Advertisment

ପଞ୍ଜାବ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଆସାମ ଜେଲରେ ଥିବା ଅମୃତପାଲ ସିଂହ

ଅମୃତପାଲଙ୍କ ପକ୍ଷରୁ ୱାରିସ ପଞ୍ଜା ଦେ ନେତାଙ୍କ ଓକିଲ ହରଜୋତ ସିଂହ ନାମାଙ୍କନ ଦାଖଲ କରିଛନ୍ତି।

Amritpal Singh

Amritpal Singh

Advertisment

ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ ସିଂହ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସାମର ଦିବ୍ରୁଗଡ଼ ଜେଲରେ ଅମୃତପାଲଙ୍କୁ ଏବେ ରଖାଯାଇଛି। ସେ ପଞ୍ଜାବର ଖାଦୂର ସାହିବ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନିର୍ବାଚନ ମୈଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।

Advertisment

ଅମୃତପାଲଙ୍କ ପକ୍ଷରୁ ୱାରିସ ପଞ୍ଜା ଦେ ନେତାଙ୍କ ଓକିଲ ହରଜୋତ ସିଂହ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ଅମୃତପାଲଙ୍କ ସମ୍ପର୍କୀୟ ସୁଖଚେନ ସିଂହ ଓ ଅନ୍ୟ ୫ ଜଣ ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ଆଗରେ ଉପସ୍ଥିତ ରହିଥିଲେ।

ଏହାପୂର୍ବରୁ ଅମୃତପାଲ ସିଂହଙ୍କ ବାପା ତର୍ସୀମ ସିଂହ କହିଥିଲେ ଯେ “ପୁଅ ନିର୍ବାଚନ ଲଢ଼ିବାକୁ ଚାହୁଁ ନଥିଲା। କିନ୍ତୁ ସେ କହିଥିଲା ଯେ ଯଦି ନିର୍ବାଚନ ଲଢ଼ିବା ସଙ୍ଗତର ନିଷ୍ପତ୍ତି, ତା’ହେଲେ ସେ ତା’ର ନିଷ୍ପତ୍ତି ବଦଳାଇବାକୁ ପ୍ରସ୍ତୁତ। ସଙ୍ଗତର ସବୁ ନିର୍ଦ୍ଦେଶ ପାଳନ କରିବାକୁ ସେ ରାଜି। ସଙ୍ଗତ କଥା ଅନୁସାରେ ସେ ନିର୍ବାଚନ ଲଢ଼ୁଛି।” 

Advertisment

ଆଇନ କହୁଛି ଯେ ଯଦି କୌଣସି ପ୍ରାର୍ଥୀ ଜେଲରେ ଥାଇ ନିର୍ବାଚନ ଲଢ଼ନ୍ତି ଓ ବିଜୟୀ ହୁଅନ୍ତି, ତା’ହେଲେ ଶପଥ ନେବାକୁ ତାଙ୍କୁ ଜେଲରୁ ବାହାରିବାକୁ ଅନୁମତି ମିଳି ପାରିବ। ଗତବର୍ଷ ଏପ୍ରିଲ ୨୩ରେ ଅମୃତପାଲଙ୍କୁ ଏନଏସଏ ବଳରେ ଗିରଫ କରାଯାଇଥିଲା। ଏବେ ସେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

ଜୁନ ୧ରେ ଖାଦୂର ସାହିବ ଲୋକସଭା ଆସନ ପାଇଁ ଭୋଟିଂ ହେବ।

Punjab Politics Punjab Punjab Election Amritpal Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe