Advertisment

୨୬ରେ ଧାମନଗରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ଅମିତ୍ ଶାହ

ଧାମନଗର ବିଧାନସଭା ଉପନିର୍ବାଚନରେ ବିଜେପିର ବିଜୟ ପରେ ଚଳିତମାସ ୨୬ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ୍ ଶାହ ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି।

Amit Shah

Amit Shah

Advertisment

ଧାମନଗର ବିଧାନସଭା ଉପନିର୍ବାଚନରେ ବିଜେପିର ବିଜୟ ପରେ ଚଳିତମାସ ୨୬ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ୍ ଶାହ ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି । ଶ୍ରୀ ଶାହ ଦିନିକିଆ ଗସ୍ତରେ ଆସି ଧାମନଗରରେ ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ଭୁବନେଶ୍ୱରରେ ଦଳୀୟ ପଦାଧିକାରୀଙ୍କ ସଙ୍ଗେ ସାଂଗଠନିକ ସ୍ଥିତି ସମ୍ପର୍କରେ ବିଚାରବିମର୍ଶ କରିବାର କାର୍ଯ୍ୟକ୍ରମ ରହିଛି ।

Advertisment

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଶ୍ରୀ ଶାହା ମାର୍ଚ୍ଚ ୨୬ ତାରିଖ ସକାଳେ ଭୁବନେଶ୍ୱରରେ ପହଂଚିବା ପରେ ତାଙ୍କୁ ବିମାନ ବନ୍ଦରରେ ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଏହା ପରେ ସେ ଭଦ୍ରକ ଲୋକସଭା ଅନ୍ତର୍ଗତ ଆରଡିକୁ ଯାଇ ପ୍ରଭୁ ଆଖଣ୍ଡଳମଣୀ ଦର୍ଶନ କରିବା ପରେ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ପାଳସାହି ପଂଚାୟତର ସାଁଆଳପୁରଠାରେ ଅନୁଷ୍ଠିତ ଏକ ସାଧାରଣ ସଭାକୁ ଉଦ୍‌ବୋଦନ କରିବାର କାର୍ଯ୍ୟକ୍ରମ ରହିଛି । ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀର କର୍ମକର୍ତ୍ତାଙ୍କୁ ସାଁଆଳପୁର ସଭାରେ ସେ ଉଦ୍‌ବୋଦନ ଦେବେ ।

ଅପରାହ୍ନରେ ଶ୍ରୀ ଶାହା ଭୁବନେଶ୍ୱର ଫେରି ରାଜ୍ୟ କାର୍ଯ୍ୟାଳୟଠାରେ ଦଳର ବରିଷ୍ଠ ନେତା ଓ ପ୍ରମୁଖ ପଦାଧିକାରୀଙ୍କ ସହ ସାଂଗଠନିକ ପ୍ରସଙ୍ଗରେ ଆଲୋଚନା କରି ସଂଧ୍ୟାରେ ଦିଲ୍ଲୀ ଫେରିଯିବେ । ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିର କର୍ମୀ ଓ ନେତାମାନଙ୍କ ମଧ୍ୟରେ ଉତ୍ସାହ ରହିଛି । ତାଙ୍କର ଗସ୍ତ ନିଶ୍ଚିତ ଭାବେ ଦଳୀୟ ସଂଗଠନ ପାଇଁ ଉତ୍ସାହ ବୃଦ୍ଧି କରାଇବ ବୋଲି ଲେଖାଶ୍ରୀ କହିଛନ୍ତି ।

Advertisment
Amit Shah Amit Shah Forecast Bjp Politics Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe