Advertisment

ପ୍ରଶ୍ନ କରିଥିଲେ ଉଦ୍ଧବ ଠାକରେ, ଯାଞ୍ଚ ହେଲା ଅମିତ ଶାହଙ୍କ ହେଲିକପ୍ଟର

ଯାଞ୍ଚ ବେଳର ଭିଡିଓକୁ ଅମିତ ଶାହ ନିଜେ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ଅଧିକାରୀମାନେ କେମିତି ଶାହଙ୍କ ହେଲିକପ୍ଟରରେ ଥିବା ବ୍ୟାଗଗୁଡ଼ିକୁ ଯାଞ୍ଚ କରୁଛନ୍ତି, ତା’ର ଦୃଶ୍ୟ ରହିଛି।

amit shah

amit shah

Advertisment

ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାକୁ ପ୍ରଚାର ପାଇଁ ଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଓ ଏହା ମଧ୍ୟରେ ଥିବା ବ୍ୟାଗକୁ ଯାଞ୍ଚ କରାଯାଇଛି। ନିର୍ବାଚନ ବେଳେ ଟଙ୍କା କିମ୍ବା ଅନ୍ୟାନ୍ୟ ଜିନିଷ ଲୋକଙ୍କୁ ଦେବା ଭଳି କାମ ଉପରେ ରୋକ ଲଗାଇବା ପାଇଁ ନିୟୋଜିତ ନିର୍ବାଚନ ଅଧିକାରୀମାନେ ଏପରି ଯାଞ୍ଚ କରିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। 

Advertisment

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମହାରାଷ୍ଟ୍ରରେ ଏବେ ଜୋରଦାର ପ୍ରଚାର ଚାଲିଛି। ନିକଟରେ ନିର୍ବାଚନ ଅଧିକାରୀମାନେ ଶିବସେନା (ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେଙ୍କ ହେଲିକପ୍ଟର ଓ ବ୍ୟାଗକୁ ଯାଞ୍ଚ କରିଥିଲେ। ଏହାର ଭିଡିଓ ଉଦ୍ଧବ ରେକର୍ଡ କରିବା ସହ କ’ଣ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ବ୍ୟାଗକୁ ମଧ୍ୟ ଯାଞ୍ଚ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ।

ଏହାକୁ ନେଇ ରାଜନୀତି ଜୋର ଧରିଥିଲା। ବିବାଦ ବଢ଼ୁଥିବା ବେଳେ ନିର୍ବାଚନ ଅଧିକାରୀମାନେ ପ୍ରଚାର ପାଇଁ ଆସୁଥିବା ହାଇପ୍ରୋଫାଇଲ ନେତାଙ୍କ ବ୍ୟାଗକୁ ଯାଞ୍ଚ କରିବା ଆରମ୍ଭ କରିଥିଲେ। ଏହିକ୍ରମରେ ଆଜି ଶାହଙ୍କ ବ୍ୟାଗ ମଧ୍ୟ ଯାଞ୍ଚ କରାଯାଇଛି।

Advertisment

ଯାଞ୍ଚ ବେଳର ଭିଡିଓକୁ ଅମିତ ଶାହ ନିଜେ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ଅଧିକାରୀମାନେ କେମିତି ଶାହଙ୍କ ହେଲିକପ୍ଟରରେ ଥିବା ବ୍ୟାଗଗୁଡ଼ିକୁ ଯାଞ୍ଚ କରୁଛନ୍ତି, ତା’ର ଦୃଶ୍ୟ ରହିଛି।

ଏହାକୁ ଶେୟାର କରି ଶାହ ଲେଖିଛନ୍ତି, “ମହାରାଷ୍ଟ୍ରର ହିଙ୍ଗୋଲି ନିର୍ବାଚନ ମଣ୍ଡଳୀରେ ଆଜି ପ୍ରଚାର ପାଇଁ ଯାଇଥିବା ବେଳେ ମୋ ହେଲିକପ୍ଟକୁ ନିର୍ବାଚନ ଅଧିକାରୀମାନେ ଯାଞ୍ଚ କରିଛନ୍ତି। ବିଜେପି ଗୋଟିଏ ସ୍ୱଚ୍ଛ ଓ ସୁସ୍ଥ ନିର୍ବାଚନ ବ୍ୟବସ୍ଥାରେ ବିଶ୍ୱାସ କରେ। ଦଳ ନିର୍ବାଚନ କମିଶନ ପ୍ରସ୍ତୁତ କରିଥିବା ସମସ୍ତ ନିୟମକୁ ଅନୁସରଣ କରେ।”

Amit Shah Maharashtra Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe