/odisha-reporter/media/post_attachments/uploadimage/library/16_9/16_9_0/Amit_Shah_1678098273.jpg)
Amit Shah
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେ। ସେ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ଏକ ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।
ସେ କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଯାଇପାରନ୍ତି। ଏପର୍ଯ୍ୟନ୍ତ ଏହି ସୂଚନା ଆସିଛି। ଦିନେ ଦୁଇ ଦିନ ଭିତରେ ତାଙ୍କ କାର୍ଯ୍ୟକ୍ରମର ଚୂଡ଼ାନ୍ତ ସୂଚନା ଆସିଯିବ।
ପୃଥ୍ୱୀରାଜ କହିଛନ୍ତି, ଶ୍ରୀ ଶାହଙ୍କ ଏହି ଗସ୍ତ ଲୋକସଭା ପ୍ରବାସ ଅନ୍ତର୍ଗତ ଏକ କାର୍ଯ୍ୟକ୍ରମ। ସେଠାରେ ସେ ବିଜେପିର ପ୍ରମୁଖ କାର୍ଯ୍ୟକର୍ତ୍ତାମାନଙ୍କୁ ଭେଟିବେ। ସେଠାକାର ଐତିହାସିକ ସ୍ଥାନ ଦର୍ଶନ କରିବେ। ତା’ସହିତ ଦଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ।
ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ଦଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଗୋଟିଏ ସ୍ଥାନରେ ଏକାଠି କରାଯିବ। ସେମାନଙ୍କୁ ନେଇ ଏକ ସଭା କରାଯିବ ଓ ସେମାନଙ୍କୁ ଶ୍ରୀ ଶାହ ସମ୍ବୋଧିତ କରିବେ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
