Advertisment

ଓଡ଼ିଶାକୁ ନେଇ ଅମିତ୍ ଶାହଙ୍କ ବୟାନ: ବିଜେପିର ସ୍ଥିତିରେ ହେବ ବହୁତ ଭଲ ପରିବର୍ତ୍ତନ

ଆମର ସ୍ଥିତିରେ ବହୁତ ଭଲ ପରିବର୍ତ୍ତନ ଆସିବ ବୋଲି ଶ୍ରୀ ଶାହ କହିଛନ୍ତି

undefined

amit shah

Advertisment

ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟକୁ ନେଇ ଚର୍ଚ୍ଚା ଥମୁ ନଥିବାବେଳେ ଆଜି ବିଜେପିର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିଜେପି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ସହ ଦଳର ସ୍ଥିତିରେ ବହୁତ ଭଲ ପରିବର୍ତ୍ତନ(ସୁଧାର) ଆସିବ ବୋଲି ଶ୍ରୀ ଶାହ କହିଛନ୍ତି।

Advertisment

ଆଜି ବିଳମ୍ବିତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ‘ଇଣ୍ଡିଆଟୁଡ଼େ କନକ୍ଲେଭ’ରେ ଯୋଗ ଦେଇ ସାମ୍ବାଦିକ ରାହୁଲ କନୱଲଙ୍କ ବିଜେଡି ସହ ମେଂଟ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ଶାହ କହିଛନ୍ତି ଯେ, ଓଡ଼ିଶାରେ ବିଜେପିର କ’ଣ ରଣନୀତି ରହିବ ତାହା ଏପର୍ଯ୍ୟନ୍ତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଧାରଣ କରିନାହାନ୍ତି। ମାତ୍ର ଏତିକି କହିପାରିବି, ଦଳ ଯାହାବି ରଣନୀତି କରିବ ସେଥିରେ ଓଡ଼ିଶାରେ ବିଜେପି ଉଭୟ ଲୋକସଭା ଓ ବିଧାନସଭାରେ ବହୁତ ଭଲ ପ୍ରଦର୍ଶନ କରିବ। ଆଉ ଆମର ସ୍ଥିତିରେ ବହୁତ ଭଲ ପରିବର୍ତ୍ତନ ଆସିବ ବୋଲି ଶ୍ରୀ ଶାହ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଗତ ପ୍ରାୟ ୧୦ଦିନ ଧରି ମେଂଟ ଚର୍ଚ୍ଚା ଲାଗି ରହିଛି। ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଯଦିଓ ଉଭୟ ଦଳ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ମତ ରଖିବାରେ ସକ୍ଷମ ହୋଇନାହାନ୍ତି କିମ୍ବା ମେଂଟ ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରିବାରେ ସମର୍ଥ ହୋଇନାହାନ୍ତି। ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା ପରେ ସମ୍ଭବତଃ ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଂଟକୁ ନେଇ ସ୍ପଷ୍ଟ ଚିତ୍ର ମିଳିପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

Advertisment
Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe