Advertisment

‘ମଣିପୁର’ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଲେ ଅମିତ ଶାହ, ତଥାପି ବୁଝିଲେନି ବିରୋଧୀ

ବିରୋଧୀଙ୍କ ଏହି ଜିଦ୍‌ ଯୋଗୁ ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ଉଭୟ ଲୋକସଭା ଓ ରାଜ୍ୟସଭା ବାରମ୍ବାର ମୁଲତବୀ ହେଉଛି।

Amit shah

Amit shah

Advertisment

ମଣିପୁର ହିଂସା ଓ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ଚଲାଇବା ଘଟଣାକୁ ନେଇ ବିରୋଧୀ ସଂସଦ ବାହାରେ ଓ ଭିତରେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ମଣିପୁର ହିଂସା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଓ ସଂସଦରେ ଏହା ଉପରେ ବିସ୍ତୃତ ଆଲୋଚନା କରିବାକୁ ବିରୋଧୀ ଜିଦ ଧରି ବସିଛନ୍ତି। ବିରୋଧୀଙ୍କ ଏହି ଜିଦ୍‌ ଯୋଗୁ ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ଉଭୟ ଲୋକସଭା ଓ ରାଜ୍ୟସଭା ବାରମ୍ବାର ମୁଲତବୀ ହେଉଛି।

Advertisment

ସରକାରଙ୍କ ଉପରେ ଚାପ ବଢ଼ୁଥିବାରୁ ଆଜି ଲୋକସଭାରେ ନିଜେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଣିପୁର ହିଂସା ଉପରେ ଆଲୋଚନା କରିବାକୁ ସେ ପ୍ରସ୍ତୁତ ଥିବା କହିଛନ୍ତି। ଏଥିସହ ବିରୋଧୀ କାହିଁକି ଗୃହ କାର୍ଯ୍ୟକୁ ଚଳାଇବାରେ ସହାୟତା କରୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ମଣିପୁର ପ୍ରସଙ୍ଗର ସରକାର ବିବୃତି ରଖିବାକୁ ପ୍ରସ୍ତୁତ ହେଉଥିବା କହିଥିଲେ।

ଆଜି ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳକୁ ଦୃଷ୍ଟିରେ ରଖି ଶ୍ରୀ ଶାହ ନିଜର ସଂକ୍ଷେପ ଭାଷଣରେ ବିରୋଧୀ ଦଳଗୁଡ଼ିକୁ ମଣିପୁର ଉପରେ ବିତର୍କ ପାଇଁ ଅନୁମତି ଦେବାକୁ କହିଥିଲେ। ମଣିପୁରର ସତ ସାମ୍ନାକୁ ଆସିବା ଅତ୍ୟନ୍ତ ଜରୁରୀ ବୋଲି ମଧ୍ୟ ସେ କହିଛନ୍ତି।

Advertisment

ମଣିପୁର ସ୍ଥିତିକୁ ନେଇ ଆଜି ଗୃହ କାର୍ଯ୍ୟ ଦୁଇ ଥର ମୁଲତବୀ ହେବାରୁ ଶାହ ଏପରି କହିଛନ୍ତି। ଦୁଇ ଥର ମୁଲତବୀ ପରେ ଗୃହ କାର୍ଯ୍ୟ ୨.୩୦ରେ ଆରମ୍ଭ ହୋଇଥିଲା। ଏହି ସମୟରେ ଶାହ କହିଥିଲେ ଉଭୟ ବିରୋଧୀ ଓ ସରକାରୀ ଦଳର ସାଂସଦମାନେ ମଣିପୁର ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛନ୍ତି। ଏବେ ବିରୋଧୀ ଆଲୋଚନା ପାଇଁ ଆସନ୍ତୁ ବୋଲି ସେ କହିଥିଲେ।

ତେବେ ଶାହଙ୍କ ଏପରି ବିବୃତି ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନଥିଲା। ସେମାନେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରି ନାରାବାଜୀ ଜାରି ରଖିଥିଲେ। ଏଥିପାଇଁ ବାଚସ୍ପତି ଓମ ବିର୍ଲା ଲୋକସଭାର କାର୍ଯ୍ୟକୁ ଆସନ୍ତାକାଲି ଯାଏ ମୁଲତବୀ ଘୋଷଣା କରିଛନ୍ତି।

Amit Shah Monsoon Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe