ଆସିଛନ୍ତି।

କିନ୍ତୁ ସେମାନଙ୍କୁ ନାଗରିକତା ମିଳି ନାହିଁ। ବିନା ନାଗରିକତାରେ ସେମାନେ ନିଜ ଦେଶରେ ଅପମାନିତ ବୋଧ ହେଉଛନ୍ତି। ନରେନ୍ଦ୍ର ମୋଦି ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖମାନଙ୍କୁ ନାଗରିକତା ଦେଇ ଉପଯୁକ୍ତ ସମ୍ମାନ ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି।

ଅମିତ ଶାହ ଆହୁରି କହିଛନ୍ତି, “ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଶରଣାର୍ଥୀମାନଙ୍କ ଜୀବନକୁ ଅଧିକ ସହଜ କରିବା ପାଇଁ କାମ କରି ଚାଲିଛନ୍ତି। ଆମେ ସେମାନଙ୍କ ସଂସ୍କୃତି, ଭାଷା, ସେମାନଙ୍କର ଧର୍ମ ଓ ପରିବାରରେ ଥିବା ମହିଳାମାନଙ୍କ ସୁରକ୍ଷା ପାଇଁ ଆଇନ ଆଣିଛୁ। ଆଜି ଠାରୁ ଏହି ଦେଶରେ ରହୁଥିବା ଶରଣାର୍ଥୀମାନେ ଆପଣମାନଙ୍କ ଭଳି ଓ ମୋ ପରି ସମାନ ଅଧିକାର ପାଇବେ।”

ଅନ୍ୟପକ୍ଷରେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାଗରିକତା ପାଇଁ ଆବେଦନ ନ କରିବାକୁ ଲୋକଙ୍କୁ କହିଛନ୍ତି। ସେ କହିଛନ୍ତି, “ବିଜେପି ନେତାମାନେ କହୁଛନ୍ତି ସିଏଏ ଆପଣମାନଙ୍କୁ ଅଧିକାର ଦେବ। କିନ୍ତୁ ଯେଉଁ ମୁହୂର୍ତ୍ତରେ ଆପଣମାନେ ନାଗରିକତା ପାଇଁ ଆବେଦନ କରିବେ ସେବେଠାରୁ ବେଆଇନ ଶରଣାର୍ଥୀ ହୋଇଯିବେ।

ଆପଣମାନେ ନିଜର ଅଧିକାର ହରାଇବେ। ଆପଣମାନଙ୍କୁ ଅଟକ କେନ୍ଦ୍ରକୁ ନିଆଯିବ। ଆବେଦନ କରିବା ପୂର୍ବରୁ ଥରେ ଚିନ୍ତା କରନ୍ତୁ। ଆପଣମାନେ କେବେ ଧର୍ମ ଆଧାରରେ ନାଗରିକତା ପ୍ରଦାନ କରାଯାଉଥିବା ଶୁଣିଛନ୍ତି? ଏହା ମାନବଜାତିକୁ ଅପମାନ।” କେବଳ ଟିଏମସି କିମ୍ବା କଂଗ୍ରେସ ନୁହେଁ, ଡିଏମେ ଓ ଅନ୍ୟ ପ୍ରାୟ ଅଧିକାଂଶ ବିରୋଧୀ ଦଳ ନେତା ସିଏଏକୁ ବିରୋଧ କରିଛନ୍ତି।

Bjp Amit Saha