Advertisment

ଭାରତ ନାଁ ସପକ୍ଷରେ ସେହୱାଗ-ଅମିତାଭ ବଚ୍ଚନ!

ଦେଶର ନାଁ ଇଣ୍ଡିଆରୁ କେବଳ ଭାରତକୁ ପରିବର୍ତ୍ତନ ଚର୍ଚ୍ଚା ମଧ୍ୟରେ ନୂଆ ଟ୍ୱିଷ୍ଟ ଆସିଛି।

author-image
Hemant Lenka
INDIA

INDIA

ଦେଶର ନାଁ ଇଣ୍ଡିଆରୁ କେବଳ ଭାରତକୁ ପରିବର୍ତ୍ତନ ଚର୍ଚ୍ଚା ମଧ୍ୟରେ ନୂଆ ଟ୍ୱିଷ୍ଟ ଆସିଛି। ଗୋଟିଏ ପଟେ ଇଣ୍ଡିଆ ବନାମ ଭାରତ ନାଁକୁ ନେଇ ରାଜନୀତିକ ବାକଯୁଦ୍ଧ ଚାଲିଥିବା ବେଳେ ଏହା ମଧ୍ୟକୁ ଧସେଇ ପସିଛନ୍ତି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ଓ ବଲିଉଡ ଅଭିନେତା ଅମିତାଭ ବଚ୍ଚନ।

Advertisment

ଶ୍ରୀ ବଚ୍ଚନ ନିଜ ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସ(ପୂର୍ବରୁ ଟ୍ୱିଟର)ରେ ଲେଖିଛନ୍ତି ଯେ “ଭାରତ ମାତା କି ଜୟ।” ଗୋଟିଏ ପଟେ ଭାରତ ବନାମ ଇଣ୍ଡିଆକୁ ନେଇ ରାଜନୀତିକ ବୟାନବାଜୀ ଚାଲୁଥିବର ବେଳେ ବିଗ ବି ହିନ୍ଦୀରେ ଏପରି ଟ୍ୱିଟ କରିବା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଅମିତାଭ ବଚ୍ଚନ ଦେଶର ନାଁ ଇଣ୍ଡିଆରୁ କେବଳ ଭାରତ ରହିବା ସପକ୍ଷରେ ଥିବା ତାଙ୍କ ପୋଷ୍ଟରୁ ଅନୁମାନ କରାଯାଉଛି।

Advertisment

ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ କିନ୍ତୁ ଖୋଲାଖୋଲି ଭାବେ ‘ଭାରତ’ ନାଁ ସପକ୍ଷରେ ମତ ରଖିଛନ୍ତି। ସେ ବିସିସିଆଇ ସମ୍ପାଦକ ଜୟ ଶାହଙ୍କୁ ଭାରତୀୟ କ୍ରିକେଟ ଟିମର ଜର୍ସିରେ ଇଣ୍ଡିଆ ବଦଳରେ ଭାରତ ଲେଖିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, “ମୁଁ ସବୁବେଳେ ବିଶ୍ୱାସ କରେ ଯେ ଏମିତି ଗୋଟିଏ ନାଁ ହେବା ଦରକାର ଯାହା ଆମକୁ ପୂରା ଗର୍ବିତ କରିବ। ଆମେମାନେ ଭାରତୀୟ। ଇଣ୍ଡିଆ ନାଁ ବ୍ରିଟିଶ ଦେଇଥିଲେ। ଆମର ପ୍ରକୃତ ନାଁ ଭାରତକୁ ବିଧିବଦ୍ଧ ଭାବେ ହାସଲ କରିବା ପାଇଁ ବହୁତ ବର୍ଷ ହେଲା ଅପେକ୍ଷା କରାଯାଇଛି। ମୁଁ ବିସିସିଆଇକୁ ଅନୁରୋଧ କରୁଛି ଯେ ଚଳିତ ବିଶ୍ୱକପରେ ଆମ ଖେଳାଳିମାନେ ଛାତିରେ ଭାରତ ଲେଖନ୍ତୁ।”

ଏହାପୂର୍ବରୁ ଭାରତ ଓ ପାକିସ୍ତାନ ଏସିଆ କପ ମୁକାବିଲା ବେଳେ ସେହୱାଗ ଗୋଟିଏ ଟ୍ୱିଟ କରିଥିଲେ। ୨ ତାରିଖରେ ସେ କରିଥିବା ଟ୍ୱିଟରେ #INDvsPAK ବଦଳରେ #BHAvsPAK ଲେଖିଥିଲେ। ତେଣୁ ୨ ତାରିଖରୁ ହିଁ ସେହୱାଗ ଭାରତ ସପକ୍ଷରେ ଓକିଲାତି ଆରମ୍ଭ କରିଥିଲେ।

India Virender Sehwag Amitabh Bachchan