/odisha-reporter/media/post_attachments/uploadimage/library/16_9/16_9_0/Amit_Shah_1675869260.jpg)
Amit Shah
ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଶାହଙ୍କ ଗସ୍ତ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇନଥିଲେ ମଧ୍ୟ ସେ ୨୩ ତାରିଖରେ ଓଡ଼ିଶା ଆସିବାର ସମ୍ଭାବନା ରହିଥିବା ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି ।
ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ନିର୍ବାଚନମଣ୍ଡଳୀ ପ୍ରବାସ କାର୍ଯ୍ୟକ୍ରମରେ ଓଡ଼ିଶା ଆସି ଭଦ୍ରକ ଓ ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ତେବେ ଗୃହ ମନ୍ତ୍ରୀଙ୍କର ଚୂଡ଼ାନ୍ତ କାର୍ଯ୍ୟକ୍ରମ ଏବେ ପ୍ରସ୍ତୁତି ଚାଲିଛି । ଗସ୍ତ କାର୍ଯ୍ୟକ୍ରମବେଳେ ଶ୍ରୀ ଶାହ ରାଜ୍ୟ ବିଜେପିର ବରିଷ୍ଠ ନେତାମାନଙ୍କ ସହ ରାଜ୍ୟ ଦଳୀୟ ସଂଗଠନ ପ୍ରସଙ୍ଗରେ ବିଚାରବିମର୍ଶ କରିବେ ।
ଉଲ୍ଲେଖଯୋଗ୍ୟ, ଆସନ୍ତାବର୍ଷ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶ୍ରୀ ଶାହଙ୍କ ଓଡ଼ିଶା ଗସ୍ତକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଗତବର୍ଷ ଅଗଷ୍ଟ ମାସରେ ଶ୍ରୀ ଶାହ ଶେଷଥର ପାଇଁ ଓଡ଼ିଶା ଆସିଥିଲେ । ସେ ଭୁବନେଶ୍ୱରରେ ହରଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ସହ କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କରିଥିଲେ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଧ୍ୟ ବିଜେପିର କୋର୍ ଟିମ୍ ନେତାମାନଙ୍କ ବୈଠକ କରିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
