Advertisment

ଶିବସେନା କହିଲା ଅନୀଲ ଦେଶମୁଖ ‘ଆକ୍ସିଡେଣ୍ଟାଲ୍ ଗୃହମନ୍ତ୍ରୀ’

ମୁମ୍ୱାଇ: ଏପିଆଇ ସଚିନ ବାଜେ ମୁକେଶ ଅମ୍ୱାନୀଙ୍କ ଘର ଆଗରେ ବୋମା ଭର୍ତ୍ତି କାର ରଖିବା, ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ ଏବଂ ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କ ଭୂମିକାକୁ ନେଇ ଶାସକ ଦଳ ଶିବସେନା ନିଜର ମୁଖପାତ୍ର ଖବରକାଗଜ ‘ସାମ୍ନା’ରେ ଏକ ଆଲେଖ୍ୟ ଲେଖିଛି। ଯେଉଁଥିରେ ନିଜ ଉପରୁ ସମସ୍ତ ଦୋଷ ଛଡ଼ାଇ ଏନସିପି ଏବଂ ବିରୋଧୀ ଉପରେ ବର୍ଷିଛି। ଆଉ ଏଥିରୁ ଜଣାପଡ଼ିଛି ମହାବିକାଶ ଅଘାଡ଼ି ମେଣ୍ଟ (ଶିବସେନା-ଏନସିପି-କଂଗ୍ରେସ)ରେ ଆଲ୍ […]

ଅଦ୍ୟତନ ହୋଇଛି
ଶିବସେନା କହିଲା ଅନୀଲ ଦେଶମୁଖ ‘ଆକ୍ସିଡେଣ୍ଟାଲ୍ ଗୃହମନ୍ତ୍ରୀ’

anil-desmukh-udhav-thakrey

Advertisment

ମୁମ୍ୱାଇ: ଏପିଆଇ ସଚିନ ବାଜେ ମୁକେଶ ଅମ୍ୱାନୀଙ୍କ ଘର ଆଗରେ ବୋମା ଭର୍ତ୍ତି କାର ରଖିବା, ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ ଏବଂ ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କ ଭୂମିକାକୁ ନେଇ ଶାସକ ଦଳ ଶିବସେନା ନିଜର ମୁଖପାତ୍ର ଖବରକାଗଜ 'ସାମ୍ନା'ରେ ଏକ ଆଲେଖ୍ୟ ଲେଖିଛି। ଯେଉଁଥିରେ ନିଜ ଉପରୁ ସମସ୍ତ ଦୋଷ ଛଡ଼ାଇ ଏନସିପି ଏବଂ ବିରୋଧୀ ଉପରେ ବର୍ଷିଛି। ଆଉ ଏଥିରୁ ଜଣାପଡ଼ିଛି ମହାବିକାଶ ଅଘାଡ଼ି ମେଣ୍ଟ (ଶିବସେନା-ଏନସିପି-କଂଗ୍ରେସ)ରେ ଆଲ୍ ଇଜ୍ ନଟ୍ ଓ୍ୱେଲ ବା ସବୁକିଛି ଠିକ୍ ଠାକ ନାହିଁ।

Advertisment

କାରଣ ଯେଉଁ ଏନସିପି ଜରିଆରେ ଶିବସେନା ମୁଖ୍ୟମନ୍ତ୍ରୀ ଆସନରେ ବସିଛି ଏବେ ସେହି ଦଳକୁ ସମାଲୋଚନା କରିବାକୁ ପଛାଇନି ଶିବସେନା। ଅନ୍ୟପଟେ ଶନିବାର ରାତିରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିବା ସୂଚନା ରହିଛି। ଉପରୋକ୍ତ ତିନି ପ୍ରମୁଖ ପ୍ରସଙ୍ଗ ଉପରେ ସାରା ଦେଶରେ ନଜର ରହିଥିବା ବେଳେ ରାଜ୍ୟ ରାଜନୀତି ଥ୍ରୀଲର ସିନେମା ଭଳି ଦେଖିବାକୁ ମିଳିଛି।

ସାମ୍ନା ଜରିଆରେ ଶିବସେନା କହିଛି, ମେଣ୍ଟ ସରକାରରେ ଏନସିପି ନେତା ତଥା ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଆକ୍ସିଡେଣ୍ଟାଲ ବା ଅକସ୍ମାତ ଗୃହମନ୍ତ୍ରୀ ପଦବୀ ପାଇଛନ୍ତି। ଏମିତିକି ଅନୀଲ ଦେଶମୁଖଙ୍କ ପାଇଁ ମହାରାଷ୍ଟ୍ର ବଦନାମ ହୋଇଛି ବୋଲି ଶିବସେନା କହିଛି। ପୂର୍ବରୁ ଆର ଆର ପାଟିଲ ରାଜ୍ୟର ଗୃହମନ୍ତ୍ରୀ ଥିଲେ। ହେଲେ ଆର ଆର ପାଟିଲଙ୍କ ଭଳି ଦେଶମୁଖ ନେତୃତ୍ୱ ନେଇପାରୁନାନ୍ତି ବୋଲି ଶିବସେନା କହିଛି। ଯେଉଁଥିପାଇଁ ଗୃହମନ୍ତ୍ରାଳୟ ମର୍ଯ୍ୟଦା ହରାଇଛି ବୋଲି ଶିବସେନା କହିଛି।

Advertisment

ସାମ୍ନାରେ ଉଲ୍ଲେଖ ରହିଛି, ‘ଗୃହମନ୍ତ୍ରୀ ପଦ ପ୍ରଥମେ ଜୟନ୍ତ ପାଟିଲ, ଦିଲ୍ଲୀପ ଭାଲସେ ପାଟିଲଙ୍କୁ ଯଚା ହୋଇଥିଲା। ହେଲେ ଦୁହେଁ ଏହି ସମ୍ମାନଜନକ ପଦବୀ ମନାକରିବାରୁ ଶରଦ ପାଓ୍ୱାର ଅନୀଲ ଦେଶମୁଖଙ୍କୁ ଏହି ପଦବୀରେ ବସାଇଥିଲେ’।

ସଚିନ ବାଜେ ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ଅଫିସରେ କିଭଳି ବସୁଥିଲେ। ଜଣେ ଏପିଆଇ ଏତେ କ୍ଷମତା କିଭଳି ପାଇଲେ? ସଚିନ ବାଜେ ଅମ୍ୱାନୀଙ୍କ ଘର ଆଗରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିଲେ ଅଥଚ ଏବାବଦରେ ଗୃହ ବିଭାଗ କିଭଳି କିଛି ପ୍ରମାଣ ପାଇଲାନି ବୋଲି ଏନିସିପି ନେତା ଅନୀଲ ଦେଶମୁଖଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛି ସାମ୍ନା।

ସେହିପରି ଅନୀଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ପୂର୍ବତନ ମୁମ୍ୱାଇ ପୁଲିସ କମିଶନର ପରମବୀର ସିଂହ ଏହି ଅଭିଯୋଗ ଆଣିଛନ୍ତି। ଯାହାକି ତଦନ୍ତ ପରିସରଭୁକ୍ତ ହେବା ଦରକାର।

ବିରୋଧୀ ବିଜେପିକୁ ଟାର୍ଗେଟ କରିବାକୁ ଯାଇ ଶିବସେନା ଲେଖିଛି, ବିରୋଧୀ ସରକାରକୁ ଭାଙ୍ଗିବା ପାଇଁ ଅପେକ୍ଷା କରିଛି। ଟ୍ରାନ୍ସଫର ରାକେଟ ନେଇ ଫଡନାଭିସ ଦିଲ୍ଲୀରେ ଗୃହ ସଚିବଙ୍କୁ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ ବୋଧହୁଏ କୌଣସି ପ୍ରମାଣ ନାହିଁ। ନହେଲେ କେନ୍ଦ୍ରର ମୋଦି ସରକାର କିଛି ନା କିଛି ପଦକ୍ଷେପ ନେଇଥାନ୍ତା ବୋଲି ଶିବସେନା କହିଛି।

ସେହିପରି ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କ ବାବଦରେ କହିଛି, ରାଜ୍ୟରେ ଏତେ ଘଟଣା ଘଟୁଛି ହେଲେ ରାଜ୍ୟପାଳ ନୀରବ। ୧୨ ଜଣ ବିଧାନ ପରିଷଦଙ୍କ ନାଁ ଶିବସେନା ପଠାଇଛି ହେଲେ ଏଯାବତ ରାଜ୍ୟପାଳ ଅନୁମୋଦନ ଦେଉ ନାହାନ୍ତି। ବୋଧହୁଏ ରାଜ୍ୟରେ ମେଣ୍ଟ ସରକାର ଭାଙ୍ଗିବାକୁ ରାଜ୍ୟପାଳ ଅପେକ୍ଷା କରିଛନ୍ତି ବୋଲି ଶିବସେନା କହିଛି।

ତେବେ ଶିବସେନାର ଏଭଳି ଆକ୍ରମଣାତ୍ମକ ଆଲେଖ୍ୟ ପରେ ଜବାବ ରଖିଛି ଏନସିପି। ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ହେବ। ସତ ସାମ୍ନାକୁ ଆସିବା ଦରକାର ବୋଲି ସେ କହିଛନ୍ତି। କ୍ୟାବିନେଟ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହାପରେ ଏନସିପି ନେତା ତଥା ମନ୍ତ୍ରୀ ନବାବ ମଲ୍ଲିକ କହିଛନ୍ତି ସାମ୍ନାରେ ପ୍ରକାଶିତ ଲେଖା ବାବଦରେ ସେ କୌଣସି ପ୍ରତିକ୍ରିୟା ରଖିବେନି। ସେ ତାଙ୍କ ବାଟରେ ତାଙ୍କ କାମ କରୁଛନ୍ତି। ହେଲେ ଅନୀଲ ଦେଶମୁଖ ଅକସ୍ମାତ ଗୃହମନ୍ତ୍ରୀ ବୋଲି ଯେଉଁ ଦାବି ହୋଇଛି ତାହା ସମ୍ପୂର୍ଣ୍ଣ ରୁପେ ଗ୍ରହଣୀୟ ନୁହେଁ।

ଯଦିଓ ସାମ୍ନାରେ ଆଜି ଏ ଖବର ପ୍ରକାଶ ପାଇଛି। ହେଲେ ଗତକାଲି ରାତିରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିବା ସୂଚନା ରହିଛି

Maharashtra Govt Sachin Vaze Shiv Sena Sharad Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe