ନୀତୀଶଙ୍କୁ ଟାର୍ଗେଟ କଲେ ଶାହ | Odisha Reporter
ବିହାରର ନାଳନ୍ଦା ଜିଲ୍ଲା ବିହାରସରିଫ ଓ ରୋହତାସ ଜିଲ୍ଲା ସାସରାମରେ ହିଂସାକାଣ୍ଡକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଏଥିଲାଗି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାଜ୍ୟରେ ଦଙ୍ଗାକାରୀ ଖୁଲମ ଖୁଲା ବୁଲୁଛନ୍ତି। ଆଇନ କାନୁନ ନଥିବାରୁ ସେମାନଙ୍କର ଭୟ ନାହିଁ। ତେବେ ରାଜ୍ୟରେ ଶୀଘ୍ର ଶାନ୍ତି ଫେରି ଆସୁ ବୋଲି ସେ ଚାହାନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ବିଜେପିକୁ ପୂର୍ଣ୍ଣ ବହୁମତରେ ସରକାର ଗଠନ ପାଇଁ ସୁଯୋଗ ଦେଲେ ଏ ଦଙ୍ଗାକାରୀଙ୍କୁ ଓଲଟା ଟାଙ୍ଗି ସିଧା କରି ଦିଆଯିବ ବୋଲି ଶାହ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us