Advertisment

ନିର୍ବାଚନୀ ବିଗୁଲ ବଜାଇବା ପାଇଁ ୨୫ରେ ଆସୁଛନ୍ତି ଅମିତ ଶାହ

ବଲାଙ୍ଗିର ଲୋକସଭା ନିର୍ବାଚନମଣ୍ଡଳୀର କଣ୍ଟାବାଞ୍ଜିରେ ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ସେହି ସଂସଦୀୟ କ୍ଷେତ୍ରର ସୋନପୁରକୁ ଆସୁଛନ୍ତି ଅମିତ ଶାହ।

author-image
Manoranjan Sial
undefined

Union Home Minister Amit Shah

ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେଦିନ ସେ ସୋନପୁରରେ ଜନସଭାକୁ ସମ୍ୱୋଧିତ କରିବେ। ସନ୍ଧ୍ୟା ବେଳେ ଭୁବନେଶ୍ୱରରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର।

Advertisment

ଶ୍ରୀ ମହାପାତ୍ର କହିଛନ୍ତି, ଓଡ଼ିଶାରେ ବିଜେପି ମାଆ, ମାଟି ଓ ମାତୃଭାଷାକୁ ନେଇ ଲଢ଼େଇ ଆରମ୍ଭ କରିଛି। ଏହି ଲଢ଼େଇର ଶୁଭାରମ୍ଭ ଆସନ୍ତା ୨୫ ତାରିଖ ଅପରାହ୍ନରେ ସୋନପୁର ମାଟିରୁ ଆରମ୍ଭ ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୫ ତାରିଖରେ ସୋନପୁରରୁ ଓଡ଼ିଶାରେ ନିର୍ବାଚନ ଲଢ଼େଇର ବିଗୁଲ୍‌ ବଜାଇବେ। ଦୁଇ ଦିନ ତଳେ ଦିଲ୍ଲୀରେ ଯେଉଁ କଥା କହିଥିଲେ, ସେହି କଥାକୁ ଓଡ଼ିଶାବାସୀଙ୍କ ଆଗରେ ରଖିବା ପାଇଁ ସେ ଆସୁଛନ୍ତି। ସେଠାରେ ଏକ ବିଶାଳ ଜନ ସଭା ଆୟୋଜନ କରାଯିବ। ସେ ଜନସାଧାରଣଙ୍କୁ ସମ୍ୱୋଧିତ କରିବେ। ତା’ପରେ ସେ ଭୁବନେଶ୍ୱର ଆସିବେ। ସନ୍ଧ୍ୟା ବେଳେ ନିର୍ବାଚନ ରଣନୀତି ସମ୍ପର୍କରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିବେ। ରାତିରେ ସେ ଭୁବନେଶ୍ୱରରେ ରହିବେ। ତେଣୁ ଆମେ ଉତ୍ସାହିତ ଅଛୁ। ଓଡ଼ିଶାରେ ବିଜେପିର ସରକାର ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ବଲାଙ୍ଗିର ଲୋକସଭା ନିର୍ବାଚନମଣ୍ଡଳୀର କଣ୍ଟାବାଞ୍ଜିରେ ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ସେହି ସଂସଦୀୟ କ୍ଷେତ୍ରର ସୋନପୁରକୁ ଆସୁଛନ୍ତି ଅମିତ ଶାହ। ସେ ସେଠାରେ ସାଧାରଣ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ପଶ୍ଚିମ ଓଡ଼ିଶାର ନେତାଙ୍କ ଭିତରେ ଉତ୍ସାହ ଦେଖାଦେଇଛି।

Advertisment
Bjp Amit Shah Loksabha Election