Advertisment

ବିଜେପି ଏଜେଣ୍ଟ ଓ କର୍ମୀଙ୍କୁ ପନିକିରେ ହାଣିଲେ ବିଜେଡି କର୍ମୀ

ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ  ବିଜେଡି କର୍ମୀମାନେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Bjd attack in bjp

Bjd attack in bjp

Advertisment

କେନ୍ଦ୍ରାପଡ଼ା ଲୋକସଭା ଅଧିନ ସାଲେପୁର ମାଳଶାସନର ୧୮୪ ଓ ୧୮୫ ବୁଥ୍‌ରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ  ବିଜେଡି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Advertisment

ବିଜେଡି କର୍ମୀମାନେ ବିଜେପି ଏଜେଣ୍ଟ ଓ କର୍ମୀଙ୍କୁ ପନିକିରେ ହାଣିବା ସହ ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଛି। ସମସ୍ତ ଆହତଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ବୁଥରେ ଉତ୍ତେଜନା ଦେଖଦେଇଛି। ପୁଲିସ ଉପସ୍ଥିତ ଥିବା ସତ୍ତ୍ୱେ କିପରି ଏପରି ପରିସ୍ଥିତି ଉପୁଜିଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ସାଲେପୁର ବିଧାନସଭା ପ୍ରାର୍ଥୀ ଅରିନ୍ଦମ ରାୟ କହିଛନ୍ତି, ମୋ ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ୧୮୪, ୧୮୫ନଂ ବୁଥରେ ବିଜେଡି କର୍ମୀ ବୁଥ କ୍ୟାପଚର କରୁଥିବା ମୋ ଏଜେଣ୍ଟ ଖବର ପାଇଥିଲେ। ଏନେଇ ସେ ବୁଥକୁ ଯାଇଥିଲେ। ଏହି ସମୟରେ ବିଜେଡିର କର୍ମୀ ରମେଶ ଜେନା ଓ  କିଛି କର୍ମୀ ତାଙ୍କୁ ଧକ୍କା ମାରି ବୁଥ ବାହାରକୁ ବାହାର କରିଦେଇଥିଲେ।  

Advertisment

ପରେ ସେ ମୋର ଏଜେଣ୍ଟ ବୋଲି ଚିରକୁଟି ଦେଖାଇବାରୁ ତାକୁ ଚିରି ଦେଇଥିଲେ। ତା’ପରେ ବିଜେଡିର କର୍ମୀମାନେ  ଠେଙ୍ଗା, ବାଡ଼ି ଓ ପନିକରେ ମୋ ଏଜେଣ୍ଟ ସହ କିଛି କର୍ମୀଙ୍କୁ ଆକ୍ରମଣ କରିଥିଲେ। ସେମାନେ ଜୀବନ ବଞ୍ଚାଇ ସେଠାରୁ ପଳାଇ ଆସିଥିଲେ। ପୁଲିସ ପ୍ରଶାସନ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ସାଲେପୁରବାସୀ ଅନ୍ୟାୟ ବିରୋଧରେ ସ୍ୱର ଉଠାନ୍ତୁ ବୋଲି ଅରନ୍ଦିମ କହିଛନ୍ତ।  

Salepur 2024 General Election Loksabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe