Advertisment

ଆଜି ଆସୁଛନ୍ତି ଅମିତ ଶାହ; ବିଜେପି ପ୍ରଚାରର ବିଗୁଲ୍ ଫୁଙ୍କିବେ

ସୋନପୁର ରାମେଶ୍ୱରମ ଷ୍ଟାଡିୟମରେ ଅପରାହ୍ନ ୪ଟା ୩୫ରେ କରିବେ ବିଶାଳ ନିର୍ବାଚନୀ ସଭା । ସୋନପୁରରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ବିଜେପିର ଅନ୍ୟତମ ଷ୍ଟାର ପ୍ରଚାରକ ଅମିତ ଶାହ।

Amit Shah

Amit Shah

Advertisment

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସୋନପୁର ରାମେଶ୍ୱରମ ଷ୍ଟାଡିୟମରେ ଅପରାହ୍ନ ୪ଟା ୩୫ରେ କରିବେ ବିଶାଳ ନିର୍ବାଚନୀ ସଭା । ସୋନପୁରରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ବିଜେପିର ଅନ୍ୟତମ ଷ୍ଟାର ପ୍ରଚାରକ ଅମିତ ଶାହ।

Advertisment

ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ନ ୩ଟା ୪୫ରେ ପହଞ୍ଚିବେ ଶାହ । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁର ଯିବାର କାର୍ଯ୍ୟକ୍ରମ ରହିଛି। ସୋନପୁର ସଭାରେ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧିତ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ।

ଓଡ଼ିଶା ଲଢେଇ ପାଇଁ ବିଗୁଲ ବଜାଇବେ ଶାହ। ସେ ଶାସନ ପରିବର୍ତ୍ତନର ମୂଳଦୁଆ ପକାଇବେ ବୋଲି ବିଜେପି କର୍ମୀ ମତ ପ୍ରକାଶ କରିଛନ୍ତି। ସଭା ସାରି ହେଲିକପ୍ଟର ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ। ଭୁବନେଶ୍ୱରରେ ପହଞ୍ଚିବା ପରେ ଦଳର ବରିଷ୍ଠ ତଥା ତୁଙ୍ଗ ନେତା ସହ ନିର୍ବାଚନକୁ ନେଇ କରିବେ ମାନସ ମନ୍ଥନ । ୨୪ ଲଢେଇ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରଣନୀତି ।

Advertisment

ଆଜି ଭୁବନେଶ୍ୱରରେ ଶାହଙ୍କ ରାତି ରହଣୀ କାର୍ଯ୍ୟକ୍ରମ ରହିଛି । ଅମିତ ଶାହଙ୍କ ଗସ୍ତ ନେଇ ରାଜ୍ୟ ବିଜେପି ଶିବିରରେ ପ୍ରବଳ ଉତ୍ସାହ ।

Bjp Amit Shah Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe