Advertisment

ବାତ୍ୟା ‘ବିପର୍ଯ୍ୟୟ’ ପାଇଁ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ: ପୃଥ୍ୱୀରାଜ ହରିଚନ୍ଦନ

ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିଥାଆନ୍ତେ ଅମିତ ଶାହ। ଢେଙ୍କାନାଳରେ ହେବାକୁ ଥିବା ସାଧାରଣ ସଭାରେ ସେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ତା’ପରେ ସେ କେନ୍ଦ୍ରାପଡ଼ା ଓ କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥାଆନ୍ତେ।

author-image
Manoranjan Sial
ଅଦ୍ୟତନ ହୋଇଛି
Amit Shah

Amit Shah

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ। ଗୁଜରାଟକୁ ହେବାକୁ ଥିବା ବାତ୍ୟା ‘ବିପର୍ଯ୍ୟୟ’ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି। ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ଯ୍ୟକ୍ରମ ଅପରିବର୍ତ୍ତନ ରହିଛି। ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ।

Advertisment

ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିଥାଆନ୍ତେ ଅମିତ ଶାହ। ଢେଙ୍କାନାଳରେ ହେବାକୁ ଥିବା ସାଧାରଣ ସଭାରେ ସେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ତା’ପରେ ସେ କେନ୍ଦ୍ରାପଡ଼ା ଓ କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥାଆନ୍ତେ। ହେଲେ ବାତ୍ୟା ‘ବିପର୍ଯ୍ୟୟ’ ପାଇଁ ଶାହଙ୍କୁ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି। ତେବେ ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ କାର୍ଯ୍ୟକ୍ରମ ଅପରିବର୍ତ୍ତିତ ରହିଛି। ଆସନ୍ତା ୨୨ ତାରିଖରେ ନଡ୍ଡା କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସୁଛନ୍ତି।

ସୂଚନାରୁ ପ୍ରକାଶ, ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଆସନ୍ତାକାଲି ସନ୍ଧ୍ୟା ବେଳେ ଗୁଜରାଟର କଚ୍ଛ ଜିଲ୍ଲା ଅନ୍ତର୍ଗତ ଜଖୌ ପୋର୍ଟ ନିକଟରେ ଲ୍ୟାଣ୍ତଫଲ କରିବ। ଲ୍ୟାଣ୍ଡଫଲ ବେଳେ ‘ବିପର୍ଯ୍ୟୟ’ ଅତି ଭୀଷଣ ବାତ୍ୟାର ରୂପରେ ରହିଥିବ। ତେଣୁ ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୫୦ କିମି ବେଗରେ ପବନ ବହିବ। ସେହିପରି ଅତିରୁ ଅତି ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଛି। ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଘନ ଘନ ବୈଠକ କରୁଛନ୍ତି।

Advertisment
Bjp State Bjp Amit Shah