Advertisment

ଗୋଟିଏ ମଞ୍ଚରେ ବସିବେ ଶାହ-ନବୀନ; କଣ ହେବ ଆଲୋଚନା

ୟତୃଣମୂଳ ସ୍ତରରେ ସଙ୍ଗଠନ ମଜଭୁତ, ମୋଦି ସରକାରଙ୍କ ୯ ବର୍ଷର ସଫଳ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ଶାହ ଗୁରୁମନ୍ତ୍ର ଦେବେ।

ଅଦ୍ୟତନ ହୋଇଛି
Amit Saha & Naveen Patnaik

Amit Saha & Naveen Patnaik

Advertisment

୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପିର ଚାଣକ୍ୟ ଅମିତ ଶାହ। ଗତକାଲି ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏୟାରପୋର୍ଟରେ ପାରମ୍ପରିକ ବାଦ୍ୟ ଓ ନାଚଗୀତ କରି ଏକାଠି ହୋଇଥିଲେ ଦଳୀୟ କର୍ମୀ ଓ ପ୍ରଶଂସକ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ସାଂସଦଙ୍କୁ ଏୟାରପୋର୍ଟରେ ସ୍ୱାଗତ କରିଥିଲେ। ଏହାପରେ ଏକ ତାରକା ହୋଟେଲରେ ଯାଇ ରାତ୍ରିଯାପନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

Advertisment

ଆଜି କେନ୍ଦ୍ର ଗୃହମନ୍ତ୍ରୀ ଶାହାଙ୍କ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ସରକାରୀ କାର୍ଯ୍ୟକ୍ରମରେ ଏକାଠି ହେବେ ଶାହ-ନବୀନ। ଏହାସହ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ  ଓ ନକ୍ସଲ୍ ଦମନ ଓ ବିପର୍ଯ୍ୟୟ ପରିଚାଳନା ସ୍ଥିତିର ମଧ୍ୟ ସମୀକ୍ଷା କରିବେ ଅମିତ ଶାହ।

ଏହାପରେ ଦଳୀୟ କାର୍ଯ୍ୟଳୟରେ ନୂଆ ପଦାଧିକାରୀ, କୋର ଟିମ୍ ସଦସ୍ୟମାନଙ୍କ ସହ ଆଲୋଚନା କରିବେ କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଦିଆଯାଇଥିବା ଟାସ୍କ କେତେ କାର୍ଯ୍ୟକାରୀ ହୋଇଛି, ସେନେଇ ଆଲୋଚନା କାର୍ଯ୍ୟକ୍ରମ ରହିଛି। ତୃଣମୂଳ ସ୍ତରରେ ସଙ୍ଗଠନ ମଜଭୁତ, ମୋଦି ସରକାରଙ୍କ ୯ ବର୍ଷର ସଫଳ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ଶାହ ଗୁରୁମନ୍ତ୍ର ଦେବେ।

Advertisment
Odisha State Bjp Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe